ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହିଳା କ୍ରିକେଟରେ ଭାରତ ରଚିଲା ଇତିହାସ; ଆର୍ୟଲାଣ୍ଡ ବିପକ୍ଷରେ ଶତକ ଯୋଡ଼ିଲେ ଜେମିମା

Published By : Soubhagya Ranjan | January 12, 2025 6:56 PM

Image source: Cricbuzz

ନୂଆଦିଲ୍ଲୀ,୧୨/୦୧: ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଭାରତ ଏବଂ ଆର୍ୟଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଉଛି। ରବିବାର ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ନିଜର ରେକର୍ଡ ଭାଙ୍ଗିଛି। ଭାରତ ଏହାର ଶ୍ରେଷ୍ଠ ଦିନିକିଆ ସ୍କୋର କରିଥିଲା। ୫ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୩୭୦ ରନ୍ ସଂଗ୍ରହ କରିଛି। ଏଥିରେ ଜେମିମା ରୋଡ୍ରିଗସ୍ ଏକ ଶତକ ହାସଲ କରିଥିଲେ। ହରଲିନ ଦେଓଲ୍, ପ୍ରତିକା ରାୱଲ୍ ଏବଂ ସ୍ମୃତି ମନ୍ଧାନା ଅର୍ଦ୍ଧଶତକ ହାସଲ କରିଥିଲେ।

ରାଜକୋଟ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଅଧିନାୟକ ସ୍ମୃତି ମନ୍ଧାନା ଏବଂ ପ୍ରତୀକ ରାୱଲ ଓପନିଂ ଆସିଥିଲେ। ଏହି ଦୁଇଜଣଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ଥିଲା। ପ୍ରତୀକ ୬୭ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ମନ୍ଧାନା ୭୩ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ସେ ୧୦ ଚୌକା ଓ ୨ ଛକା ଯୋଡ଼ିଥିଲେ। ଏହା ପରେ ହାରଲିନ୍ ଦେଓଲ ମଇଦାନକୁ ଓହ୍ଲାଇଥିଲେ। ସେ ୧୨ ଚୌକା ସହାୟତାରେ ୮୯ ରନ୍ ସଂଗ୍ରହ କରିଥିଲେ।

ଜେମିମାଙ୍କ ଶତକ:

ଜେମିମା ରୋଡ୍ରିଗସ୍ ଭାରତ ପାଇଁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୯୧ ବଲ୍‌ରେ ୧୦୨ ରନ୍ ସଂଗ୍ରହ କରିଥିଲେ। ଜେମିମାଙ୍କ ଇନିଂସରେ ସେ ୧୨ଟି ଚୌକା ଯୋଡ଼ିଥିଲେ। ରିଚା ଘୋଷ ୧୦ ରନ୍ କରିଥିଲେ। ତେଜଲ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ଏହିପରି ଭାରତ ଜିତିବା ପାଇଁ ଆର୍ୟଲାଣ୍ଡକୁ ୩୭୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

ରେକର୍ଡ ଭାଙ୍ଗିଲା ଭାରତ: 

ମହିଳା ଦଳ ରାଜକୋଟରେ ସର୍ବାଧିକ ଦିନିିକିଆ ସ୍କୋର କରିଛି। ଟିମ୍ ଇଣ୍ଡିଆ ୩୭୦ ରନ୍ ସଂଗ୍ରହ କରିଛି। ଯଦି ଆମେ ସାମଗ୍ରିକ ତାଲିକାକୁ ଦେଖିବା, ସର୍ବାଧିକ ଦିନିକିଆ ସ୍କୋର କରିବାରେ ଭାରତୀୟ ମହିଳା ଦଳ ୧୫ ତମ ସ୍ଥାନରେ ରହିଛି। ଟିମ୍ ଇଣ୍ଡିଆ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୫୮ ରନ୍ ସ୍କୋର କରିଥିଲା। ପୂର୍ବରୁ ଏହା ସର୍ବୋତମ ସ୍କୋର କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.