ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ଯୁବକଙ୍କ ମଧ୍ୟରେ ବଢୁଛି ହୃଦରୋଗର ଭୟ, ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ

ଯଦି ଆପଣଙ୍କ ବୟସ ୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ରହିଛି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ବର୍ତ୍ତମାନ ବାହାରିଥିବା ଏକ ରିପୋର୍ଟ ଅନୁଯାୟୀ , ଏହି ବୟସର ଲୋକଙ୍କ ଠାରେ ହୃଦଘାତ ଅତି ଶୀଘ୍ର ଦେଖିବାକୁ ମିଳୁଛି। ଏହା ଅତ୍ୟନ୍ତ ବିପଦଜନକ ଏବଂ ଏହି କାରଣରୁ ଅନେକ ଲୋକ ମୃତ୍ୟୁର ଶିକାର ହେଉଛନ୍ତି। ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ୍ ପ୍ରିଭେନସନ୍ (CDC)ର ରିପୋର୍ଟ ଅନୁଯାୟୀ, ଯୁବକଙ୍କ ମଧ୍ୟରେ ହୃଦଘାତ ସହ ଷ୍ଟ୍ରୋକର ସମସ୍ୟା ବଢୁଛି। ଗତ ୧୦ବର୍ଷରେ ୬୫ ବର୍ଷରୁ କମ୍ ବର୍ଷର ଲୋକଙ୍କ ଠାରେ ଷ୍ଟ୍ରୋକର ସମସ୍ୟା ବଢିଛି। ଏହା ଅତ୍ୟନ୍ତ ବିପଦଜନକ ଅଟେ । ଏଥିରେ ଜୀବନ ମଧ୍ୟ ଯାଇପାରେ। ଯଦି ଆପଣ ବଞ୍ଚି ଯାଉଛନ୍ତି, ତେବେ ଅନେକଗୁଡିଏ ଡିସଅର୍ଡର ଦେଖାଯାଇଥାଏ। 

ଯୁବକଙ୍କ ମଧ୍ୟରେ କାହିଁକି ବଢୁଛି ହୃଦୟ ସମ୍ୱନ୍ଧିତ ରୋଗ -

ଗତ କିଛି ବର୍ଷ ମଧ୍ୟରେ ଯୁବକଙ୍କ ମଧ୍ୟରେ ଷ୍ଟ୍ରୋକର ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ କମ୍ ବୟସରେ ମୋଟାପଣ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ଷ୍ଟ୍ରୋକର ସମସ୍ୟାକୁ ବଢାଉଛି। ଷ୍ଟେନଫୋର୍ଡ ମେଡିକାଲ ସେଣ୍ଟରର ଗ୍ରେଗରୀ ଡବ୍ଲୁ ଅଲବର୍ସଙ୍କ ମତ ଅନୁଯାୟୀ ୨୦୧୧-୨୦୧୩ ଏବଂ ୨୦୨୦-୨୦୨୨ର ତଥ୍ୟ ମୁତାବକ , ଷ୍ଟ୍ରୋକର ସମସ୍ୟା ପାଖାପାଖି ୮ ପ୍ରତିଶତ ବଢିଛି। ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ। 

କେଉଁ ବୟଷରେ ରହିଛି ଷ୍ଟ୍ରୋକ୍ର ବିପଦ ଅଧିକ -

ସିଡିସିର ରିପୋର୍ଟ ଅନୁଯାୟୀ, ୧୮ ରୁ ୪୪ ବର୍ଷ ବୟଷର ଲୋକଙ୍କ ମଧ୍ୟରେ ଷ୍ଟ୍ରୋକ୍ର ସମସ୍ୟାରେ ୧୪.୬ ପ୍ରତିଶତ ଏବଂ ୪୫ ରୁ ୬୪ବର୍ଷ ବୟଷର ଲୋକଙ୍କ ମଧ୍ୟରେ ୧୫.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୦ ରୁ ୨୦୧୮ ମଧ୍ୟରେ ୪୫ ରୁ ୬୪ ବର୍ଷ ବୟଷ ମଧ୍ୟରେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ଠାରେ ଏହି ବିପଦ ୬ପ୍ରତିଶତ ବଢିଛି। ଏହା ଷ୍ଟ୍ରୋକର ପ୍ରମୁଖ କାରଣ ଅଟେ। ଜୀବନଶୈଳୀ ଏବଂ ଆହାରରେ ସନ୍ତୁଳନ ନ ରହିବା କାରଣରୁ ଏପରି ସମସ୍ୟା ବଢିବାରେ ଲାଗିଛି। 

 ଏହାକୁ କମ୍ କରିବାର ଉପାୟ -

 ଉଚ୍ଚ ରକ୍ତଚାପ, ଷ୍ଟ୍ରେସ୍ ଏବଂ ମଧୁମେହକୁ ନିୟନ୍ତ୍ରଣ କରି ଷ୍ଟ୍ରୋକ୍ର ବିପଦକୁ କମାଇପାରିବେ। 

 ନିଜ ଆହାର ଉପରେ ଧ୍ୟାନ ଦିଅନ୍ତୁ ଏବଂ ଏହାକୁ ଉନ୍ନତ କରନ୍ତୁ। ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ପ୍ରତ୍ୟେକ ଦିନ ଫାଇବର ସେବନ     ୭ଗ୍ରାମ ବଢାଇ ଷ୍ଟ୍ରୋକ୍ର ବିପଦକୁ କମାଇପାରିବେ। 

 ଏକ ଉତ୍ତମ ଦିନଚର୍ଯ୍ୟା ଏବଂ ସୁସ୍ଥ ଜୀବନଶୈଳୀ ଦ୍ୱାରା ହୃଦୟ ସମ୍ୱନ୍ଧିୟ ରୋଗରୁ ବଞ୍ଚିପାରିବେ। 

 କୋଲେଷ୍ଟ୍ରୋଲ ଏବଂ ରକ୍ତଚାପର ନିୟମିତ ଭାବରେ ପରୀକ୍ଷା ସହ ଉପଚାର କରାନ୍ତୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.