ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଇୟରଫୋନ୍ ଲଗାଉଥିଲେ ସାବଧାନ ! ହରାଇ ପାରନ୍ତି ଶ୍ରବଣ ଶକ୍ତି...

ଭୁବନେଶ୍ୱର, ୨୮।୬: ଆଜିକାଲି ଲୋକେ ସ୍ମାର୍ଟଫୋନ୍ ବିନା ଘଡ଼ିଏ ରହିପାରୁନାହାନ୍ତି । କାମ କରିବା କିମ୍ୱା ଯାତ୍ରା କରିବା ସମୟରେ ଅନେକ ଇୟରଫୋନ୍ ଲଗାଇ ଗୀତ ଶୁଣନ୍ତି, ନଚେତ୍ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ଦିନରେ ଏପରି ଅଳ୍ପ ସମୟ ପାଇଁ କଲେ କିଛି ଅସୁବିଧା ହେବନାହିଁ, କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ କିଛି କାମ କରନ୍ତୁ, କିମ୍ୱା ଖାଲି ବସିଥାନ୍ତୁ, କାନରେ ସବୁବେଳେ ସେମାନଙ୍କର ଇୟରଫୋନ୍ ଲାଗିଥାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ବିପଦଜ୍ଜନକ ହୋଇପାରେ । ଏଭଳି କରୁଥିଲେ ସାବଧାନ ହୋଇଯାନ୍ତୁ । 

ହରାଇ ପାରନ୍ତି ଶ୍ରବଣ ଶକ୍ତି :

ଦିନସାରା ଇୟରଫୋନ୍ ବ୍ୟବହାର କରୁଥିବା ଲୋକେ ଏହି ଅଭ୍ୟାସ ବଦଳାଇବା ଦରକାର । ଏହାକୁ ଜଣେ ଲଗାତାର ବ୍ୟବହାର କରିବା ଦ୍ୱାରା ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଜଣେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଇୟରଫୋନ୍‌ରେ ଅଧିକ ଭଲ୍ୟୁମ୍ ଦେଇ ଗୀତ ଶୁଣନ୍ତି, ଏହାଦ୍ୱାରା ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ । 

ବଢ଼ିଥାଏ ହୃଦ୍‌ଘାତ ଆଶଙ୍କା :

କାନରେ ଇୟରଫୋନ୍ ଲଗାଇ ଜୋରରେ ଗୀତ ଶୁଣିବା ଦ୍ୱାରା ଏହା ଘାତକ ହୋଇପାରେ । ଏହାଦ୍ୱାରା ହୃଦ୍‌ରୋଗ ହେବାର ଆଶଙ୍କା ବଢ଼ିଯାଏ । ଯେତେବେଳେ ଆମେ ଅଧିକ ଜୋର୍‌ରେ ଗୀତ ଶୁଣୁ ସେତେବେଳେ ଆମ ହୃଦ୍‌ସ୍ପନ୍ଦନ ବଢ଼ିଯାଏ । ଏଭଳି ନିୟମିତ ହେବା ଦ୍ୱାରା ହୃଦ୍‌ରୋଗ ହେବା ଆଶଙ୍କା ବୃଦ୍ଧି ପାଏ । 

ମସ୍ତିଷ୍କ ଉପରେ ପ୍ରଭାବ :

ଦୀର୍ଘ ସମୟ ଧରି ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା ଏହା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଇୟରଫୋନ୍‌ରୁ ବାହାରୁଥିବା ବିଦ୍ୟୁତ୍ ତରଙ୍ଗ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏହା ଆମର ମସ୍କିଷ୍କ କୋଷିକାଗୁଡ଼ିକୁ ନଷ୍ଟ କରିଦିଏ । ଏହାଦ୍ୱାରା ଆମ ମସ୍ତିଷ୍କ ମାନ୍ଦା ହୋଇଯାଏ । 

ଅନିଦ୍ରା ସମସ୍ୟା :

ଯଦି ଜଣେ ଇୟରଫୋନ୍ ଲଗାଇ ଶୋଉଥାନ୍ତି କିମ୍ୱା ଶୋଇବା ପୂର୍ବରୁ ଏଥିରେ ଗୀତ ଶୁଣୁଥାନ୍ତି, ଏହାଦ୍ୱାରା ଅନିଦ୍ରା ସମସ୍ୟା ବୃଦ୍ଧି ପାଏ । କେବଳ ସେତିକି ନୁହେଁ ଏହାଦ୍ୱାରା ନିଦରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ଏହା ଆମର ଜୈବିକ ଚକ୍ରକୁ ପ୍ରଭାବିତ କରିବା ଦ୍ୱାରା ଖାଇବାଠାରୁ ଆରମ୍ଭ କରି ଶୋଇବା ପ୍ରଭାବିତ ହୋଇଥାଏ ।     


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.