ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କେଜ୍ରିଓ୍ବାଲଙ୍କ ଦାବିକୁ ଖଣ୍ଡନ କଲେ ରମେଶ ବିଧୁରୀ, କହିଲେ- ‘କୌଣସି ପଦ ପାଇଁ ଦାବିଦାର ନୁହେଁ’

Published By : Tapas Panda | January 12, 2025 6:55 PM

Image Courtesy: timesofindia

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରତି ଜବାବ ଦେଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ରମେଶ ବିଧୁରୀ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି କେଜ୍ରିଓ୍ବାଲ ଦାବି କରିଥିଲେ । କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛନ୍ତି ରମେଶ ବିଧୁରୀ । ଏଥିରେ କୌଣସି ସତ୍ୟତା ନାହିଁ ଏବଂ କୌଣସି ପଦ ଲାଗି ଦାବିଦାର ନୁହେଁ ବୋଲି ସେ କହିଛନ୍ତି । ଲୋକମାନଙ୍କ ସେବା କରିବାକୁ ମୋତେ ଦଳ ଦାୟିତ୍ବ ଦେଇଛି ବୋଲି ବିଧୁରୀ କହିଛନ୍ତି । 

ରବିବାର ଏକ ପତ୍ର ଜାରି କରି ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ମୋର କୌଣସି ବ୍ୟକ୍ତିଗତ ଯୋଜନା ନାହିଁ । ଆମ ଆଦମୀ ପାର୍ଟି ଏହାକୁ ନେଇ ଏକ ଭ୍ରମ ସୃଷ୍ଟି କରୁଛି । ଦଳ ମୋତେ ବହୁତ କିଛି ଦେଇଛି ଏବଂ ମୋତେ କୌଣସି ପଦ ପଦବୀ ଲାଗି ଲୋଭ ନାହିଁ ବୋଲି କହିଛନ୍ତି ରମେଶ ବିଧୁରୀ । ଏହା ସହ କେଜ୍ରିଓ୍ବାଲ ଏକ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁଛନ୍ତି ବୋଲି ରମେଶ ବିଧୁରୀ ପାଲଟା ଅଭିଯୋଗ କରିଛନ୍ତି । 

ସେ ଆହୁରି କହିଛନ୍ତି, କେଜ୍ରିଓ୍ବାଲ ମୋତେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଦାବି କରି ଏହା ସ୍ପଷ୍ଟ କରିଦେଇଛନ୍ତି ଦିଲ୍ଲୀରେ ବିଜେପି ସରକାର କରିବାକୁ ଯାଉଛି । ଏହା ସହ କେଜ୍ରିଓ୍ବାଲ ନିଜର ପରାଜୟକୁ ସ୍ବୀକାର କରିନେଇଛନ୍ତି । ଦିଲ୍ଲୀର ଲୋକେ ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି । ମଦ ଦୁର୍ନୀତି, ଶିକ୍ଷା ଓ ସ୍ବାସ୍ଥ୍ୟ ଦୁର୍ନୀତି ଏବଂ ଶୀଶ୍‌ମହଲ ବିବାଦରେ ଘେରି ରହିଥବା ଆପ୍‌ର ନିୟନ୍ତ୍ରଣରୁ ମୁକ୍ତ ହେବାକୁ ଦିଲ୍ଲୀବାସୀ ଚାହୁଁଛନ୍ତି ବୋଲି ରମେଶ ବିଧୁରୀ ଦାବି କରିଛନ୍ତି । ଲୋକେ ଦିଲ୍ଲୀରେ ବିଜେପି ସରକାର ଗଢ଼ୁ ବୋଲି ଇଚ୍ଛା କରୁଥିବା ସେ କହିଛନ୍ତି । ସରକାରର କୁପରିଚାଳନା ପାଇଁ କେଜ୍ରିଓ୍ବାଲଙ୍କ ଭ୍ରଷ୍ଟାଚାର ଏବଂ ଦୁର୍ନୀତିକୁ ଦାୟୀ କରିଛନ୍ତି   ବିଜେପି ପ୍ରାର୍ଥୀ ରମେଶ ବିଧୁରୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.