ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ମହଙ୍ଗା ପଡିବ ମାତ୍ରାଧିକ ନିରାମିଷ ଖାଦ୍ୟ,ହୋଇପାରେ ଏହି ସବୁ ରୋଗ

କଥାରେ ଅଛି ‘ଜଳ ବହୁଳେ ସର୍ବନାଶ’ । ଅର୍ଥାତ ଯଦି ଆପଣ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଶରୀର ଅନୁଯାୟୀ ଡାଏଟ୍ ଅନୁସରଣ କରିବା ଉଚିତ୍। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଯଦି ଆପଣ ଏଥିପାଇଁ ନିରାମିଷ ଖାଦ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହେବ । ଅତ୍ୟଧିକ ପ୍ରୋଟିନ୍ କିଡନୀକୁ କ୍ଷତି ପହଞ୍ଚାଇପାରେ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଶରୀରକୁ କ୍ଷତି ସହିବାକୁ ପଡିପାରେ ।

ହୃଦ୍ରୋଗ:- ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା ହୃଦ୍ରୋଗ ହୋଇପାରେ । ଏହା ହୃଦୟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ହୃଦଘାତ ମଧ୍ୟ ହୋଇପାରେ । ତେଣୁ ଆପଣଙ୍କ ଶରୀର ଅନୁଯାୟୀ ପ୍ରୋଟିନ୍ ଖାଆନ୍ତୁ ।

ଶରୀରରେ ହୋଇପାରେ କ୍ୟାଲସିୟମ ଅଭାବ:-

ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଭାବ ହୋଇପାରେ, ଯାହା ହାଡର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍ ଖାଆନ୍ତି, ତେବେ ଏହା ଗଣ୍ଠି ଏବଂ ହାଡ ଯନ୍ତ୍ରଣାକୁ ବଢାଇପାରେ । ଯଦି ଆପଣଙ୍କର ହାଡ ଦୁର୍ବଳ ହେଉଛି ତେବେ ବୁଝିଯାଆନ୍ତୁ ଯେ, ଆପଣ ଅଧିକ ପ୍ରୋଟିନ୍ ଖାଉଛନ୍ତି । ତେଣୁ, ଆପଣଙ୍କ ଶରୀର ଅନୁଯାୟୀ ପ୍ରୋଟିନ୍ ଖାଆନ୍ତୁ । ମାତ୍ରାଧିକ ପ୍ରୋଟିନ୍ ଗ୍ରହଣ କରିବା ଦ୍ୱାରା କର୍କଟ ଭଳି ସାଂଘାତିକ ରୋଗର ଆଶଙ୍କା ମଧ୍ୟ ବଢିପାରେ।

କିଡନୀ ରୋଗ :-

ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା କିଡନୀ ସମ୍ବନ୍ଧୀୟ ରୋଗ ହୋଇପାରେ । ଷ୍ଟୋନ୍ ହେବାର ବିପଦ ବଢିବାରେ ଲାଗେ । ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀର ଅନୁଯାୟୀ ପ୍ରୋଟିନ୍ ଗ୍ରହଣ କରାଯିବା ଉଚିତ୍। କାରଣ ଏହା ବିଭିନ୍ନ ରୋଗର ଆଶଙ୍କା ବଢାଇଥାଏ। ଅଧିକ ପ୍ରୋଟିନ୍ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହୋଇପାରେ । ଏହି କାରଣରୁ, ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । 

କୋଷ୍ଠକାଠିନ୍ୟ:-

 ଅତ୍ୟଧିକ ପ୍ରୋଟିନ୍ ହଜମ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏପରି ପରିସ୍ଥିତିରେ, ଆପଣ ହଜମ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବା ସହ କୋଷ୍ଠକାଠିନ୍ୟରେ ପୀଡିତ ହୋଇପାରନ୍ତି । 

ଖାଆନ୍ତୁ ନାହିଁ ମାତ୍ରାଧିକ ନିରାମିଷ :- 

ଅଣ ଶାକାହାରୀ ଲୋକମାନେ ପ୍ରୋଟିନ୍ ପାଇଁ ବହୁତ ଚିକେନ୍, ଲାଲ୍ ମାଂସ, ମାଛ ଏବଂ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଅତ୍ୟଧିକ ନିରାମିଷ ଖାଦ୍ୟ ଖାଇବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଏହା ଯକୃତ ଏବଂ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ମସଲାଯୁକ୍ତ ନିରାମିଷ ଖାଉଛନ୍ତି, ଅନେକ ପ୍ରକାରର ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରିପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.