ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ହାଡ଼ର ମଜବୁତ୍ ପାଇଁ ଖାଆନ୍ତୁ ଏହି ଜିନିଷ , ବୃଦ୍ଧାବସ୍ଥାରେ ବି ରହିବେ ଫିଟ୍‌

ନୂଆଦିଲ୍ଲୀ - ଶରୀରକୁ ମଜବୁତ କରି ରଖିବାରେ ହାଡ଼ର ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ। ଅନେକ ସମୟରେ ଲୋକେ ହାଡ଼ର ଯତ୍ନ ନେବାରେ ଅବହେଳା କରିଥାନ୍ତି , ଯାହାକି ଏହା ଉପରେ ଆମର ପୂରା ଶରୀର ତିଷ୍ଠି ରହିଥାଏ। ଏହି କ୍ରମରେ ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ୍‌ରେ ଭରପୂର ଫୁଡ୍ସର ସେବନ କରିବା ଉଚିତ୍‌ , ଯେଉଁଥି ପାଇଁ ଆପଣଙ୍କ ହାଡ଼ ଲୁହା ଭଳି ଶକ୍ତ ହୋଇଯିବ। ଆସନ୍ତୁ ଜାଣିବା - 

ଡାଇରୀ ପ୍ରଡକ୍ଟସ – ଯଦି ଆପଣ ନିଜର ହାଡ଼କୁ ମଜବୁତ କରିବାକୁ ଚାହାନ୍ତି ତ, ଆପଣଙ୍କୁ ନିଜର ପ୍ରତିଦିନର ରୁଟିନ୍‌ରେ ଡାଇରୀ ପ୍ରଡକ୍ଟ ଭଳି ଦୁଗ୍ଧ ଓ ଏଥିରେ ତିଆରି ଜିନିଷ ନିଶ୍ଚୟ ସାମିଲ କରିବା ଉଚିତ। ଡାଇରୀ ପ୍ରଡକ୍ଟରେ କ୍ୟାଲସିୟମ ଓ ଭିଟାମିନ୍‌–ଡି'ର ମାତ୍ରା ପ୍ରଚୁର ପରିମାଣରେ ଥାଏ। ଏହାସହ ଡାଇରୀ ପ୍ରଡକ୍ଟରେ ପ୍ରୋଟିନ୍‌ର ପରିମାଣ ମଧ୍ୟ ଅଧିକ ରହିଥାଏ। ଦୁଗ୍ଧରେ କ୍ୟାଲସିୟମ ପ୍ରଚୁର ପରିମାଣରେ ଥାଏ, ଏହାସହ ଏଥିରେ ଆହୁରି ମଧ୍ୟ ଅନେକ ପୋଷକ ତତ୍ତ୍ୱ ଥାଏ। ଦୁଗ୍ଧ ବ୍ୟତୀତ ଦହି , ପନିର ଭଳି ଖାଦ୍ୟ ପଦାର୍ଥର ସେବନ ମଧ୍ୟ ଆପଣଙ୍କ ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ।

ସବୁଜ ପନିପରିବା – ସବୁଜ ପନିପରିବା ଯେମିତି ଫୁଲକୋବି , କୋବି ଓ କଦଳୀରେ ଭିଟାମିନ୍‌ ଓ ମିନେରାଲ୍ସ ବ୍ୟତୀତ କ୍ୟାଲସିୟମ ମଧ୍ୟ ମିଳିଥାଏ , ଯାହା ହାଡ଼କୁ ଶକ୍ତ କରିବାରେ ସାହାଯ୍ୟ କରେ। ସବୁଜ ପନିପରିବାରେ ଫାଇବର , ଆଇରନ ଓ ଭିଟାମିନ୍‌-ଏ ମଧ୍ୟ ଅଧିକ ଥାଏ। ବାଦାମ – ବାଦାମ କ୍ୟାଲସିୟମର ଆଉ ଏକ ସମୃଦ୍ଧ ଉତ୍ସ। ଏହିରେ ଫାଇବର ମ୍ୟାଗ୍ନେସିୟମ ଓ ଭିଟାମିନ୍-ଇ ଭରି ରହିଥାଏ।

ସୋୟାବିନ – ସୋୟାବିନ୍‌ରେ ପ୍ରୋଟିନ୍‌ ସହ ହିଁ ଖୁବ୍‌ କ୍ୟାଲସିୟମ ମଧ୍ୟ ରହିଥାଏ। ଏହା ଆପଣଙ୍କ ଡାଇଟ୍‌ରେ କ୍ୟାଲସିୟମ ଓ ପ୍ରୋଟିନ୍‌ ଉଭୟର ମାତ୍ରାକୁ ବଢାଇ ଦେଇଥାଏ। ଏଥିପାଇଁ ଏହାର ସେବନ ଆପଣଙ୍କ ପାଇଁ ଖୁବ୍‌ ଫଳପ୍ରଦ ହୋଇ ପାରେ। 

ଚିୟା ସିଡ୍ସ – ଚିୟା ସିଡ୍ସ ପ୍ରୋଟିନ୍‌ , ମିନେରାଲ୍ସ ଓ ଭିଟାମିନ୍ସ ସମେତ ଅନେକ ପୋଷକ ତତ୍ତ୍ୱରେ ଭରି ରହିଥାଏ , ଯାହା ଶରୀରକୁ କ୍ୟାଲସିୟମ ଦେଇଥାଏ। ଚିୟା ସିଡ୍ସକୁ ଆପଣ ରାତି ସାରା ପାଣିରେ ଭିଜାଇ ରଖି ସକାଳେ ଏହାକୁ ଖାଲି ପେଟରେ ସେବନ କରି ପାରିବେ। ଏହା ବ୍ୟତୀତ ଚିୟା ସିଡ୍ସ , ଦହି , ଓଟ୍ସ ଓ ସରବତରେ ମିଶାଇ ଖାଇ ପାରିବେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.