ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଇପିଏଲର ତାରିଖରେ ପରିବର୍ତ୍ତନ ; ଏବେ ୧୪ମାର୍ଚ୍ଚରୁ ଆରମ୍ଭ ହେବ ନାହିଁ ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ କେବେ ଠୁ ହେବ ଆରମ୍ଭ

Published By : Gurupada Nath | January 12, 2025 5:49 PM

ମୁମ୍ବାଇ, ୧୨/୧ :  ଆଇପିଏଲ୍ ୨୦୨୫ର ଆରମ୍ଭ ୧୪ମାର୍ଚ୍ଚରୁ ହେବାକୁ ଥିଲା । କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟ ବିଳମ୍ବରେ ଆରମ୍ଭ ହେବ  । ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି କି ଆଇପିଏଲର ଆଗାମୀ ସିଜନର ତାରିଖରେ ପରିବର୍ତ୍ତନ କରାଯାଇଛି । ଏବେ ଆଇପିଏଲ୍ ୨୦୨୫ର ଆରମ୍ଭ ୨୩ମାର୍ଚ୍ଚରୁ ହେବ । କିନ୍ତୁ ଏବେ ପର୍ଯ୍ୟନ୍ତ ପ୍ଲେଅଫ ଏବଂ ଫାଇନାଲ ମ୍ୟାଚ ତାରିଖ ଜଣାପଡ଼ିନାହିଁ । ଆଇପିଏଲର ନୂଆ ସିଡ୍ୟୁଲ ଉପରେ ଖୁବଶୀଘ୍ର କାମ ଆରମ୍ଭ ହେବ । 

ବିସିସିଆଇ ନିକଟରେ ମୁମ୍ବାଇ ହେଡକ୍ବାର୍ଟରରେ ମିଟିଂ କରିଥିଲା । ଏଥିରେ କେତେକ ମୁଖ୍ୟ ମୁଦ୍ଦା ଉପରେ ଚର୍ଚ୍ଚା ହୋଇଥିଲା । ଏବେ ଆଗାମୀ ମିଟିଂ ୧୮କିମ୍ବା ୧୯ଜାନୁଆରୀରେ ହୋଇପାରେ । ଏଥିରେ ଚାମ୍ପିୟନ୍ସ ଟ୍ରଫିକୁ ଲାଗି ଟିମ୍ ଇଣ୍ଡିଆର ସ୍କ୍ବାର୍ଡ଼ ଫାଇନାଲ କରାଯିବ । ଏହାସହ ଆଇପିଏଲକୁ ନେଇ ବି ଚର୍ଚ୍ଚା ହୋଇପାରେ । ସୂଚନା ମୁତାବକ ଆଇପିଏଲ୍ ୨୦୨୫ର ତାରିଖ ପରିବର୍ତ୍ତନ କରି ୨୩ମାର୍ଚ୍ଚ କରାଯାଇଛି । ଟୁର୍ଣ୍ଣାମେଣ୍ଟ ଏବେ ଟିକେ ବିଳମ୍ବରେ ଆରମ୍ଭ ହେବ ।

ପ୍ରକାଶ ଯେ, ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ୯ମାର୍ଚ୍ଚରେ ଖେଳାଯିବ । ଯାହାକି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ୪ମାର୍ଚ୍ଚ ଏବଂ ଦ୍ବିତୀୟ ସେମିଫାଇନାଲ ୫ମାର୍ଚ୍ଚରେ ଖେଳାଯିବ । ଏହି ବୈଠକ ପରେ ୧୪ମାର୍ଚ୍ଚରୁ ଆଇପିଏଲ୍ ଆରମ୍ଭ ହେବାକୁ ଥିଲା । ଏହି କାରଣରୁ ଖେଳାଳୀଙ୍କୁ ଅଧିକ ବ୍ରେକ ମିଳିପାରିନଥାନ୍ତା । ଆଇପିଏଲରେ କେତେକ ବିଦେଶୀ ଖେଳାଳୀ ବି ଭାଗ ନେବେ‌ । ଯାହାକି ମାର୍ଚ୍ଚରେ ପାକିସ୍ତାନ ଏବଂ ୟୁଏଇରେ ଚାମ୍ପିୟନ୍ସ ଟ୍ରଫି ହେବ । ପ୍ରକାଶ ଯେ ତାଙ୍କୁ ଆରାମ୍ ମିଳିପାରିନଥାନ୍ତା। ତେବେ ଆଇପିଏଲର ତାରିଖ କାହିଁକି ପରିବର୍ତ୍ତନ ହେଲା ଏହାକୁ ନେଇ କୌଣସି ପ୍ରକାରର ଅଫିସିଆଲ ସୂଚନା ମିଳିପାରିନାହିଁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.