ପ୍ରମୂଖ ଖବର
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜ୍ୟୋତିଷ ଶାସ୍ତ୍ର କହେ... ଓଠ ଉପରେ କଳାଜାଇ ଥିବା ଲୋକ ବହୁତ କଥା କୁହାଳିଆ

ଭୁବନେଶ୍ୱର ୨୪/୦୬: ଜ୍ୟୋତିଷ ଶାସ୍ତ୍ରର ଏକ ମୁଖ୍ୟ ଅଙ୍ଗ ସାମୁଦ୍ରିକ ଶାସ୍ତ୍ର । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ମଣିଷ ଶରୀରର ବିଭିନ୍ନ ଅଙ୍ଗରେ ଦେଖାଯାଉଥିବା କଳାଜାଇ ବା ତିଳର ପ୍ରଭାବ  ସମ୍ପୃକ୍ତ ବ୍ୟକ୍ତିର ଗୁଣ,ସ୍ୱଭାବ ଉପରେ  ପଡ଼ିଥାଏ । ବିଶେଷ କରି ବୈବାହିକ ଜୀବନ ଏହାଦ୍ୱାରା  ପ୍ରଭାବିତ ହୋଇଥାଏ ବୋଲି ସାମୁଦ୍ରିକ ଶାସ୍ତ୍ରର ମତ ।  

ଶାସ୍ତ୍ର ମତ ଅନୁଯାୟୀ ଯେଉଁ ମହିଳା ବା ପୁରୁଷଙ୍କ ଓଠ ଉପରେ କଳାଜାଇ ଥାଏ ସେମାନେ ବହୁତ କଥା କୁହାଳିଆ ହୋଇଥାନ୍ତି । ସେମାନେ ‘ତିଳକୁ  ତାଳ’ କରିଦେଇଥାନ୍ତି । ଅର୍ଥାତ୍‌ ସାମାନ୍ୟ କଥାକୁ ବଡ଼ ରୂପ ଦେଇଥାନ୍ତି । ଏଣୁ ସାମାନ୍ୟ  କଥାରୁ ବିବାଦ ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଏ  । ଏପରି ବ୍ୟକ୍ତି ବିଶେଷ  ସଚେତନ ହୋଇ ନିଜର ବାଣୀ ବା କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ।  କମ୍‌ କଥା କହିବାକୁ ଅଭ୍ୟାସ କଲେ ବିବାଦୀୟ ପରିସ୍ଥିତି ଉପୁଜିବ  ନାହିଁ । ବୈବାହିକ ଜୀବନ ଏହାଦ୍ୱାରା ପ୍ରଭାବିତ ହୋଇଥାଏ  ବୋଲି ସାମୁଦ୍ରିକ ଶାସ୍ତ୍ରର ମତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.