ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପୁରୁଷଙ୍କ ତୁଳନାରେ ନୁହଁନ୍ତି ଅଧିକ ସକ୍ରିୟ : ଭାରତୀୟ ମହିଳାଙ୍କୁ ସତର୍କ କଲା WHO

ନୂଆଦିଲ୍ଲୀ : ମହିଳାମାନେ ସତର୍କ ହୋଇ ଯା'ନ୍ତୁ। ଫିଜିକାଲ ଆକ୍ଟିଭିଟିଜ୍‌ର ଅଭାବ ଆପଣଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇ ପାରେ। ଲାନ୍ସେଟ ଗ୍ଲୋବାଲ ହେଲଥ୍‌ର ରିପୋର୍ଟ ମୁତାବିକ , ୫୭ ପ୍ରତିଶତ ଭାରତୀୟ ମହିଳା ସକ୍ରିୟ ନୁହଁନ୍ତି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଷ୍କ୍ରିୟତାର ସଂଖ୍ୟା ବହୁତ ଅଧିକ। ଶାରୀରିକ ନିଷ୍କ୍ରିୟତା ଭାରତୀୟ ମହିଳାଙ୍କୁ ଖୁବ୍‌ ମାତ୍ରାରେ ରୋଗରେ ପକାଇ ପାରେ। ଏଥିପାଇଁ ସମୟ ପୂର୍ବରୁ ସତର୍କ ହୋଇଯିବା ଜରୁରୀ। 

ଲାନ୍ସେଟ ଗ୍ଲୋବାଲ ହେଲଥ୍‌ର ରିପୋର୍ଟରେ ଏହି ଚିନ୍ତା ବି ପ୍ରକଟ କରାଯାଇଛି କି, ମହିଳାଙ୍କ ନିଷ୍କ୍ରିୟତାର ଏହି ତଥ୍ୟ ୨୦୩୦ ମସିହା ଯାଏ ୬୦ ପ୍ରତିଶତରେ ପହଞ୍ଚି ଯାଇ ପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗାଇଡଲାଇନ୍‌ ମୁତାବିକ, ଶାରୀରିକ ନିଷ୍କ୍ରିୟତା କାରଣରୁ ମହିଳାଙ୍କ ଠାରେ ଡାଇବେଟିସ୍, ହାର୍ଟ ଆଟାକ୍‌ , ବ୍ରେଷ୍ଟ କ୍ୟାନସର ଭଳି ଗୁରୁତର ରୋଗ ହେବାର ସମ୍ଭାବନା ବଢି ପାରେ। 

FOMO ମହିଳାଙ୍କୁ ଆଳସ୍ୟ କରାଉଛି – ସାଇକେଟ୍ରିଷ୍ଟ ଡା. ସୋନଲ ଆନନ୍ଦଙ୍କ ଅନୁସାରେ, ଭାରତୀୟ ମହିଳାମାନେ ସୋସିଆଲ ନେଟୱର୍କିଂ ସାଇଟ୍ସରେ ବହୁତ ଅଧିକ ଆକ୍ଟିଭ୍‌ ହୋଇ ଯାଇଛନ୍ତି। ମହିଳାଙ୍କ ଠାରେ ଫିୟର ଅଫ୍‌ ମିସିଂ ଆଉଟ୍‌ (FOMO)ର ଆତଙ୍କା ବଢି ଚାଲିଛି। ସେମାନଙ୍କୁ ଏହି କଥାର ଚିନ୍ତା ରହୁଛି କି, ସୋସିଆଲ ନେଟୱର୍କିଂ ସାଇଟ୍ସରେ କୌଣସି ସୂଚନା ତାଙ୍କ ଠାରୁ ଖସି ନଯାଉ। 

