ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିଲା ଆକ୍ରମଣ; ତଦନ୍ତରୁ ଜଣାପଡ଼ିଲା ସବୁ ସତ

Published By : Soubhagya Ranjan | January 12, 2025 8:11 PM

ନୂଅଦିଲ୍ଲୀ,୧୨/୦୧: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ମାମଲାରେ ପୋଲିସର ଅନୁସନ୍ଧାନରେ ଅନେକ ଖୁଲାସା କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଶେଖ ହସିନା ସରକାରଙ୍କ ପତନ ସମୟରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣର ୯୮.୪ ପ୍ରତିଶତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ମାତ୍ର ୧.୫୯ ପ୍ରତିଶତ ଆକ୍ରମଣ ସାମ୍ପ୍ରଦାୟିକତା କାରଣରୁ ଘଟିଛି। ଅଗଷ୍ଟ ୪ ରୁ ଅଗଷ୍ଟ ୨୦ ମଧ୍ୟରେ ଘଟି‌ଥିବା ଘଟଣାକୁ ନେଇ ପୋଲିସର ଅନୁସନ୍ଧାନରୁ ଏହି ସୂଚନା ସାମ୍ନାକୁ ଆସିଛି। ଏବେ ପ୍ରଶ୍ନ ଉଠୁଛି ଯେ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ୟୁନୁସ ସରକାର କ’ଣ ପଦକ୍ଷେପ ନେବେ?

ଅନୁସନ୍ଧାନରେ ଅନେକ ଖୁଲାସା: 

ଶେଖ ହସିନା ସରକାରଙ୍କ ପତନ ସମୟରେ ସଂଖ୍ୟାଲଘୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଅତ୍ୟାଚାରର ହୋଇଥିବା ୧୪୧୫ ଟି ରିପୋର୍ଟ ମଧ୍ୟରୁ ୯୮.୪ ପ୍ରତିଶତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାବେଳେ ୧.୫୯ ପ୍ରତିଶତ ସାମ୍ପ୍ରଦାୟିକ କାରଣରୁ ହୋଇଥିଲା। ଏହି ସୂଚନା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରେସ ୱିଙ୍ଗ ଶନିବାର ଏକ ପ୍ରେସ ବିଜ୍ଞପ୍ତିରେ ସେୟାର କରିଛି। 

କହିରଖୁଛୁ ଯେ ବାଂଲାଦେଶ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏକତା ପରିଷଦ ଏହାରି ଭିତରେ ସାମ୍ପ୍ରଦାୟିକ ହିଂସା ଘଟଣାର ୨୦୧୦ ରିପୋର୍ଟ କରିଥିଲା। ତେବେ ପୋଲିସର ତଥ୍ୟରେ ୧୭୬୯ ଆକ୍ରମଣ ଏବଂ ଭଙ୍ଗାରୁଜା ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ପୋଲିସ ୧୪୧୫ ଘଟଣାର ତଦନ୍ତ କରିସାରିଥିବା ବେଳେ ୩୫୪ ଟି ଘଟଣାର ତଦନ୍ତ ଏବେ ମଧ୍ୟ ଚାଲିଛି। ଅନୁସନ୍ଧାନ ସମୟରେ, ୧୬୧ ଟି ମାମଲାରେ ପ୍ରମାଣ ମିଳି ନ ଥିବାବେଳେ ୧୨୫୪ ଟି ମାମଲା ପ୍ରମାଣିତ ହୋଇଥିଲା।

୫ ଅଗଷ୍ଟରୁ ୮ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ, ବାଂଲାଦେଶରେ ୨୨୦୦ ସଂଖ୍ୟାଲଘୁଙ୍କୁ ହତ୍ୟା ଏବଂ ଆକ୍ରମଣ କରିବାର ଘଟଣା ରିପୋର୍ଟ କରାଯାଇଥିଲା। ଏହା ପରେ ଅନ୍ତରିଣ ସରକାର ଏହି ରିପୋର୍ଟଗୁଡ଼ିକୁ ବଢ଼ାଇ ଚଢ଼ାଇ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଦର୍ଶାଇ ଖାରଜ କରିଦେଇଥିଲେ ଏବଂ ଗମ୍ଭୀରତାକୁ ସ୍ୱୀକାର କରିବାକୁ ରାଜି ହୋଇନଥିଲେ।ବର୍ତ୍ତମାନ, ୪-୫ ମାସ ପରେ, ତାଙ୍କ ନିଜ ପୋଲିସ୍ ଅନୁସନ୍ଧାନ କରି ସ୍ୱୀକାର କରିଛନ୍ତି ଯେ ଆକ୍ରମଣ ହୋଇଛି, ମାତ୍ର ୧୭୬୯ଟି ମାମଲା ସାମ୍ନାକୁ ଆସିଛି।

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.