ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହକି ଇଣ୍ଡିଆ ଲିଗ୍: କଳିଙ୍ଗ ଲାନସର୍ସ ପୁଣି ହାରିଲା, ୫-୧ ଗୋଲରେ ଜିତିଲା ହାଇଦ୍ରାବାଦ ତୁଫାନ୍ସ

Published By : Prameya | January 13, 2025 9:09 AM

ଭୁବନେଶ୍ୱର/ରାଉରକେଲା ୧୩/୦୧: କ୍ରମାନ୍ୱୟରେ ୨ଟି ମ୍ୟାଚ୍‌  ଜିତିବା ପରେ ବେଦାନ୍ତ କଳିଙ୍ଗ ଲାନସର୍ସ ରବିବାର ପୁଣି ପରାଜିତ ହୋଇଛି । ହାଇଦ୍ରାବାଦ ତୁଫାନ୍ସ ଠାରୁ ଦଳ ୫-୧ ଗୋଲରେ  ପରାସ୍ତ ହୋଇ ଏଚ୍‌ଆଇଏଲ୍‌ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନକୁ ଖସି ଆସିଛି। 

ହାଇଦ୍ରାବାଦର ପ୍ରଭାବୀ  ପ୍ରଦର୍ଶନ ସାମ୍ନାରେ ଲାନସର୍ସ  ଫିକା ପଡ଼ିଯାଇଥିଲା । ଯଦିଓ  ଲାନସର୍ସ ପ୍ରଥମେ (୫  ମିନିଟ) ଖାତା ଖୋଲିଥିଲା । ମାତ୍ର ପରେ ହାଇଦ୍ରାବାଦ ଏମିତି ପ୍ରଦର୍ଶନ  କରିଥିଲା ଯେ ବିପକ୍ଷ ଦଳକୁ କୌଣସି  ସୁଯୋଗ ଦେଇ ନଥିଲା । ୬, ୨୧, ୩୦,  ୪୭ ଓ ୫୪ ମିନିଟରେ ଗୋଲ୍‌ ଦେଇ  ହାଇଦ୍ରାବାଦ ମ୍ୟାଚ୍‌କୁ ଜିତି ନେଇଥିଲା ।  ଗୋଞ୍ଜାଲୋ ପେଲାଟ୍‌ ଡବଲ ଗୋଲ ସ୍କୋର  କରିଥିଲେ । ବହୁ ପ୍ରୟାସ କରି ଲାନସର୍ସ  ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା । 

ହାଇଦ୍ରାବାଦ ୬ଟି ମ୍ୟାଚ୍‌ରୁ ୧୦ ପଏଣ୍ଟ  ପାଇ ଟେବୁଲର ଦ୍ୱିତୀୟ ସ୍ଥାନ ଏବଂ ତାମିଲନାଡୁ  ଡ୍ରାଗନ୍ସ ୧୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.