ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦୁବାଇ ୨୪ଏଚ୍‌ ୨୦୨୫ ରେସିଂ: ଦୁର୍ଘଟଣା ପରେ ତାମିଲ ସୁପରଷ୍ଟାର ହାସଲ କଲେ ତୃତୀୟ ସ୍ଥାନ, ତ୍ରିରଙ୍ଗା ଧରି ମଞ୍ଚରେ ପହଞ୍ଚିଲେ...

Published By : Prameya | January 13, 2025 10:02 AM

ଦୁବାଇ,୧୩/୦୧: ତାମିଲ ସୁପରଷ୍ଟାର ଅଜିତ କୁମାର ଦୁବାଇ ଅଟୋଡ୍ରମରେ ଆୟୋଜିତ ୨୪ଏଚ୍‌  ୨୦୨୫ ରେସ୍‌ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ପୁରସ୍କାର ବିତରଣ ଉତ୍ସବ ସମୟରେ ସେ ତ୍ରିରଙ୍ଗା ଧରି ମଞ୍ଚକୁ ଯାଇଥିଲେ ଏବଂ ଅତିଥିଙ୍କ ଠାରୁ ଟ୍ରଫି ଧରିଥିଲେ । 

୫୩ ବର୍ଷୀୟ ଅଭିନେତା ଅଜିତ ଗତ ସେପ୍ଟେମ୍ବର  ମାସରେ ନିଜ ନାମରେ ରେସିଂ ଟିମର୍‌ ଶୁଭାରମ୍ଭ କରିଥିଲେ । ଏହାପରେ ସେ ୩ରୁ ଊଦ୍ଧ୍ୱର୍ ପ୍ରତିଯୋଗିତାରେ ଭାଗ ନେଇ ସାରିଲାଣି । ଦୁବାଇରେ ଅଭ୍ୟାସ ସମୟରେ ତାଙ୍କ କାର ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା । କିନ୍ତୁ ଅଜିତ ସଂପୂର୍ଣ୍ଣ ସୁସ୍ଥ ରହିଥିଲେ । ଏ ଭିଡିଓ ସୋସିଆଲ  ମିଡିଆରେ ଭାଇରାଲ ହୋଇଥିଲା । ଅଭିନେତା ଆର. ମାଧବନ ଆଜିର ରେସରେ ଉପସ୍ଥିତ ରହିଥିଲେ ।  ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ‘ମୁଁ ଗର୍ବିତ ।  ସେ ହିଁ ହେଉଛନ୍ତି ଏକମାତ୍ର, ଅଜିତ କୁମାର ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.