ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ମନସୁନ୍‌ରେ ନିରୋଗ ରହିବାକୁ ଖାଆନ୍ତୁ ଏହି ଖାଦ୍ୟ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ....

ଭୁବନେଶ୍ୱର, ୩୦।୬: ମୌସୁମୀ ଆସିଲେ ସାଧାରଣତଃ ଦେହ ଖରାପ ହେବାରେ ଲାଗିଥାଏ । ତେବେ ଏଥିପାଇଁ ସତର୍କ ହେବାର ଆବଶ୍ୟକତା ରହିଛି । ସେମାନଙ୍କ ଖାଦ୍ୟପେୟର ସଠିକ୍ ଯତ୍ନ ନେବାକୁ ପଡ଼ିଥାଏ । ସେମାନଙ୍କୁ ଏହି ଦିନେ ଏଭଳି କିଛି ଖାଦ୍ୟ ଦେବାକୁ ହୋଇଥାଏ କି ତାଙ୍କର ଇମ୍ୟୁନିଟି ବୁଷ୍ଟ ହେବ । ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟ ବିଷୟରେ ।  

ଭିଟାମିନ୍ ସି ଥିବା ଖାଦ୍ୟ- ଏହି ଦିନେ ବିଶେଷ ଭାବେ ଭିଟାମିନ୍ ସି ଥିବା ଖାଦ୍ୟ ଦିଅନ୍ତୁ, ଯେପରି କମଳା, ଲେମ୍ୱୁ ଆଦି ଫଳ । ଭିଟାମିନ୍ ସି ଶରୀରରେ ହ୍ୱାଇଟ୍ ବ୍ଲଡ୍ ସେଲ୍ ଉତ୍ପାଦନର କ୍ଷମତା ରଖିଥାଏ । ତେଣୁ ଏହା ଶରୀରେ ଅଧିକ ପରିମାଣର ରହିଲେ ସଂକ୍ରମଣ ବିରୋଧରେ ଲଢ଼ିବାକୁ ଶକ୍ତି ମିଳିଥାଏ । ତେଣୁ ମଝିରେ କମଳା ରସ ଓ ଲେମ୍ୱୁ ପାଣି ପିଅନ୍ତୁ । 

ଅଦା ଏବଂ ମହୁ- ଅଦାରେ ଆଣ୍ଟି ଇନଫ୍ଲାମେଟୋରୀ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି । ଏହା ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବେଶ୍ ଉପକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିମାଇକ୍ରୋବାଇଆଲ ପ୍ରପଟି ବିଭିନ୍ନ ସମସ୍ୟାକୁ ଭଲ କରିବାରେ ସହାୟକ ହୋଇଥାଏ । ଏହି ଦିନେ ଅଦା ପକାଯାଇଥିବା ଚା’ ରେ ମହୁ ମିଶାଇ ଦେଇପାରିବେ । 

ଦହି- ଦହିରେ ପ୍ରୋବୋୟୋଟିକ୍ ଗୁଣ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଲାଭଦାୟକ ବ୍ୟାକ୍ଟେରିଆ ରହିଥାନ୍ତି ଯେଉଁମାନେ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ । ମନସୁନ୍ ସମୟରେ ପେଟ ସମସ୍ୟା ଭଲ କରିବାରେ ଏହା ସହାୟକ ହୋଇଥାଏ । ତେଣୁ ଏହି ଦିନରେ ମିଲ୍‌ରେ ଦହି ଆଡ୍ କରନ୍ତୁ । 

ହଳଦୀ- ଆମ ଦେହ ପାଇଁ ହଳଦୀ ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା କୁର୍‌କୁମିନ୍‌ରେ ଆଣ୍ଟିଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଥାଏ । ତେଣୁ ଏହି ଦିନେ ହଳଦୀ ପକାଇ ପିଅନ୍ତୁ । ଏହା ବେଶ୍ ଫଳପ୍ରଦ । 

ବାଦାମ- ବାଦାମରେ ଭରପୁର ମାତ୍ରାରେ ଭିଟାମିନ୍-ଇ ରହିଥାଏ, ଯାହା ଏକ ଆଣ୍ଟି-ଅକ୍ସିଡାଣ୍ଟର କାମ କରିଥାଏ । ବାଦାମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ୍ ସହାୟକ ହୋଇଥାଏ । ଏଥିସହ ବାଦାମ ଶରୀରକୁ ହେଲ୍‌ଦି, ଫ୍ୟାଟ୍, ଫାଇବର ଓ ପ୍ରୋଟିନ୍ ଯୋଗାଇଥାଏ । ପ୍ରତିଦିନ ରାତିରେ ଭିଜା ଯାଇଥିବା ବାଦାମ ଖାଆନ୍ତୁ । ଏହା ମନସୁନ୍‌ରେ ନିରୋଗ ରଖିବାରେ ଖୁବ୍ ସହାୟକ ହେବ । ଏହିଦିନେ ଆଲମଣ୍ଡ ମିଲ୍କ, ବାଦାମ ସେକ୍ ମଧ୍ୟ ପିଇପାରିବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.