ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମାର୍ଚ୍ଚ ୨୧ରୁ ଆଇପିଏଲ ୨୦୨୫ ଆରମ୍ଭ, ମେ’ ୨୫ରେ ଫାଇନାଲ୍‌: ରାଜୀବ ଶୁକ୍ଳା

Published By : Tapas Panda | January 12, 2025 5:43 PM

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ମାର୍ଚ୍ଚ ୨୧ରେ ଆରମ୍ଭ ହେବାକୁ ଥିବା ବଳେ‌ ମେ’ ୨୫ରେ ଶେଷ ହେବ । ଏନେଇ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା । ଜାନୁଆରୀ ୧୨ (ରବିବାର)ରେ ରାଜୀବ ଶୁକ୍ଳା, ଆଇପିଏଲର ପ୍ରଥମ ଏବଂ ଫାଇନାଲ୍‌ ମ୍ୟାଚ୍‌ ସଂପର୍କରେ ସୂଚନା ଦେଇଛନ୍ତି । ଆଜି ବିସିସିଆଇର ଗୁରୁତ୍ବପୂର୍ଣ୍ଣ ବୈଠକରେ ନୂଆ କୋଷାଧ୍ୟକ୍ଷ ଏବଂ ସଚିବ ନିଯୁକ୍ତି ଉପରେ ସହମତି ହୋଇଛି । 

ଆଜିର ବୈଠକରେ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ର ଭେନ୍ୟୁକୁ  ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଆଇପିଏଲ-୨୦୨୪ ମାର୍ଚ୍ଚ ୨୨ରେ ଆରସିବି ଏବଂ ସିଏସକେ ମ୍ୟାଚ୍‌ ସହ ଆରମ୍ଭ ହୋଇଥିଲା । ମେ’ ୨୬ରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ କେକେଆର ଟ୍ରଫି ଜିତିଥିଲା ।  ଏହା ପୂର୍ବରୁ ରାଜୀବ ଶୁକ୍ଳା ଭୁଲରେ ମାର୍ଚ୍ଚ ୨୩ରେ ଆଇପିଏଲ ଆରମ୍ଭ ହେବ ବୋଲି କହିଥିଲେ । ପରେ ମାର୍ଚ୍ଚ ୨୧ରେ ଆଇପିଏଲ-୨୦୨୫ ଆରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । 

ସେପଟେ ଜାନୁଆରୀ ୧୮-୧୯ରେ ଆଉ ଏକ ବୈଠକ ଲାଗି ସମୟ ଧାର୍ଯ୍ୟ ହୋଇଛି । ଏହି ବୈଠକରେ ଆଗାମୀ ଚାମ୍ପିୟନ୍ସ ଟ୍ରଫି ଲାଗି ଟିମ୍‌ ଚୟନ ହେବ । ସୂଚନଯୋଗ୍ୟ, ଆଇପିଏଲ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନ‌ରେ ମୋଟ ୧୮୨ ଜଣ ପ୍ଲେୟାର ୬୩୯.୧୫ କୋଟିରେ ବିକ୍ରି ହୋଇଥିଲେ । ସାଉଦି ଆରବର ଜେଦାରେ ଅନୁଷ୍ଠିତ ୨ ଦିନିଆ ମେଗା ଅକ୍ସନରେ ୧୦ଟି ଟିମ୍‌  ନିଜକୁ ଦୃଢ଼ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ । ଏଥର ଆଇପିଏଲ ଅକ୍ସନରେ ସର୍ବାଧିକ ୨୭ କୋଟି ଟଙ୍କାରେ ଋଷଭ ପନ୍ତ ବିକ୍ରି ହୋଇଥିବା ବେଳେ ତାଙ୍କ ପରେ ଶ୍ରେୟସ ଆୟର (୨୬.୭୫ କୋଟି) ଏବଂ ଭେଙ୍କଟେଶ ଆୟର ୨୩.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ସେହିଭଳି ଡେଭିଡ ଓ୍ବାର୍ଣ୍ଣର, ପୃଥ୍ବୀ ଶ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ଭଳି ପ୍ଲେୟାରଙ୍କୁ କୌଣସି ଟିମ୍‌ କ୍ରୟ କରିନାହାନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.