ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ମାନନ୍ତୁ ଏହି ବାସ୍ତୁ ନିୟମ, ନଚେତ୍ ଏହି ଭୁଲ୍ ଯୋଗୁଁ ହୋଇଥାଏ ହାନି...

ଭୁବନେଶ୍ୱର, ୨୯।୬: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସକାରତ୍ମକ ଶକ୍ତି ଯୋଗୁଁ ଘରେ ସୁଖଶାନ୍ତି ବଜାୟ ରହେ । ସେହି ଘରେ ମା' ଲକ୍ଷ୍ମୀଙ୍କ କୃପା ରହିଛି ବୋଲି କୁହାଯାଏ । କିନ୍ତୁ, ଘରେ ବାସ୍ତୁ ଦୋଷ ଥିଲେ, ଆର୍ଥିକ ସଙ୍କଟ ଦେଖାଯିବା ସହ ପରିବାର ସଦସ୍ୟ ରୋଗଗ୍ରସ୍ତ ହୁଅନ୍ତି ଏବଂ ଅଶାନ୍ତି ଲାଗିରୁହେ । ତେବେ ଏପରି ବାସ୍ତୁଦୋଷଗୁଡ଼ିକ କେଉଁ କାରଣରୁ ସୃଷ୍ଟି ହୋଇଥାଏ, ଆସନ୍ତୁ ଜାଣିବା...

- ଘରର ମୁଖ୍ୟଦ୍ୱାର ଅନ୍ଧକାର ରହିବା ଉଚିତ୍ ନୁହେଁ । ଏପରି ହେଲେ କୌଣସି କାର୍ଯ୍ୟ ହୋଇନଥାଏ । ବହୁତ ପରିଶ୍ରମ କରିବା ସତ୍ତ୍ୱେ ଲୋକ ସେମାନଙ୍କ କାର୍ଯ୍ୟରେ ସଫଳ ହୋଇନଥାନ୍ତି । 

- ସେହିଭଳି ଘରେ ଭାଙ୍ଗି ଯାଇଥିବା ଫଟୋ ଟାଙ୍ଗିବା ଅନୁଚିତ୍ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ରୁହେନାହିଁ । ଏଥିଯୋଗୁଁ ବାଦବିବାଦ ଦେଖାଯାଇପାରେ । ତେଣୁ ଏଭଳି ଫଟୋ ହଟେଇ ଦିଅନ୍ତୁ । 

- ଯଦି ଜଣେ ଘରେ ଥିବା ଜୋତା, ପୋଷାକ ଆଦିକୁ ଠିକ୍ ଜାଗାରେ ନ ରଖି ଏଣେତେଣେ ପକାଉଛନ୍ତି । ଏଥିଯୋଗୁଁ, ମା' ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । ଏଥିଯୋଗୁଁ ଘରେ ଧନଅଭାବ ଦେଖାଯାଇଥାଏ । 

- ସେହିଭଳି ଘରର କବାଟ ଝରକାଗୁଡ଼ିକୁ ପୂରାପୂରି ଖୋଲନ୍ତୁ ନାହିଁ । ଏହାଦ୍ୱାରା ଘରକୁ ନକାରତ୍ମକ ଶକ୍ତି ପ୍ରବେଶ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ରାଗରୁଷା ଲାଗି ରହେ ।

- ଅନେକ ଲୋକଙ୍କର ଘରର ଟ୍ୟାପ୍‌ଗୁଡ଼ିକ ଖୋଲି ଦେଇଥାନ୍ତି । ଏଥିରୁ ଅନବରତ ପାଣି ବୋହିଥାଏ । ବାସ୍ତୁ ଅନୁସାରେ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏଥିଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଜଣେ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼େ । 

- ସେହିଭଳି ରାତିରେ ପର୍ଫ୍ୟୁମ୍ ବ୍ୟବହାର କରିବା ଅନୁଚିତ୍ । ଏହାର ତୀବ୍ର ବାସ୍ନା ଯୋଗୁଁ ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଥାନ୍ତି ବୋଲି କୁହାଯାଏ । 

- ଘରର ପ୍ରବେଶ ଦ୍ୱାରରେ ଡଷ୍ଟବିନ୍ ରଖିବା ଅନୁଚିତ୍ । ଏହାଦ୍ୱାରା ମା' ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ । ଏଥିଯୋଗୁଁ ଆର୍ଥିକ ସ୍ଥିତି ବିଗିଡ଼ିଯାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.