ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଶରୀର ପାଇଁ କ୍ଷତିକାରକ ଲାଲ୍‌ ଲଙ୍କା, ପେଟରେ ଅଲ୍‌ସର ହେବା ସହ ହୋଇଥାଏ ଏହି ସବୁ ସମସ୍ୟା

ଭୁବନେଶ୍ୱର ୨୮/୦୬: କିଛି ଲୋକଙ୍କୁ ରାଗ ଖାଇବା ଖୁବ୍‌ ପସନ୍ଦ । ଏହି ପସନ୍ଦ ପୂରଣ କରିବା ଆଶାରେ ସେମାନେ ଖାଦ୍ୟରେ ଆବଶ୍ୟକଠାରୁ ଅଧିକ ଲଙ୍କା ବା ଲଙ୍କାଗୁଣ୍ଡର ବ୍ୟବହାର କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହି ଲାଲ୍‌ ଲଙ୍କା ଶରୀର ପାଇଁ କେତେକ କ୍ଷତିକାରକ? ଖାଦ୍ୟ ସମସ୍ତଙ୍କର ପସନ୍ଦ । ଲୋକମାନେ ସ୍ୱାଦାନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି । ବିଶେଷକରି ସୌଖୀନ୍‌ ଲୋକମାନେ ନିଜ ପସନ୍ଦ ମୁତାବିକ୍‌ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ ଖାଇଦେଇଥାନ୍ତି । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍‌ଲଙ୍କାର ବ୍ୟବହାର କରିଥାଉ । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ? ଯଦି ଆପଣ ଅଧିକ ଲାଲ୍‌ ଲଙ୍କା ଖାଉଥାନ୍ତି, ତେବେ ଜାଣନ୍ତୁ ଏହାର ପରିଣାମ । 

ଆସ୍ଥମା :

ଖୁବ୍‌ କମ୍‌ ଲୋକ ଏକଥା ଜାଣିଥିବେ ଯେ ଆସ୍ଥମା ରୋଗୀଙ୍କ ପାଇଁ ଲାଲ୍‌ ଲଙ୍କା ଖୁବ୍‌ ହାନିକାରକ । ଯଦି ଆପଣ ନିୟମିତ ଅଧିକ ଲାଲ୍‌ଲଙ୍କା ଖାଉଥାନ୍ତି, ତେବେ ଆସ୍ଥମା ସମସ୍ୟା ବଢିଯାଇପାରେ । ଏପରିକି ଆସ୍ଥମା ଆଟାକ୍‌ର ଆଶଙ୍କା ବହୁ ମାତ୍ରାରେ ବଢିଯାଇପାରେ । 

ଡାଇରିଆ :

ଯଦି ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍‌ଲଙ୍କା ଖାଉଥାନ୍ତି । ତେବେ ପାଚନ ତନ୍ତ୍ରରେ ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ । ବାରମ୍ବାର ଲାଲ୍‌ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ । 

ପେଟରେ ଅଲ୍‌ସର :

ମାତ୍ରାଧିକ ଲାଲ୍‌ଲଙ୍କା ଖାଇବା ଦ୍ୱାରା ପେଟରେ ସମସ୍ୟା ସୃଷ୍ଟି ହୋଇଥାଏ । ଲାଲ୍‌ ଲଙ୍କାରେ ଥିବା ଆଫ୍ଲାଟ୍‌କ୍ସିନ୍‌ ତତ୍ତ୍ୱ ପେଟ ଓ ଲିଭର୍‌ରେ କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍‌ ଲଙ୍କା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ । 

ଗର୍ଭାବସ୍ଥାରେ ହାନିକାରକ :

ଯଦି ଆପଣ ଗର୍ଭବତୀ । ତେବେ ଲାଲ୍‌ ଲଙ୍କାଠାରୁ ଯଥାସମ୍ଭବ ଦୂରେଇ ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍‌ ଲଙ୍କା ଖାଇବା ଦ୍ୱାରା ସମୟ ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ । ଏସବୁ ସମସ୍ୟାକୁ ଏଡାଇବା ପାଇଁ ଗର୍ଭାବସ୍ଥାରେ ଲାଲ୍‌ ଲଙ୍କାଠାରୁ ଦୂରେଇ ରହିବା ଭଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.