ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

କାହିଁକି କ୍ଷୀର ଚା’ଠାରୁ ଦୂରେଇ ରହିବା ଆବଶ୍ୟକ? ଜାଣନ୍ତୁ କାରଣ

ଅନେକ ଲୋକଙ୍କ ଦିନ ଚା କିମ୍ବା କଫିରୁ ଆରମ୍ଭ ହୁଏ । ଏହାକୁ ସେମାନଙ୍କର ପ୍ରିୟ ପାନୀୟ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି। ଦିନକୁ ଅନେକ ଥର ଚା କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି ଲୋକ । କିଛି ଲୋକ ଖାଇବା ପରେ ଅଳସୁଆରୁ ମୁକ୍ତି ପାଇବା ପାଇଁ ଚା ଏବଂ କଫିର ସାହାଯ୍ୟ ନେଇଥିବାବେଳେ କିଛି ଲୋକ ରାତିରେ ନିଦରୁ ମୁକ୍ତି ପାଇବା ପାଇଁ ଏହାର ସାହାଯ୍ୟ ନିଅନ୍ତି । ଏହା ଶରୀରକୁ ତୁରନ୍ତ ଶକ୍ତି ଏବଂ ସତେଜ ଅନୁଭବ କରାଇଥାଏ। କିନ୍ତୁ ଆପଣ ଜାଣନ୍ତି କି, କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଅନେକ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ । ଏପରି ପରିସ୍ଥିତିରେ, ଯଦି ଆପଣ କ୍ଷୀରରେ ତିଆରି ଚା’କୁ ଭଲ ପାଆନ୍ତି, ତେବେ ଏହାର ଅସୁବିଧା ବିଷୟରେ ମଧ୍ୟ ଜାଣି ରଖନ୍ତୁ...

କ୍ଷୀରରେ ପ୍ରସ୍ତୁତ ଚା’ର ୬ଟି ଗୁରୁତର ଅସୁବିଧା-

  ପେଟ ଫୁଲିବା: କ୍ଷୀରରେ ତିଆରି ଚା’ ପିଇବା ଦ୍ୱାରା ପେଟ ଫୁଲିବାର ସମସ୍ୟା  ଦେଖାଦେଇପାରେ । ବାସ୍ତବରେ, ଚା’ରେ କଫିନ୍ ରହିଥାଏ, ଯାହା ପେଟର ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ |। ଏହା ଅମ୍ଳତା ସୃଷ୍ଟି କରି ପେଟକୁ ଫୁଲାଇଥାଏ। 

 ଡିହାଇଡ୍ରେସନ୍: କେବଳ କଫିନ୍ ନୁହେଁ ଚା’ରେ ଥିଓଫିଲାଇନ୍ ମଧ୍ୟ ରହିଥାଏ । ଏହାକୁ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ। ଏହା ଭୟଙ୍କର କୋଷ୍ଠକାଠିନ୍ୟର କାରଣ ହେବା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି କରିପାରେ ।

  ମୁଣ୍ଡବିନ୍ଧାର ସମସ୍ୟା: କ୍ଷୀରରେ ତିଆରି ଚା’ ଅଧିକ ପିଇବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ, ଯାହା ମୁଣ୍ଡବିନ୍ଧାର ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ଆଖିରେ ଯନ୍ତ୍ରଣା ହୋଇପାରେ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ୍ଷୀର ତିଆରି ଚା’ ପିଇବାକୁ ବାରଣ କରନ୍ତି ।

   ଚାପ ସୃଷ୍ଟି ହୋଇପାରେ: ଯଦି ଆପଣ ଗୋଟିଏ ଦିନରେ କ୍ଷୀରରେ ପ୍ରସ୍ତୁତ ଚା’ର ଏକାଧିକ କପ ପିଉଛନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସ ଛାଡିଦିଅନ୍ତୁ। କାରଣ ଯଦି ଆପଣ ଅଧିକ ଚିନ୍ତା କରନ୍ତି ତେବେ କ୍ଷୀରରେ ତାଆରି ଚା’ ଏହାକୁ ଟ୍ରିଗର କରିପାରେ । ଅନେକ ମାନସିକ ସମସ୍ୟା ଏହି କାରଣରୁ ଆରମ୍ଭ ହୋଇପାରେ ।

   ଶୋଇବାରେ ସମସ୍ୟା: କ୍ଷୀରରେ ତିଆରି ଚା’ରେ ଅଧିକ କଫିନ ରହିଥାଏ, ଯାହା  ଆପଣଙ୍କୁ ଶୋଇବାକୁ ଦେଇନଥାଏ । ଏହି କାରଣରୁ ଅନିଦ୍ରା ସମସ୍ୟା ଆରମ୍ଭ ହୋଇପାରେ । ଫଳରେ ପୁରା ଦିନ ନଷ୍ଟ ହୋଇପାରେ ଏବଂ ଶାରୀରିକ ତଥା ମାନସିକ ସମସ୍ୟା ଦେଖାଦେଇପାରେ ।

  ରକ୍ତଚାପ ବଢିପାରେ: ଯଦି ଆପଣ କ୍ଷୀରରେ ପ୍ରସ୍ତୁତ ଚା’ ଅଧିକ ପିଉଛନ୍ତି, ତେବେ ଏହା ରକ୍ତଚାପକୁ ଅନିୟନ୍ତ୍ରିତ କରିପାରେ । ଯେଉଁ କାରଣରୁ ହୃଦୟର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ଯଦି ଆପଣ ପୂର୍ବରୁ ରକ୍ତଚାପ ସମସ୍ୟାରେ ପୀଡିତ ଅଛନ୍ତି ତେବେ ଆପଣ କ୍ଷୀର ତିଆରି ଚା’ଠାରୁ ଦୂରେଇ ରହିବା ଉଚିତ୍ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.