ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଶିଶୁର ପାଠପଢାରେ ମନ ଲାଗୁନି କି ? ଖେଳାନ୍ତୁ ଏହି ୫ ବ୍ରେନ୍‌ ଗେମ୍

ଶିଶୁର ମସ୍ତିଷ୍କ ପ୍ରଖର ଅଛି ଏବଂ ସେ ଜିନିଷକୁ ଖୁବ୍‌ ଶୀଘ୍ର ବୁଝି ପାରୁଛି। କିନ୍ତୁ ଅଧିକାଂଶ ପିତାମାତାଙ୍କ ଅଭିଯୋଗ ରହିଥାଏ କି, ତାଙ୍କର ପିଲା ପାଠପଢାରେ ଧ୍ୟାନ ଦେଇ ପାରେ ନାହିଁ। ତାର କନ୍ସଟ୍ରେସନ ସ୍ତର ଖୁବ୍‌ କମ୍‌ ଅଛି। ଯେଉଁଥି ପାଇଁ ସେ ପୂରା ସିଲାବସ୍‌ ପଢି ପାରେ ନାହିଁ ଏବଂ କମ୍‌ ମାର୍କ୍ସ ଆସେ। ଯଦି ଆପଣଙ୍କ ଶିଶୁ ମଧ୍ୟ ଧ୍ୟାନ ପୂର୍ବକ ପାଠ ପଢି ପାରେ ନାହିଁ ତ, ତାକୁ ଏହି ବ୍ରେନ୍‌ ଗେମ୍‌ ଖେଳିବାର ଅଭ୍ୟାସରେ ପକାନ୍ତୁ। ଯାହାର ସାହାଯ୍ୟରେ ଶିଶୁକୁ କନ୍ସଟ୍ରେସନରେ ସାହାଯ୍ୟ ମିଳିବ, ଏହାସହ ଶିଶୁର ମସ୍ତିଷ୍କ ମଧ୍ୟ ପ୍ରଖର ହେବ।

ସୁଡୋକୁ – ଶିଶୁର ମସ୍ତିଷ୍କ ପ୍ରଖର କରିବାକୁ ହେଲେ ଏବଂ ତାକୁ ପାଠପଢାରେ ଫୋକସ କରାଇବା ଶିଖାଇବାକୁ ହେଲେ ପ୍ରତିଦିନ କିଛି ସମୟ ପାଇଁ ସୁଡୋକୁ ଖେଳିବା ଶିଖାନ୍ତୁ। ସୁଡୋକୁ କନ୍ସଟ୍ରେସନ ବଢାଇବା ପାଇଁ ଫେବରେଟ୍‌ ଗେମ୍‌। ଏହାର ସାହାଯ୍ୟରେ ଶିଶୁ ଭିତରେ ଲଜିକ୍, ଫୋକସ ଡେଭଲପ୍‌ ହୋଇଥାଏ, ଏହାସହ ମ୍ୟାଥ୍‌ ସ୍କିଲ୍‌ ମଧ୍ୟ ଭଲ ହୋଇଥାଏ। 

ଚେସ୍‌ – ଚେସ୍‌ ବା ସତରଞ୍ଜକୁ ଫୋକସ ଓ କନ୍ସଟ୍ରେସନର ଗେମ୍‌ କହନ୍ତି। ଗ୍ରୀଷ୍ମଛୁଟି ଶେଷ ହୋଇ ଯାଇଛି। କିନ୍ତୁ ଶିଶୁର ଚେସ୍‌ ଖେଳିବାର ଅଭ୍ୟାସ ପ୍ରତିଦିନ କରାନ୍ତୁ। ପ୍ରତିଦିନ ଘଣ୍ଟାଏ ଯଦି ଶିଶୁଟି ବସି ଚେସ୍‌ ଖେଳେ ତ ଏଥିରେ ଶିଶୁ ଠାରେ ଅଧ୍ୟୟନ କରିବା ସମୟରେ ଫୋକସ କରିବାରେ ମଧ୍ୟ ସାହାଯ୍ୟ ମିଳିବ। ଶିଶୁର ମେମୋରୀରୁ ନେଇ ଲଜିକ୍‌ ଲଗେଇବା ଓ ମ୍ୟାଥ୍‌କୁ ସୁଧାରିବାରେ ଏହି ଗେମ୍‌ ସାହାଯ୍ୟ କରିଥାଏ।

ପଜଲ- ପଜଲ , ୱାର୍ଲଡ ପଜଲ ଏହି ଗେମ୍‌ ବ୍ରେନ୍‌ର ଗେମ୍‌। ଏହାକୁ ଖେଳିବା ଦ୍ୱାରା ଶିଶୁର ମେମୋରୀ ପାୱାର ବଢିଥାଏ। ଏହାସହ ଶିଶୁ ଅନେକ ଗୁଡ଼ିଏ ଲଜିକ୍‌ ଲଗାଇ ଥାଏ। ଯେଉଁଥିରେ ପ୍ରୋବ୍ଲେମକୁ ସଲଭ୍‌ କରାଯାଇ ପାରେ। ଏହିସବୁ ଗେମ୍‌କୁ ଗ୍ରୀଷ୍ମ ଛୁଟିରେ ଶିଶୁ ଠାରୁ ଦୂରେଇ ଦିଅନ୍ତୁ ନାହିଁ। ବରଂ ଏହାକୁ ଖେଳିବାକୁ ପ୍ରମୋଟ କରାନ୍ତୁ। ସେତେବେଳେ ଯାଇ ଶିଶୁର ମାଇଣ୍ଡ ପ୍ରଖର ଓ ପ୍ରବ୍ଲେମ ସଲଭିଂ ହେବ। 

ଯୋଗ – ଶିଶୁକୁ କିଛି ଷ୍ଟ୍ରେଚିଂ ଏକ୍ସରସାଇ୍‌ ମଧ୍ୟ ନିଶ୍ଚୟ କରାନ୍ତୁ। ଯେଉଁଥିରେ ଶିଶୁର ବ୍ରେନ୍ ଡେଭଲପ୍ ହେବ। ବୃକ୍ଷାସନ, ବାଲାସନ, ତାଡାସନ ଭଳି ଯୋଗ ମୁଦ୍ରା ଶିଶୁକୁ ପ୍ରତିଦିନ କରାନ୍ତୁ। ଏହା ପିଲାର ଫିଜିକାଲ ସହ ମେଣ୍ଟାଲ ହେଲଥ୍‌ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.