ନୂଆଦିଲ୍ଲୀ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ମାହୋଲ ପୂରା ସରଗରମ। ଆଉ ଏହି ଭିତରେ ବାତାବରଣକୁ ଆହୁରି ସଙ୍ଗୀନ କରିଛି ଏହି ଖବର। ଫେକ୍ ଡକ୍ୟୁମେଣ୍ଟରେ ଭୋଟର ଆଇଡି କାର୍ଡ ତିଆରି କରିବା ମାମଲା ସାମ୍ନାକୁ ଆସିଛି। ଏବେ ଦିଲ୍ଲୀ ପୁଲିସ ଭୋଟର ଆଇଡି କାର୍ଡ ପାଇବାକୁ ଫେକ୍ କାଗଜପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅଧିକାରୀମାନେ ରବିବାର କହିଛନ୍ତି କି, ଅଭିଯୁକ୍ତଙ୍କ ପରିଚୟ ମିଳିଛି, ସେମାନେ ହେଲେ ରମେଶ ଏନକ୍ଲେଭ୍ ନିବାସୀ ୩୫ ବର୍ଷିୟ କ୍ୟାବ୍ ଚାଳକ ଜୁବେର ଓ କିରାରି ସୁଲେମାନ ନଗର ନିବାସୀ ୩୦ ବର୍ଷିୟ ନଦୀମ।
ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ମାମଲା ୩୦ ଡିସେମ୍ୱରରେ ସେତେବେଳେ ସାମ୍ନାକୁ ଆସିଲା , ଯେତେବେଳେ ବିଧାନସଭା କ୍ଷେତ୍ର ୦୯ (କିରାରୀ)ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ) ପକ୍ଷରୁ ଅଭିଯୋଗ ରୁଜୁ କରାଯାଇ ଥିଲା। ଏହି ଅଭିଯୋଗ ପ୍ରେମ ନଗର ପୁଲିସ ଥାନାରେ ଦିଆ ଯାଇଥିଲା। ଅଭିଯୋଗରେ କୁହାଯାଇ ଥିଲା ଯେ, ୫ଜଣ ଲୋକ ଫେକ୍ କାଗଜପତ୍ରର ବ୍ୟବହାର କରି ଭୋଟର ଆଇଡିର ରେଜିଷ୍ଟ୍ରେସନ ପାଇଁ ଆବେଦନ କରିଛନ୍ତି।
ଅଭିଯୋଗ ମିଳିବା ପରେ ଏହି କାଗଜପତ୍ରର ଯାଞ୍ଚ କରାଯାଇଛି। ଯାଞ୍ଚରେ ଜଣାପଡ଼ିଛି କି, ଜୁବେରଙ୍କ ଆବେଦନରେ ଭୁଲ ସୂଚନା ଦିଆ ଯାଇ ଥିଲା। ଅଭିଯୋଗ ଆଧାରରେ ଏକ ଏଫଆଇଆର ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ଯାଞ୍ଚ ଓ ଗିରଫଦାରୀ ପାଇଁ ଏକ ଟିମ୍ ମଧ୍ୟ ଗଠନ ହୋଇଛି। ଯାଞ୍ଚରେ ଜଣାପଡ଼ିଛି କି ୩ଜଣ ଅଭିଯୁକ୍ତଙ୍କ ମତଦାତା ପଞ୍ଜୀକରଣ ଆବେଦନ ବୈଧ ଥିଲା, ହେଲେ ଜୁବେରଙ୍କର ଆବେଦନ ନକଲି ଥିବା ଜଣାପଡ଼ି ଥିଲା।
ପୁଲିସ ଅଧିକାରୀ କହିଛନ୍ତି କି , ଟ୍ୟାମ୍ପରିଂ ଅଭିଯୁକ୍ତ ଜୁବେରଙ୍କର ଆଧାର କାର୍ଡ ଉପରେ ଥିବା ଆବାସୀୟ ଠିକଣା ସହ ଜଡ଼ିତ ଥିଲା। ଏହି ଭୋଟର ଆଇଡି କାର୍ଡ ପାଇଁ ଆବେଦନ ପୂର୍ବରୁ ବଦଳା ଯାଇଛି। ଆଧାର ନଂ ଅସଲି ହେବା ସତ୍ତ୍ୱେ ଠିକଣାରେ ଜାଲିଆତି କରାଯାଇଛି। ଯାଞ୍ଚରେ ଜଣାପଡ଼ିଲା କି , ଅଭିଯୁକ୍ତ ଜୁବେର ଜାଣିଶୁଣି ଭୋଟର କାର୍ଡ ହାସଲ କରିବାକୁ ଉକ୍ତ ପରିବର୍ତ୍ତନ କରିଥିଲେ। ଯାଞ୍ଚରେ ଏହା ମଧ୍ୟ ଜଣାପଡ଼ିଛି କି, ଜୁବେର ନିଜର ମୂଳ ଆଧାର କାଗଜପତ୍ର ନଦୀମଙ୍କୁ ପ୍ରଦାନ କରି ଦେଇ ଥିଲେ।