ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନିଜ ଟଙ୍କାରେ ନିର୍ବାଚନ ଲଢ଼…କ୍ରାଉଡ୍‌ ଫଣ୍ଡିଂକୁ ନେଇ ଆତିଶୀଙ୍କୁ ଟାର୍ଗେଟ କଲେ ଅଳକା ଲାମ୍ବା

Published By : Tapas Panda | January 12, 2025 4:51 PM

Image courtesy: abplive

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ଜନତାଙ୍କ ପାଖରୁ ସହାୟତା ମାଗିଛନ୍ତି । ଏପରିକି ସେ କ୍ରାଉଡ ଫଣ୍ଡିଂ ଆରମ୍ଭ କରିଛନ୍ତି । ଏହାକୁ ନେଇ କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା କଡ଼ା ସମାଲୋଚନା କରିଛନ୍ତି । ଅଳକା ଲାମ୍ବା କହିଛନ୍ତି, ‘ଆତିଶୀ ଏବେ ଜନତାଙ୍କୁ ଟଙ୍କା ମାଗୁଛନ୍ତି । ଯଦି ସେ ସଚ୍ଚୋଟ ତେବେ ସେ ନିଜ ଟଙ୍କାରେ ନିର୍ବାଚନ ଲଢ଼ନ୍ତୁ । ଆମ ଆଦମୀ ପାର୍ଟି କିଭଳି ଅବକାରୀ ଦୁର୍ନୀତି କରିଛି ଆମେ ସସସ୍ତେ ଦେଖିଛନ୍ତି । କେଜ୍ରିଓ୍ବାଲ ଏବଂ ବିଜେପି ମିଶି ଦିଲ୍ଲୀକୁ ବରବାଦ୍‌ କରିଦେଇଛନ୍ତି । କେଜ୍ରିଓ୍ବାଲ ବଜେପି ଏବଂ ଆରଏସଏସ୍‌ କାର୍ଯ୍ୟାଳୟ ଯିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ଅଳକା ଲାମ୍ବା । 

ସେପଟେ ମୁଖ୍ୟମନ୍ତ୍ରୀ ଆତିଶୀ ‘ଡୋନେଟ୍‌ ଫର ଆତିଶୀ’ କ୍ୟାମ୍ପେନ୍‌ ଆରମ୍ଭ କରିବା ସହ ଟ୍ବିଟ୍‌ କରିଛନ୍ତି, ‘ଗତ ୫ ବର୍ଷରେ ବିଧାୟକ, ମନ୍ତ୍ରୀ ଏବଂ ଯେବେ ମୁଖ୍ୟମନ୍ତ୍ରୀ ହେଲି ଆପଣମାନେ ମୋ ସହ ରହିଛନ୍ତି । ଆପଣମାନଙ୍କ ସମର୍ଥନ ଏବଂ ଆଶୀର୍ବାଦ ବିନା ଏହା ସମ୍ଭବ ନୁହେଁ । ଜଣେ ଯୁବ ଏବଂ ଶିକ୍ଷିତ ମହିଳା ଭାବରେ ଆପଣମାନଙ୍କ ବିଶ୍ବାସ ରାଜନୀତି‌ରେ କ୍ୟାରିୟର କରିବାରେ ମୋତେ ପ୍ରେରଣା ଦେଇଛି ।’ 

ଆତିଶୀ ସମର୍ଥନ ଲାଗି ଅପିଲ୍‌ କରିବା ସହ କହିଛନ୍ତି, ‘ଏବେ ଆଉ ଏକ ନିର୍ବାଚନ ଅଭିଯାନ ସାମ୍ନାରେ ରହିଛି । ମୋ‌ତେ ଆପଣମାନଙ୍କ ଆବଶ୍ୟକତା ରହିଛି । ମୋ କ୍ରାଉଡ ଫଣ୍ଡିଂ କ୍ୟାମ୍ପେନରେ ଯୋଗଦାନ ଦିଅନ୍ତୁ । ଅନ୍ୟପଟେ, ବିଜେପି ନେତା କପିଲ ମିଶ୍ର ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ରାଉଡ୍‌ ଫଣ୍ଡିଂ କ୍ୟାମ୍ପେନକୁ ଜୋରଦାର ବିରୋଧ କରିଛନ୍ତି । ପୂର୍ବରୁ ଏନଆରଆଇ ଏବଂ ଦେଶର ଲୋକେ ଆପଣଙ୍କୁ ଟଙ୍କା ଦେଉଥିଲେ । କିନ୍ତୁ ଏବେ ମିଡିଆରେ ଆସି କ୍ରାଉଡ ଫଣ୍ଡିଂ କରୁଛନ୍ତି, ଏହା ଆପଣଙ୍କ ଦୁର୍ଗତିକୁ ଦର୍ଶାଉଛି । ଏମାନେ ଲୋକମାନଙ୍କ ସଂପର୍କରେ ନାହାନ୍ତି ଏବଂ ପରାଜିତ ହୋଇସାରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.