ପ୍ରମୂଖ ଖବର
  • ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ୨ ଓଡ଼ିଆ କ୍ରୀଡ଼ାବିତ୍‌, ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ମଣିପୁର ଗସ୍ତରେ ଯିବେ ରାହୁଲ ଗାନ୍ଧି, ହିଂସା ପୀଡିତ ଓ ବନ୍ୟା ପୀଡ଼ିତଙ୍କ ସହ କରିବେ ଆଲୋଚନା
  • ||
  • ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା
  • ||
  • ପୁରୀ ବେଳାଭୂମିରେ ମର୍ଣ୍ଣିଂଓ୍ବାକ କଲେ ରାଷ୍ଟ୍ରପତି, ଅପରାହ୍ନରେ ଖଣ୍ଡଗିରି-ଉଦୟଗିରି କରିବେ ପରିଦର୍ଶନ
  • ||
  • ୧୪ରେ ଆଉ ଏକ ଲଘୁଚାପ ସମ୍ଭାବନା, ଆଜି କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷିବ
  • ||

ସପ୍ତାହରେ ଚାଲନ୍ତୁ ମାତ୍ର ୨ଘଣ୍ଟା, ମିଳିବ ଏଭଳି ଚମତ୍କାର ଫାଇଦା

ପିଠି ଯନ୍ତ୍ରଣା ଏକ ଗୁରୁତର ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିକଶିତ ଦେଶମାନଙ୍କରେ ୬୦ରୁ ୭୦ ପ୍ରତିଶତ ଲୋକେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଜାଣନ୍ତି କି? ସପ୍ତାହରେ ମାତ୍ର ଦୁଇଘଣ୍ଟା ଚାଲିବା ଦ୍ୱାରା ପିଠିର ଯନ୍ତ୍ରଣା କମ୍‌ ହେବା ସହିତ ଶରୀର ଫିଟ୍‌ ରହିଥାଏ । ଅସ୍ୱାଭାବିକ ଜୀବନଶୈଳୀ ଏବଂ ଅନୁପଯୁକ୍ତ ବସିବା ଶୈଳୀ ଯୋଗୁଁ ହାଡ଼ ଏବଂ ମାଂସପେଶୀରେ ଆର୍ଥ୍ରାଇଟିସ୍‌ ଭଳି ଗୁରୁତର ସମସ୍ୟା ଦେଖାଦେଇଥାଏ । ପରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଔଷଧ, ଫିଜିଓଥେରାପି ଏବଂ ଅସ୍ତ୍ରୋପଚାର ପଦ୍ଧତିକୁ ଅନୁସରଣ କରିଥାନ୍ତି ।

ଚାଲିବାର ଫାଇଦା

ଶରୀରରେ ସବୁଠାରୁ କମ୍‌ ଚାପ ପକାଉଥିବା ବ୍ୟାୟାମ ହେଉଛି ଚାଲିବା, ଯାହାକୁ ସମସ୍ତେ ନିୟମିତ ଜୀବନଚର୍ଯ୍ୟାରେ ଅନ୍ତର୍ଭୁକ୍ତ କରିପାରିବେ । କେବଳ ଚାଲିବା ଦ୍ୱାରା ଶରୀରର ବହୁ ସମସ୍ୟାର ସମାଧାନ ହୋଇଥାଏ ।

ବଢେ ରକ୍ତ ସଂଚାଳନ

ଚାଲିବା ଦ୍ୱାରା ଶରୀରରେ ବଢିଥାଏ ରକ୍ତ ସଂଚାଳନ । ‘ଜର୍ଣ୍ଣାଲ ଅଫ ଏକ୍ସରସାଇଜ୍‌ ରିହାବିଲେସନ’ର ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚାଲିବା ଦ୍ୱାରା ମେରୁଦଣ୍ଡରେ ଅମ୍ଳଜାନ ଏବଂ ପୋଷକତତ୍ତ୍ୱର ମାତ୍ରା ବଢ଼ିଥାଏ, ଯାହା ମେରୁଦଣ୍ଡର ପୁର୍ନଗଠନ କରିବା ସହ ନଷ୍ଟ ହୋଇଥିବା ଜୀବକୋଷକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଥାଏ ।

ଶକ୍ତ ହୁଏ ମାଂସପେଶୀ

ହାର୍ଭାର୍ଡ ମେଡ଼ିକାଲ ସ୍କୁଲର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚାଲିବା ଦ୍ୱାରା ଶରୀରର ମାଂସପେଶୀ ଶକ୍ତ ହେବା ସହ ମେରୁଦଣ୍ଡ ମଜବୁତ ହୋଇଥାଏ । ଫଳରେ ପିଠିରେ କମ୍‌ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।

ମାନସିକ ଯନ୍ତ୍ରଣା ହ୍ରାସ

ପିଠି ଯନ୍ତ୍ରଣାର ମୂଳ କାରଣ ହେଉଛି ଚିନ୍ତା ଓ ଚାପଗ୍ରସ୍ତ ଜୀବନ । ଚାଲିବା ଦ୍ୱାରା ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ, ଫଳରେ ଚିନ୍ତା ଦୂର ହୋଇ ମାନସିକ ସ୍ଥିତିରେ ସୁଧାର ଆସିଥାଏ । ଆମେରିକାନ୍‌ ଜର୍ଣ୍ଣାଲ୍‌ର ପ୍ରିଭେନ୍‌ଟିଭ୍‌ ମେଡ଼ିସିନର ଏକ ଅଧ୍ୟୟନରୁ ଜଣାପଡ଼ିଛି ଦିନକୁ ୩୦ ମିନିଟ୍‌ ଏବଂ ସପ୍ତାହକୁ ୫ ଦିନ ଚାଲିବା ଦ୍ୱାରା ଆପଣଙ୍କ ମାନସିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ ।

ଯନ୍ତ୍ରଣାକୁ କମାଏ

ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ରିହାବିଲେସନର ଏକ ସର୍ଭେ ଅନୁଯାୟୀ ଯେଉଁ ବ୍ୟକ୍ତି ସପ୍ତାହରେ ମାତ୍ର ୧ ଘଣ୍ଟା ଚାଲୁଥିଲେ, ତାଙ୍କ ପିଠି ଯନ୍ତ୍ରଣା କମ୍‌ ରହିଥିଲା ଅପେକ୍ଷାକୃତ ଚାଲୁ ନଥିବା ବ୍ୟକ୍ତିଙ୍କ ତୁଳନାରେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚାଲିବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ । ଯଦି ଆପଣ ନୂଆ ଚାଲିବା ଆରମ୍ଭ କରୁଥାନ୍ତି, ତେବେ ପ୍ରଥମେ ୧୦ ରୁ ୨୦ ମିନିଟି ଚାଲନ୍ତୁ । ପରେ ଧୀରେ ଧୀରେ ସମୟକୁ କ୍ରମଶଃ ୨ ଘଣ୍ଟା ଯାଏ ବଢାଇପାରିବେ । ଚାଲିବା ସମୟରେ ଗୋଇଠି ଓ ପିଠିରେ ଅଧିକ ଚାପ ନ ପଡିବା ପାଇଁ ଉଚ୍ଚମାନର ଜୋତା ବ୍ୟବହାର କରିବା ଉଚିତ୍‌ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.