ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀ ନିର୍ବାଚନକୁ ନେଇ ଅମିତ୍ ଶାହଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ବିଜୟରୁ ଆରମ୍ଭ ହେବ ବର୍ଷ ୨୦୨୫...

Published By : Ladu Kishor | January 12, 2025 8:22 PM

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ, ମହାରାଷ୍ଟ୍ରର ଶିରିଡିରେ ଆଜି (ରବିବାର) ମହାରାଷ୍ଟ୍ର ବିଜେପିର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ ହୋଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଂଶଗ୍ରହଣ କରି କର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।

ଶାହ କହିଛନ୍ତି ଯେ, “ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବାକୁ ଯାଉଛି । ୨୦୨୪ ମସିହାରେ, ବର୍ଷଟି ମହାରାଷ୍ଟ୍ରରେ ଏକ ବଡ଼ ବିଜୟ ସହିତ ଶେଷ ହୋଇଥିଲା ଏବଂ ନୂତନ ବର୍ଷ ୨୦୨୫ ଦିଲ୍ଲୀରେ ଏକ ବିଜୟ ସହିତ ଆରମ୍ଭ ହେବ।” ସମ୍ମିଳନୀ ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ କର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (UBT) ସଭାପତି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ଅମିତ ଶାହ ବିଜେପି କର୍ମୀ ମାନଙ୍କୁ କହିଥିଲେ ଯେ, "ଉଦ୍ଧବ ଠାକରେ ଆମ ସହିତ ବିଶ୍ୱାସ ଘାତକତା କରିଥିଲେ ଏବଂ ତୁମେମାନେ (ବିଜେପି କର୍ମୀମାନେ) ତାଙ୍କୁ ତାଙ୍କର ସ୍ଥାନ ଦେଖାଇ ଦେଇଥିଲ । ଏହା ସହିତ, ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ସେ କହିଛନ୍ତି କି, “ପ୍ରକୃତ ଏନସିପି ଏବଂ ପ୍ରକୃତ ଶିବସେନା ମହାରାଷ୍ଟ୍ରରେ ନିର୍ବାଚନ ଜିତିଛନ୍ତି । ରାଜ୍ୟର ଲୋକମାନେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ମହାରାଷ୍ଟ୍ରର ଲୋକମାନେ ବଂଶବାଦ ରାଜନୀତି ଏବଂ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ବିଶ୍ୱାସଘାତକତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ନିର୍ବାଚନ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ସେମାନଙ୍କର ପ୍ରକୃତ ସ୍ଥାନ ଦେଖାଇ ଦେଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.