ମନୋରଞ୍ଜନର ପରିସର ବୃଦ୍ଧି – ଫେସବୁକ୍ , ଇନଷ୍ଟାଗ୍ରାମ୍‌ , ୟୁଟ୍ୟୁବ୍‌ ଠାରୁ ନେଇ ଟିଭି ସିରିଏଲ, ୱେବ୍‌ ସିରିଜ ଯାଏ ମହିଳାଙ୍କ ମନୋରଞ୍ଜନର ପରିସର ବଢିବାରେ ଲାଗିଛି। କିନ୍ତୁ ତାଙ୍କର ଫିଜିକାଲ ଆକ୍ଟିଭିଟିଜମ୍ ହ୍ରାସ ପାଇ ଯାଉଛି। ଭାରତୀୟ ମହିଳାଙ୍କ ଠାରେ ମୋଟାପା ଏକ ବଡ଼ ସମସ୍ୟା , ଯାହା  ଅନେକ ରୋଗର ମୂଳ କାରଣ। 

ନିଦ୍ରାହୀନତା ବଢୁଛି  - ଭାରତୀୟ ମହିଳାଙ୍କ ଉପରେ କ୍ୟାରିୟର ସହ ଘରର ବିଭିନ୍ନ କାମର ମଧ୍ୟ ଦାୟିତ୍ୱ ରହିଥାଏ। ଏଥିରେ ନିଜର ମନୋରଞ୍ଜନ ପାଇଁ ତାଙ୍କୁ ନିଦକୁ ବି କମାଇବାକୁ ପଡ଼ିଥାଏ। ମୋବାଇଲରେ ମନୋରଞ୍ଜନର ଅନେକ ଜିନିଷ ଭରି ରହିଛି, ଯେଉଁଥିରେ ସ୍କ୍ରିନ୍ ବଢି ଚାଲିଛି। ନିଦ୍ରାହୀନତା ଯୋଗୁଁ ମହିଳାଙ୍କ ଠାରେ ମୋଟାପା , ଡାଇବେଟିସ୍‌ , ଡିପ୍ରେସନ , ସ୍ମୃତିଶକ୍ତି ଓ ଫୋକସ ଦୁର୍ବଳ ହେବା ଭଳି ସମସ୍ୟା ଆରମ୍ଭ ହୋଇଯାଏ।

ଫିଟନେସ ଉପରେ ଫୋକସ୍‌ କରନ୍ତୁ – ଭାରତୀୟ ମହିଳାମାନେ ଫିଟନେସ୍ ପ୍ରତି ସଚେତନ ନୁହଁନ୍ତି। ଯେବେ ମୋଟାପା ଖୁବ୍‌ ବଢି ଯାଏ, ସେତେବେଳେ ମହିଳାମାନେ ଓଜନ ହ୍ରାସ କରାଇବା ବିଷୟରେ ଭାବିଥାନ୍ତି , ଏଥିପାଇଁ ପ୍ରତିଦିନ ଗୋଟିଏ ଘଣ୍ଟାର ଫିଜିକାଲ ଆକ୍ଟିଭିଟି ଭଳି ଯୋଗ, ଏକ୍ସରସାଇଜ, ମର୍ନିଂ ବ୍ରିଷ୍କ ୱାକ୍‌ ଖୁବ୍ ଜରୁରୀ।

ଉତ୍ତମ ଡାଇଟ୍‌ ଜରୁରୀ – ଫିଟନେସ୍‌ ପାଇଁ ଉତ୍ତମ ଡାଇଟ୍‌ ଜରୁରୀ। ମହିଳାମାନେ ପୂରା ପରିବାରର ସ୍ୱାସ୍ଥ୍ୟର ଧ୍ୟାନ ରଖିଥାନ୍ତି, କିନ୍ତୁ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାନ୍ତି। ସୁସ୍ଥ ଡାଇଟ୍‌କୁ ପ୍ରତିଦିନ ରୁଟିନ୍‌ରେ ସାମିଲ୍‌ କରି ମହିଳାମାନେ ଫିଟ୍‌ ଓ ଏନର୍ଜିଟିକ୍ ରହି ପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.