ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଅଧିକ ୧୦ ଟଙ୍କା ଭଡ଼ା ଦେବାକୁ ମନା କଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ, ଚାପୁଡ଼ା-ଗୋଇଠା ମାରି ଗୁରୁତର କଲା ବସ୍ କଣ୍ଡକ୍ଟର

Published By : Tapas Panda | January 12, 2025 8:09 PM

ଜୟପୁର: ବସ୍‌ କଣ୍ଡକ୍ଟରର ଔଦ୍ଧତ୍ୟ । ମାତ୍ର ୧୦ ଟଙ୍କା ଭଡ଼ା ପାଇଁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ମାଡ଼ ମାରି ଗୁରୁତର କରି ପକାଇଛି କଣ୍ଡକ୍ଟର । ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ଘଟଣାକୁ ନେଇ ଚହଳ ସୃଷ୍ଟି ହୋଇଛି ।  ଜୟପୁର ସିଟି ଟ୍ରାନ୍ସପୋର୍ଟ ସିର୍ଭିସେସ୍‌ ଲିମିଟେଡ୍‌(ଜେସିଟିଏସଏଲ) ଦ୍ବାରା ପରିଚାଳିତ ବସ୍‌ରେ ଏଭଳି ଅଶୋଭନୀୟ କାଣ୍ଡ ଘଟିଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର.ଏଲ. ମୀନାଙ୍କୁ ବସ୍‌ କଣ୍ଡକ୍ଟର ମାଡ଼ ମାରିଛି । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ । ଘଟଣାଟି ଜାନୁଆରୀ ୧୦ (ଶୁକ୍ରବାର)ରେ ଘଟିଥିଲା ବୋଲି ଜଣାପଡ଼ିଛି । 

ମିଳିଥିବା ସୂଚନା ଅନୁସାରେ ୭୫ ବର୍ଷୀୟ ମୀନା ଯେଉଁଠି ଓହ୍ଲାଇବାର ଥିଲା ସେଠାରେ ସମ୍ପୃକ୍ତ ବସ୍‌ର କଣ୍ଡକ୍ଟର ଗାଡ଼ିକୁ ଅଟକାଇ ନଥିଲେ । ମୀନା ନାୟଲାରେ ଓହ୍ଲାଇବାର ଥିଲା କିନ୍ତୁ କଣ୍ଡକ୍ଟର ବସ୍‌କୁ ତା’ଆଗ ଷ୍ଟପ୍‌ କାନୋଟା ନେଇଯାଇଥିଲେ । ଯେହେତୁ ବସ୍‌ ଆଗ ଷ୍ଟପ୍‌କୁ ଯାଇଥିଲା ତେଣୁ କଣ୍ଡକ୍ଟର ମୀନାଙ୍କୁ ଅଧିକ ୧୦ ଟଙ୍କା ଭଡ଼ା ମାଗିଥିଲେ । ସେ ଏଥିରେ ରାଜି ନହୋଇ କଣ୍ଡକ୍ଟର ଉପରେ ବିରକ୍ତ ହୋଇଥିଲେ ।  ଭିଡିଓରୁ ଦେଖିବାକୁ ମିଳିଛି, ପୂର୍ବତନ ଆଇଏଏସ୍‌ ଅଧିକାରୀ ମୀନା ସଂପୃକ୍ତ କଣ୍ଡକ୍ଟରଙ୍କ ଉପରେ ବିରକ୍ତ ହେବା ସହ ଅନ୍ୟ ଏକ ଯାତ୍ରୀଙ୍କୁ ଏନେଇ ଅଭିଯୋଗ କରୁଛନ୍ତି । ଏହା ପରେ କଣ୍ଡକ୍ଟର ଜଣକ ଉତକ୍ଷିପ୍ତ ହେବା ସହ ମୀନାଙ୍କ ଗାଲକୁ ଚାପୁଡ଼ା ମାରୁଛନ୍ତି । ମୀନା ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ କଣ୍ଡକ୍ଟର ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଉଛନ୍ତି । କଣ୍ଡକ୍ଟର ତାଙ୍କୁ ଗୋଇଠା, ବିଧା ମାରି ତଳେ ପକାଇ ଦେବା ପରେ ଅନ୍ୟ କେତେକ ଯାତ୍ରୀ ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲେ । 

ଘଟଣା ସଂପର୍କରେ ଜଣାପଡ଼ିବା ପରେ  ଜେସିଟିଏସଏଲ ଅଭିଯୁକ୍ତ କଣ୍ଡକ୍ଟର ଘନଶ୍ୟାମ ଶର୍ମାକୁ ନିଲମ୍ବନ କରିଛି । ଜଣେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଘନଶ୍ୟାମକୁ ନିଲମ୍ବନ କରାଯାଇଥିବା ନେଇ ଜେସିଟିଏସଏଲ୍‌ ପକ୍ଷରୁ କୁହାଯାଇଛି । ଏହା ସହ ଘନଶ୍ୟାମ ବିରୋଧରେ ତଦନ୍ତ ହେବ ବୋଲି ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.