ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘ ମୋ ପତ୍ନୀ ବି ମୋତେ ଦେଖିବାକୁ ପସନ୍ଦ କରନ୍ତି ‘ ; ୯୦ ଘଣ୍ଟାର କାର୍ଯ୍ୟ ମନ୍ତବ୍ୟରେ ଅଦାର ପୁନୱାଲଙ୍କ ପ୍ରତିକ୍ରିୟା

Published By : Prameya | January 12, 2025 8:14 PM

ନୂଆଦିଲ୍ଲୀ : ଲାର୍ସନ ଆଣ୍ଡ ଟୁବ୍ରୋ ( ଏଲଆଣ୍ଡଟି)ର ଚେୟାରମ୍ୟାନ୍‌ ଏସ.ଏନ ସୁବ୍ରମଣ୍ୟମ ସପ୍ତାହରେ ୯୦ ଘଣ୍ଟା କାମ କରିବାକୁ ଦେଇ ଥିଲେ ପରାମର୍ଶ , ଏହାପରେ ଏହାକୁ ନେଇ ନାନା ଆଲୋଚନା ଓ ସମାଲୋଚନା ଚାଲିଛି। ସେ କହିଥିଲେ କି, କେବେ ସୁଦ୍ଧା ନିଜର ପତ୍ନୀଙ୍କୁ ଘରେ ଦେଖୁ ଥିବେ, ଅଫିସ୍‌ ଯାଇ କାମ କରିବା ଉଚିତ୍‌। ଏହି ବୟାନ ପରେ ଅନେକ କର୍ପୋରେଟ୍‌ ଲିଡର୍ସଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି। ଏବେ କରୋନା ଭାଇରସ ମହାମାରୀ ବେଳେ କୋଭିଶିଲ୍ଡ ଭାକ୍ସିନ ତିଆରି କରୁଥିବା କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସଆଇଆଇ)ର ମାଲିକ ଅଦାର ପୁନାୱାଲା ମଧ୍ୟ ନିଜର ମତ ରଖିଛନ୍ତି। ସେ ଆନନ୍ଦ ମହିନ୍ଦ୍ରାଙ୍କ ବୟାନର ସମର୍ଥନ କରିଛନ୍ତି, ଯେଉଁଥିରେ ସେ କହିଥିଲେ କି ,ତାଙ୍କୁ କ୍ୱାଣ୍ଟିଟି ନୁହେଁ , କାମର କ୍ୱାଲିଟି ପସନ୍ଦ। ଏହାସହ , ସେ ନିଜ ପତ୍ନୀଙ୍କୁ ମଧ୍ୟ ଦେଖିବାକୁ ପସନ୍ଦ କରୁଥିବା କହନ୍ତି। 

ଏସଆଇଆଇର ସିଇଓ ତଥା ମାଲିକ ଅଦାର ପୁନାୱାଲା ସୋସିଆଲ ମିଡ଼ିଆ ପ୍ଲାଟଫର୍ମଏକ୍ସରେ ଲେଖିଛନ୍ତି ,ହଁ ଆନନ୍ଦ ମହିନ୍ଦ୍ରା , ଏମିତି କି ମୋର ପତ୍ନୀ ନତାଶା ପୁନାୱାଲା ମଧ୍ୟ କୁହନ୍ତି କି ମୁଁ ବହୁତ ଭଲ ଓ ସେ ମୋତେ ରବିବାର ମଧ୍ୟ ବେଶୀ ଦେଖିବାକୁ ପସନ୍ଦ କରନ୍ତି। କାମର ଗୁଣବତ୍ତା (କ୍ୱାଲିଟି) ସର୍ବଦା ମାତ୍ରା (କ୍ୱାଣ୍ଟିଟି)ଠାରୁ ଅଧିକ ପ୍ରମୁଖ ରଖିଥାଏ। ଅଦାରଙ୍କ ପୋଷ୍ଟ ଉପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଆସୁଛି। ଜଣେ ୟୁଜର ଭିନା ଜୈନ ଲେଖିଛନ୍ତି କି, ମୋତେ ଏହା ଦେଖି ଖୁସି ହୋଇଛି କି, ଅତି କମ୍‌ରେ କିଛି ଲୋକ ଶକ୍ତିଶାଳୀ ପଦରେ ୱାର୍କ ଲାଇଫ୍‌ ବାଲାନ୍ସ ବିଷୟରେ କହୁଛନ୍ତି। ଆଶା କି, ଅଧିକ ଲୋକ ଏହା ଉପରେ ଧ୍ୟାନ ଦେବେ। ଆଉ ଜଣେ ୟୁଜର ମଧ୍ୟ କହିଛନ୍ତି କି, ମୁଁ ଆପଣଙ୍କ କଥାରେ ସହମତି ଅଛି, ୱାର୍କ ଲାଇଫ୍‌ ବାଲାନ୍ସ ବହୁତ ଜରୁରୀ। 

ଉଲ୍ଲେଖନୀୟ ଯେ , ମହିନ୍ଦ୍ରା ସମୂହର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଶନିବାର କହିଥିଲେ କି, କାମର ଗୁଣବତ୍ତା ଉପରେ ଧ୍ୟାନ ଦିଅ , ଏହାର ମାତ୍ରା ଉପରେ ନୁହେଁ , କାରଣ ୧୦ଘଣ୍ଟାର ଦୁନିଆ ବଦଳି ପାରେ। ଏହାସହ , ମହିନ୍ଦ୍ରା ମଧ୍ୟ ଲାର୍ସନ ଆଣ୍ଡ ଟୁବ୍ରୋ (ଏଲଆଣ୍ଡଟି)ର ଅଧ୍ୟକ୍ଷ ଏସ.ଏନ.ସୁବ୍ରମଣ୍ୟମଙ୍କ ଦ୍ୱାରା ସପ୍ତାହରେ ୯୦ ଘଣ୍ଟା କାମ କରିବାର ଆଲୋଚନାରେ ସାମିଲ ହୋଇ ଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.