ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଜେମିମାଙ୍କ ଦମଦାର ଶତକ, ଆୟର୍ଲାଣ୍ଡକୁ ୩୭୧ରନ୍ ଟାର୍ଗେଟ ଦେଲା ଭାରତ

Published By : Ankita S | January 12, 2025 3:03 PM

ନୂଆଦିଲ୍ଲୀ,୧୨/୦୧: ମହିଳା ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରି ରନର ପାହାଡ ଛିଡା କରିଛି ସ୍ମୃତି ମାନ୍ଧାନାଙ୍କ ନେତୃତ୍ବଧୀନ ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୭୦ ରନ କରିଛି ଭାରତ । ଦିନିକିଆରେ ଏହା ଭାରତର ସର୍ବବୃହତ ଦଳଗତ ସ୍କୋର । ଆୟର୍ଲାଣ୍ଡକୁ ୩୭୧ରନ ବିଜୟ ଲକ୍ଷ୍ୟ ଦେଇଛି ଟିମ୍ ଇଣ୍ଡିଆ । ଜେମିମା ରୋଡ୍ରିଗ୍ସ ୧୦୨ରନର ଦମଦାର ଶତକୀୟ ପାଳି ଖେଳିଛନ୍ତି । ଏହା ତାଙ୍କର ପ୍ରଥମ ଦିନିକିଆ ଶତକ । ଆୟର୍ଲାଣ୍ଡ ପକ୍ଷରୁ ଓର୍ଲା ପ୍ରିଣ୍ଡେଗାଷ୍ଟ ୨ଟି ୱିକେଟ ନେଇଛନ୍ତି । ପ୍ରଥମ ଦିନିକିଆ ଜିତିଥିଲା ଭାରତ । ବର୍ତ୍ତମାନ ସିରିଜ୧-୦ ସ୍ଥିତିରେ ରହିଛି ।

ଟସ୍  ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ସ୍ମୃତି ମାନ୍ଧନା । ପ୍ରତୀକା ରାୱଲ ଓ ସ୍ମୃତି ମାନ୍ଧାନା ଓପନିଂ କରିଥିଲେ । ୫ ଓଭରରେ ଦୁଇଜଣଙ୍କ ମଧ୍ୟରେ ୫୦ରନ ଭାଗୀଦାରି ହୋଇଥିଲା । ଆୟର୍ଲାଣ୍ଡ ବୋଲରଙ୍କ ପାଇଁ ଏହି ଯୋଡିକୁ ଭାଙ୍ଗିବା କଷ୍ଟକର ହୋଇଥିଲା । ୧୫ତମ ଓଭରରେ ଅର୍ଦ୍ଧଶତକ ହାସଲ କରିଥିଲେ ପ୍ରତୀକ୍ଷା ରାୱଲ । ଦଳୀୟ ସ୍କୋର ୧୫୬ରେ ସ୍ମୃତି ମାନ୍ଧାନା ୫୪ ବଲରେ ୭୩ରନ କରି ଓର୍ଲାଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ୬୭ରନ କରି ଜିଓଗିନାଙ୍କ ବଲରେ ପାଭିଲିୟନ ଫେରିଥିଲେ ପ୍ରତୀକା ରାୱଲ । ପରେ ହର୍ଲିନ ଦେଓଲ ଓ ଜେମିମି ବ୍ୟାଟିମ କରିଥିଲେ ।

ଏହି ଯୋଡି ମଧ୍ୟ ଆୟର୍ଲାଣ୍ଡ ବୋଲରଙ୍କୁ ନାକେଦମ କରିଥିଲେ । ଉଭୟଙ୍କ ବ୍ୟାଟିଂ ବଳରେ ଦଳୀୟ ସ୍କୋର ୨୦୦ରେ ପହଞ୍ଚିଥିଲା । ଜେମିମା ଦିନିକିଆରେ ୧୦୦୦ ରନ ପୂରଣ କରିଥିଲେ । ୯୧ ବଲରେ ୧୦୨ରନ ଶତକୀୟ ପାଳି ଖେଳିଥିଲେ ଜେମିମା । ହର୍ଲିନ ଦେଓଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ୮୯ ରନ କରି ଅର୍ଲିନ କେଲିଙ୍କ ବଲରେ ଆଉଟ ହୋଇଥିଲେ । ରାଚା ଘୋଷ ୧୦ରନ କରିଥିଲେ । ଭାରତ ୫ ୱିକେଟ ହରାଇ ୩୭୦ ରନ କରିଛି । ଆୟର୍ଲାଣ୍ଡ ଆଗରେ ୩୭୧ରନ ବିଜୟ ଲକ୍ଷ୍ୟ ରହିଛି । ଆୟର୍ଲାଣ୍ଡ ପକ୍ଷକୁ ଓର୍ଲା ସର୍ବାଧିକ ୨ଟି ୱିକେଟ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.