ପ୍ରମୂଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ: ଘର ମାଲିକକୁ ହତ୍ୟା କଲା ଭଡ଼ାଟିଆ, ମୃତଦେହ ଜବତ କଲା ପୋଲିସ
  • ||
  • T-20 ସୁପର-୮, ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆକୁ ଭେଟିବ ବାଂଲାଦେଶ,ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ଜାମିନ, ସନ୍ଧ୍ୟା ୮ଟା ସୁଦ୍ଧା ତିହାର ଜେଲରୁ ମୁକ୍ତି
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ, ଶ୍ରୀନଗରରେ ଯୋଗ ପାଳିଲେ ପ୍ରଧାନମନ୍ତ୍ରୀ, କଲେ ଯୋଗ ମୁଦ୍ରା
  • ||
  • କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲେ ସାମିଲ, ୫୨ଟି ସ୍ଥାନରେ ଭବ୍ୟ ଆୟୋଜନ
  • ||
  • ରାଜ୍ୟରେ ଏଯାଏ ୫୦% ନିଅଣ୍ଟିଆ ବର୍ଷା: ୨୬ ଜିଲ୍ଲାରେ ବର୍ଷାଭାବ, ୧୦ ଜିଲ୍ଲା ଶୁଖିଲା ପଡ଼ିଛି
  • ||

ଛୁଆଙ୍କୁ ହୋଇଥାଏ ହାଡ଼ରେ କ୍ୟାନସର, ଜାଣନ୍ତୁ ଏହାର ଲକ୍ଷଣ

କ୍ୟାନସରରେ ପୀଡ଼ିତ ହୋଇ ପ୍ରତି ବର୍ଷ ଲକ୍ଷ୍ୟ ଲକ୍ଷ୍ୟ ଲୋକ ମୃତ୍ୟୁବରଣ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗର ମୁଖ୍ୟ କାରଣ ଜେନେଟିକ ମଧ୍ୟ ହୋଇପାରେ। ତେବେ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅଲ୍ସର ହେବାର ସମ୍ଭାବନା ରହିଛି। ଯାହା ବର୍ତ୍ତମାନ ସମୟରେ ବେଶ୍ ସାଧାରଣ ହୋଇଯାଇଛି । ଏହା ହେବା ଦ୍ୱାରା ଲୋକେ କମ୍ ବୟସରେ ହିଁ କର୍କଟ ରୋଗର ଶିକାର ହୋଇଥାନ୍ତି। ଆଜିକାଲି କର୍କଟ ରୋଗର ବିପଦ ସବୁ ବୟସର ଲୋକଙ୍କ ପାଖରେ ଦେଖାଯାଉଛି।

ଏହି କାରଣରୁ ଛୁଆଙ୍କୁ ହୋଇଥାଏ କର୍କଟ ରୋଗ  

ଛୋଟ ଛୁଆଙ୍କଠାରେ  କର୍କଟ ରୋଗ  ଅତ୍ୟନ୍ତ ତୀବ୍ର ହୋଇ ବଢ଼ି ଚାଲିଛି। କିଛି ଛୁଆଙ୍କ ଠାରେ କ୍ୟାନ୍ସର ତାଙ୍କର ଜେନେଡଟିକ ଅଟେ । କ୍ୟାନ୍ସର ରେଡିଏସନ୍ସର ଅଧିକ ସମ୍ପର୍କରେ ଆସିବା କାରଣରୁ କ୍ୟାନ୍ସରର ବିପଦ ଶୀଘ୍ର ବଢ଼ିଥାଏ। ଯଦି ଛୁଆଟିର ପରିବାରରେ କିଏ ଧୁମ୍ରପାନ କରୁଥାଏ ତେବେ ଛୁଆ ପାଇଁ କ୍ୟାନ୍ସରର ବିପଦ ବଢ଼ିଥାଏ।ଶାରୀରିକ କାର୍ଯ୍ୟକଳାପ ଅଭାବରୁ ହେଉଛି ଏହିସବୁ ଅସୁବିଧା। 

ଆଜିକାଲି ଛୁଆଙ୍କ ଠାରେ ବହୁତ ଶୀଘ୍ର କର୍କଟ ରୋଗ ବଢୁଛି। ଛୁଆଙ୍କୁ ହେଉଥିବା କ୍ୟାନ୍ସର ବଡ଼ ଲୋକଙ୍କ ଠାରୁ ବହୁତ ଅଲଗା ଥାଏ। କାରଣ ଛୁଆଙ୍କୁ ସେସବୁ ସାମ୍ନା କରିବାକୁ ପଡ଼ି ନଥାଏ ଯାହା ବଡ଼ ଲୋକମାନେ କରିଥାଆନ୍ତି। ବଡଲୋକଙ୍କୁ କ୍ୟାନ୍ସର ହେବାର ଅନେକ କାରଣ ଥାଇପାରେ । ଯେପରିକି ଜୀବନଶୈଳୀ, ଧୁମ୍ରପାନ, ମାଦକ ଦ୍ରବ୍ୟ ଏବଂ ଅତ୍ୟଧିକ ବିଷାଦଗ୍ରସ୍ତ ରହିବା ଇତ୍ୟାଦି। ସେହିପରି ଛୁଆ ଙ୍କ ଠାରେ ଏହିସବୁ କାରଣ ନଥାଏ। ସେମାନେ ମଦ ଏବଂ ଧୁମ୍ରପାନ କରି ନଥାନ୍ତି। ଯେଉଁ ଛୁଆଙ୍କୁ ଡାଉନ୍ ସିଣ୍ଡ୍ରୋମର ଅସୁବିଧା ରହିଛି, ସେମାନଙ୍କୁ କ୍ୟାନ୍ସର ହେବାର ବିପଦ ଅଧିକ ରହିଥାଏ। ଯଦି କୌଣସି ଛୁଆର ଜୀବନଶୈଳୀ ଏବଂ ଖାଦ୍ୟପେୟ ଠିକ୍ ନାହିଁ ଏବଂ ବାରମ୍ବାର ପିଜ୍ଜା , ବର୍ଗର, ଚାଉମିନ, ଫ୍ରେଞ୍ଚ୍ ଫ୍ରାଇଜ ଇତ୍ୟାଦି ଖାଇଥାନ୍ତି ସେମାନଙ୍କୁ କ୍ୟାନ୍ସର ର ବିପଦ ବହୁତ ଅଧିକ ରହିଥାଏ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.