ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଆଳସ୍ୟ କବଳରେ ଦେଶର ଅଧା ଯୁବପିଢ଼ି, ଜାଣନ୍ତୁ ରିପୋର୍ଟ

ଶାରୀରିକ କାର୍ଯ୍ୟକଳାପ ଆମ ଶରୀର ପାଇଁ ଅତ୍ୟନ୍ତ ହିତକର । କିନ୍ତୁ ଆଜିର ଏହି ଅତ୍ୟାଧୁନିକ ଯୁଗରେ ବର୍ତ୍ତମାନର ପିଢ଼ି ଏସବୁଠୁ ଦୂରେଇ ଯାଉଛି। ନିକଟରେ ଲାନସେଟ୍ ର ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଭାରତୀୟ ଜନସଂଖ୍ୟାର ପାଖାପାଖି ଅଧା ଲୋକ  ଶାରୀରିକ କାର୍ଯ୍ୟକଳାପ ପାଇଁ ସକ୍ରିୟ ନୁହନ୍ତି। ଯାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି। ତେଣୁ ନିକଟରେ ଲାନସେଟ୍ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ ଭାରତୀୟ ଜନସଂଖ୍ୟାର ଅଧାରୁ ଅଧିକ ଲୋକ ଶାରୀରିକ ସକ୍ରିୟ ନୁହଁନ୍ତି । ଲାନସେଟଙ୍କ ଅଧ୍ୟୟନରେ ଭାରତୀୟମାନେ ଶାରୀରିକ ଭାବେ ଅଯୋଗ୍ୟ ହୋଇଥିବାରୁ ଉଦବେଗ ପ୍ରକାଶ କରିଛି।  ଏଥସହ ବହୁତ କମ୍ ଦିନରେ ଭାରତୀୟ ଜନସଂଖ୍ୟାର ୬୦ରୁ ଅଧିକ ଲୋକ ଶାରୀରିକ କାର୍ଯ୍ୟକଳାପ ଅଭାବରୁ ସମସ୍ୟାର ଶିକାର ହେବେ। ଗ୍ଲୋବାଲ୍ ହେଲଥରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ, ଭାରତର ଅଧାରୁ ଅଧିକ ଜନସଂଖ୍ୟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଦ୍ୱାରା ସ୍ଥିର ହୋଇଥିବା ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପର ନିର୍ଦ୍ଦେଶାବଳୀ ପୂରଣ କରିବାରେ ସକ୍ଷମ ନୁହଁନ୍ତି।

କ’ଣ କହୁଛି ଲାନସେଟ୍ ଅଧ୍ୟୟନ?

ଲାନସେଟ୍ ଅଧ୍ୟୟନରେ ଦର୍ଶାଯାଇଛି ଯେ, ଭାରତୀୟ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଶାରୀରିକ ଭାବରେ ନିଷ୍କ୍ରିୟ ଅଟନ୍ତି। ପୁରୁଷଙ୍କ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ୪୨ପ୍ରତିଶତ ହୋଇଥିବାବେଳେ ମହିଳାଙ୍କ ସଂଖ୍ୟା ୫୭ ପ୍ରତିଶତ ରହିଛି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଭାରତୀୟ ମହିଳାମାନେ ଶାରୀରିକ ଭାବରେ ସକ୍ରିୟ ରହିବାକୁ ସକ୍ଷମ ନୁହଁନ୍ତି। ୨୦୦୦ରେ ଦେଶରେ ଅପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପ ୨୨.୩ ପ୍ରତିଶତ ଥିବାବେଳେ ୨୦୨୨ ରେ ଏହା ୪୯ ପ୍ରତିଶତରୁ ଅଧିକକୁ ବୃଦ୍ଧି ପାଇଛି। ଏହା ଏକ ସ୍ପଷ୍ଟସୂଚକ ଯେ ୨୦୩୦ସୁଦ୍ଧା ଭାରତର ପ୍ରାୟ ୬୦ ପ୍ରତିଶତ ଲୋକ ଶାରୀରିକ ଭାବରେ ଅଯୋଗ୍ୟ ହୋଇଯିବେ ଏବଂ ଶାରୀରିକ ସକ୍ରିୟ ନହେବା କାରଣରୁ ରୋଗର ଶିକାର ହେବାକୁ ଲାଗିବେ।

ଚିନ୍ତା କରିବାର କାରଣ- ଯଦି ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖାଯାଏ, ସୁସ୍ଥ ରହିବା ପାଇଁ ପ୍ରତିଦିନ ଶାରୀରିକ ଭାବେ ସକ୍ରିୟ ରହିବା ଜରୁରୀ | ସୁସ୍ଥ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତି ସପ୍ତାହରେ ୧୫୦ରୁ୩୦୦ ମିନିଟ୍ ଶାରୀରିକ କାର୍ଯ୍ୟକଳାପ ପାଇଁ ପରାମର୍ଶ ଦେଇଛନ୍ତି | ଯଦି କେହି ୧୫୦ମିନିଟର ମଧ୍ୟମ କାର୍ଯ୍ୟକଳାପ କରନ୍ତି ନାହିଁ ତେବେ ତାଙ୍କୁ ୭୦ମିନିଟର ତୀବ୍ର କାର୍ଯ୍ୟକଳାପ କରିବା ଆବଶ୍ୟକ |

ଅର୍ଥାତ ସାମଗ୍ରିକ ଭାବରେ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଶାରୀରିକ କାର୍ଯ୍ୟକଳାପ କରିବା ଗୁରୁତ୍ୱପୂର୍ଣ୍ଣ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ଅନୁଯାୟୀ ଯଦି ଶାରୀରିକ କାର୍ଯ୍ୟକଳାପ କରା ନଯାଏ, ଶରୀରରେ ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ରୋଗ, ଟାଇପ ୨ ମଧୁମେହ, ଡିମେନ୍ସିଆ ଏବଂ କର୍କଟ ଭଳି ରୋଗ ହୋଇପାରେ। ଶାରୀରିକ କାର୍ଯ୍ୟକଳାପର ଏହି ଅଧ୍ୟୟନ ପାଇଁ ଲାନସେଟ୍ ୧୯୫ ଟି ଦେଶରେ ଅଧ୍ୟୟନ କରିଥିଲେ । ଏହି ସମୟ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଏବଂ ଅନୁପଯୁକ୍ତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭାରତ ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି |


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.