ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଅମାବାଶ୍ୟାରେ କରନ୍ତୁ ଏହି ଉପାୟ, ଶନି ଏବଂ ରାହୁ ଦୋଷରୁ ମିଳିବ ମୁକ୍ତି

ଦେବାଧି ଦେବ ମହାଦେବ। ଦେବତାଗଣ ମଧ୍ୟ ତାଙ୍କୁ ଆରଧନା କରିଥାନ୍ତି। ତାଙ୍କରି ଆଦେଶରେ ଚାଲିଛି ଆମର ଏହି ସଂସାର। ସମଗ୍ର ବିଶ୍ୱକୁ ବିଷପାନ ଠାରୁ ରକ୍ଷା କରିବାକୁ ଯାଇ ନିଜେ ସବୁ ବିଷ ପିଇ ହୋଇଥିଲେ ନୀଳକଣ୍ଠ। ତାଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜ। ପୂର୍ଣ୍ଣ ଶ୍ରଦ୍ଧାରେ କେବଳ ତାଙ୍କ ନାମ ଜପରେ ହିଁ ପ୍ରସନ୍ନ ହୋଇଥାନ୍ତି ସେ। ବେଲପତ୍ର ଏବଂ ଅରଖ ଫୁଲ ତାଙ୍କର ବେଶ ପ୍ରିୟ। ସେ ଭକ୍ତଙ୍କ ମନ କଥା ବୁଝି ସମସ୍ତ ଦୁଃଖ ମଧ୍ୟ ଦୂର କରିଥାନ୍ତି। ସେଥିପାଇଁ ଏ ବ୍ରହ୍ମାଣ୍ଡ ତାଙ୍କୁ ଭୋଳାବାବା ବୋଲି ସମ୍ୱୋଧନ କରିଥାଏ। 

ଚଳିତ ମାସ ଅର୍ଥାତ ଜୁଲାଇ ମାସ ୫ ତାରିଖରେ ଅମାବାଶ୍ୟାର ତିଥି ରହିଛି। ଶିବଲିଙ୍ଗ ସମ୍ୱନ୍ଧିତ ଏକ ଉପାୟ କରନ୍ତୁ । ଏହା ଆପଣଙ୍କ ଭାଗ୍ୟର ତିନୋଟି ଗ୍ରହକୁ ଅତ୍ୟନ୍ତ ଶୁଭ କରିବା ସହ ସକାରାତ୍ମକତା ରେ ଭରିଦେଇଥାଏ।  

ଅମାବାଶ୍ୟା ତିଥିରେ ଶିବଙ୍କର ଉପାସନା କରିବାର ଉପାୟ –

ଏହି ଦିନ ଆପଣ ଶିବଙ୍କର ଧ୍ୟାନ କରି ପୂଜାର୍ଚ୍ଚନା କରନ୍ତୁ। ଏହିଦିନ ସଂନ୍ଧ୍ୟା ସମୟରେ ଆପଣ ହାତର ମଝି ଆଙ୍ଗୁଠିରେ କଜ୍ୱଳ ନେଇ ଶିବଲିଙ୍ଗ ଉପରେ ତିନୋଟି ବିନ୍ଦି କରନ୍ତୁ। ପରେ ଏହାକୁ ଜଳ ସାହାଯ୍ୟରେ ସଫା କରି ଦିଅନ୍ତୁ। ଯେକୌଣସି  ଜିନିଶ ଶିବଲିଙ୍ଗରେ ଚଢାଇବା ପରେ ଜଳାଭିଷେକ କରିବା ଅନିବାର୍ଯ୍ୟ ହୋଇଥାଏ। 

ଏହାର ବିଶେଷ ଲାଭ–

ଏହି ତିଥିରେ ଉପରୋକ୍ତ ଉପାୟ କରିବା ଦ୍ୱାରା ଶନି ଏବଂ ରାହୁ ସହ ସମ୍ୱନ୍ଧିତ ଦୋଷ, ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କ ଉପରେ କୌଣସି ତାନ୍ତ୍ରିକ ପ୍ରଭାବ ପଡୁଛି, ତେବେ ତାହା ମଧ୍ୟ ଦୂର ହେବ ଏବଂ ଶିବଙ୍କର ଆଶୀର୍ବାଦ ମଧ୍ୟ ମିଳିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.