ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

HMPV ଭାଇରସକୁ ଭୟ କରିବାର କୌଣସି କାରଣ ନାହିଁ, ବଢୁଥିବା ମାମଲା ଭିତରେ ଆଶ୍ବସ୍ତିକର ଖବର ଦେଲା ଚୀନ୍...

Published By : Ladu Kishor | January 12, 2025 10:39 PM

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ HMPV ଭାଇରସର ବଢ଼ୁଥିବା ମାମଲା ପୁଣି ଥରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଭଳି ପରିସ୍ଥିତି ସୃଷ୍ଟି କରିଛି । ଏପରିକି ଭାରତରେ ମଧ୍ୟ, ଅନେକ ରାଜ୍ୟରେ HMPV ଭାଇରସର ମାମଲା ରିପୋର୍ଟ ହୋଇଛି । ସାରା ବିଶ୍ୱରେ ବଢ଼ୁଥିବା ଚିନ୍ତା ମଧ୍ୟରେ, ଚୀନ୍ ଏକ ଆଶ୍ୱସ୍ତିକର ଖବର ଦେଇଛି । ଏନେଇ ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଆଜି (ରବିବାର) କହିଛନ୍ତି ଯେ, ଉତ୍ତର ଚୀନ୍‌ର ରାଜ୍ୟ ଗୁଡ଼ିକରେ ଫ୍ଲୁ ଭଳି ଲକ୍ଷଣ ଥିବା ହ୍ୟୁମାନ ମେଟାପନ୍ୟୁମୋଭାଇରସ୍ (HMPV) ମାମଲା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ।

ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ଗବେଷକ ୱାଙ୍ଗ ଲିପିଙ୍ଗ୍ ସ୍ପଷ୍ଟ କରିଛନ୍ତି ଯେ, HMPV କୌଣସି ନୂତନ ଭାଇରସ୍ ନୁହେଁ। ଏହା ଅନେକ ଦଶନ୍ଧି ଧରି ମଣିଷ ସହିତ ରହିଛି । ୱାଙ୍ଗ କହିଛନ୍ତି ଯେ, ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ମାମଲା ସଂଖ୍ୟାରେ ବୃଦ୍ଧି ଉନ୍ନତ ପରୀକ୍ଷଣ କୌଶଳ ଯୋଗୁଁ ହୋଇଛି । ସେ କହିଛନ୍ତି ଯେ ବର୍ତ୍ତମାନ HMPV ମାମଲା ଗୁଡ଼ିକର ପଜିଟିଭ୍ ହାର ହ୍ରାସ ପାଉଛି । ବିଶେଷକରି ଉତ୍ତର ଚୀନ୍ ପ୍ରଦେଶ ଗୁଡ଼ିକରେ ଏବଂ ୧୪ ବର୍ଷରୁ କମ୍ ବୟସର ରୋଗୀଙ୍କ ମଧ୍ୟରେ ମାମଲା ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଛି।

ଚୀନ୍ ସ୍ୱାସ୍ଥ୍ୟ କମିଶନର ମେଡିକାଲ୍ ଏମରଜେନ୍ସି ରେସପନ୍ସ ବିଭାଗର ଉପନିର୍ଦ୍ଦେଶକ ଗାଓ ଜିନକିଆଙ୍ଗ କହିଛନ୍ତି ଯେ, ସାରା ଦେଶରେ ଜ୍ୱର କ୍ଲିନିକ୍ ଏବଂ ଜରୁରୀକାଳୀନ ବିଭାଗରେ ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି । ତଥାପି, ଏହା ଗତ ବର୍ଷ ତୁଳନାରେ ଏବେ ବି କମ୍ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଚିକିତ୍ସା ସମ୍ବଳର କୌଣସି ଅଭାବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.