ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ବାରମ୍ବାର ମାଉଥୱାସ୍ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ବିଶ୍ବବ୍ୟାପୀ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କର୍କଟ । ୨୦୨୦ରେ ୧୦ ମିଲିୟନରୁ ଅଧିକ ଲୋକ କର୍କଟ ରୋଗରେ ପ୍ରାଣ ହରାଇଥିଲେ। ବିଶେଷକରି ସ୍ତନ କର୍କଟ, ଫୁସଫୁସ କର୍କଟ, କୋଲୋନ୍ କର୍କଟ ଏବଂ ଟେଷ୍ଟିକୁଲାର କର୍କଟ ହେଉଛି କର୍କଟର ବିଭିନ୍ନ ପ୍ରକାର ଯାହାକି ଅଧିକାଂଶ ଲୋକଙ୍କୁ ପ୍ରଭାବିତ କରିଥାଏ । କର୍କଟ କୋଷର ବିଳମ୍ବ ଚିହ୍ନଟ ହେଲେ ଚିକିତ୍ସାରେ ବିଳମ୍ବ ହୁଏ । ଶରୀରରେ କର୍କଟ କୋଷର ବୃଦ୍ଧି ହେତୁ ଏହି ରୋଗର ବିକଶିତ ହୋଇଥାଏ ଏବଂ କିଛି ଜିନିଷ ଅଛି ଯାହା କର୍କଟ କୋଷକୁ ସକ୍ରିୟ କରିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ମାଉଥୱାସ୍(ପାଟି ଧୋଇବାରେ ବ୍ୟବହାର କରାଯାଉଥିବା ତରଳ ପଦାର୍ଥ)।

ନିକଟରେ ମେଡିକାଲ ମାଇକ୍ରୋବାୟୋଲୋଜିର ଜର୍ନାଲରେ ପ୍ରକାଶିତ ବେଲଜିୟମର ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ୩ ମାସ ପର୍ଯ୍ୟନ୍ତ ମାଉଥୱାସ୍ ବ୍ୟବହାର କରନ୍ତି ତେବେ ଦୁଇଟି ଜୀବାଣୁ ଫ୍ୟୁସୋବ୍ୟାକ୍ଟେରିୟମ୍ ନ୍ୟୁକ୍ଲିଏଟ୍ ଏବଂ ଷ୍ଟ୍ରେପଟୋକୋକସ୍ ଏଞ୍ଜିନୋସସ୍  ବ୍ୟକ୍ତିର ଶରୀରରେ ବଢିଯାଇଥାଏ । ଏହି ଦୁଇଟି ଜୀବାଣୁ କର୍କଟ ସହିତ ଜଡିତ। 

ମାଉଥୱାସରେ ରହିଥାଏ ଆଲକୋହଲ- ଅନୁସନ୍ଧାନ ଅନୁଯାୟୀ, କିଛି ମାଉଥୱାସରେ ଆଲକୋହଲ ରହିଥାଏ। ଏହା ପାଟିର ପତଳା ସ୍ତରକୁ ନଷ୍ଟ କରି ପାଟିରେ କ୍ଷତିକାରକ ଜୀବାଣୁ ସୃଷ୍ଟି କରିଥାଏ । ବାସ୍ତବରେ ମାଉଥୱାସ୍ କ୍ଷେତ୍ରରେ, ଶରୀର ଆଲକୋହଲ କିମ୍ବା ଇଥାନାଲକୁ ଭାଙ୍ଗି ଏହାକୁ ଏସିଟେଲଡିହାଇଡ୍ ନାମକ ଏକ ଯୌଗିକରେ ପରିଣତ କରିଥାଏ। ଏହା ଏକ କାର୍ସିନୋଜେନ କର୍କଟ ସୃଷ୍ଟି କରୁଥିବା ପଦାର୍ଥ ଯାହା ଡିଏନ୍ଏ ଏବଂ କୋଷିକାକୁ କ୍ଷତି ପହଞ୍ଚାଇଥାଏ। 

ପାଟିକୁ ସୁଖିଲା କରିଥାଏ ମାଉଥୱାସ୍ -ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଯେଉଁମାନେ ମାଉଥୱାସର ଅଧିକ ବ୍ୟବହାର କରନ୍ତି, ସେମାନଙ୍କର ପାଟି ଶୁଖିଯାଏ ଏବଂ ଲାଳର ଉତ୍ପାଦନ ମଧ୍ୟ କମିଯାଏ। ଯେଉଁ କାରଣରୁ କ୍ଷତିକାରକ ଜୀବାଣୁ ମରିଯାଆନ୍ତି। କେବଳ ଏତିକି ନୁହେଁ, ଏହି ମାଉଥୱାସର ବ୍ୟବହାର ଦ୍ୱାରା ପାଟିରେ ଫୁଲୁଥିବା ଭାଗକୁ ଠିକ୍ କରିଥାଏ। ୨୦୦୯ରେ ଏକ ଅଷ୍ଟ୍ରେଲୀୟ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ମାଉଥୱାସରେ ରହିଥିବା ଆଲକୋହଲ କର୍ସିନୋଜେନିକ୍ କର୍କଟ ରୋଗର ଆଶଙ୍କା ବଢାଇଥାଏ।

ପାଟିରେ କର୍କଟ ରୋଗର ଅନ୍ୟ ବିପଦ- ମାଉଥୱାସ୍ ଅପେକ୍ଷା କେଉଁ ଜିନିଷରୁ ଦୂରେଇ ରହିବା ଉଚିତ ସେ ସମ୍ବନ୍ଧରେ ବିଶେଷଜ୍ଞମାନେ କହିଛନ୍ତି ଯେ, ତମାଖୁ ଚୋବାଇବା, ପାନ ଖାଇବା, ମଦ୍ୟପାନ କରିବା ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ। ଏସବୁ କର୍କଟ ରୋଗର ଆଶଙ୍କା ବଢାଇଥାଏ ଏବଂ ପାଟି କର୍କଟ ରୋଗକୁ ଆହୁରି ଗୁରୁତର କରିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.