ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଦହିରେ ଚିନି ମିଶାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ସାଧାରଣତଃ କୌଣସି ନୂଆ ଜିନିଷର ଆରମ୍ଭ ବା ଶୁଭକାମ ପୂର୍ବରୁ ଆମେ ଦହିରେ ଚିନି ମିଶାଇ ଖାଇଥାଉ। ଏପରି କରିଲେ ଉକ୍ତ କାମ ସଫଳ ହେବ ବୋଲି ବିଶ୍ୱାସ ରହିଛି। ଦହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଭଲ। ବହୁତ ଲୋକ ଏଥିରେ ଚିନି ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି। ଯଦି ସବୁବେଳେ ଏପରି ଖାଉଛନ୍ତି,ତେବେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ। ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ପ୍ରତ୍ୟେକ ଦିନ ଦହିରେ ଚିନି ମିଶାଇ ଖାଆନ୍ତୁ ନାହିଁ। 

ଦହି ସହ ଚିନି ମିଶାଇ ଖାଇବାର ପରିଣାମ 

ବଢିଥାଏ ଓଜନ-ଯଦି ଆପଣ ପ୍ରତ୍ୟେକ ଦିନ ଦହିରେ ଚିନି ମିଶାଇ ଖାଉଛନ୍ତି,ତେବେ ଆପଣଙ୍କର ପେଟ ବଢିପାରେ। ଚିନି ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ, ଯାହା ଆପଣଙ୍କର ଓଜନ ଖବ୍ ଶୀଘ୍ର ବଢାଇଥାଏ। ଏହାଦ୍ୱାରା ମୋଟାପଣ ବଢିଥାଏ। ପରେ ଏହି ମୋଟାପଣ ଅନେକ ରୋଗର କାରଣ ହୋଇଥାଏ। 

ମଧୁମେହର ବିପଦ-ଅଧିକ ଚିନି ଖାଇବାଦ୍ୱାରା ଶରୀରରେ ଶର୍କରାର ମାତ୍ରା ବଢିଥାଏ। ଏହାଦ୍ୱାରା ଟାଇପ୍ ୨ ମଧୁମେହର ବିପଦ ରହିଥାଏ। ଦହିରେ ପ୍ରାକୃତିକ ଲାକ୍ଟୋଜ୍ ରହିଥାଏ, ଯାହା ଏକ ପ୍ରକାରର ଶର୍କରା ଅଟେ। ତେବେ ଏଥିରେ ଯଦି ଆପଣ ଚିନି ମିଶାଇ ଖାଉଛନ୍ତି ତେବେ ଶରୀରରେ ଶର୍କରାର ମାତ୍ରା ଖୁବ୍ ଶୀଘ୍ର ବଢିଥାଏ। 

ଟାଣିଆଣେ ହୃଦରୋଗ- ଅଧିକ ମାତ୍ରାରେ ଚିନି ଖାଇବା ଦ୍ୱାରା ରକ୍ତରେ ଟ୍ରାଇଗ୍ଲିସରାଇଡସ ଏବଂ ଅନ୍ୟ ହାନିକାରକ ଫ୍ୟାଟ୍ ବଢିଥାଏ। ଯାହାଦ୍ୱାରା ହୃଦ୍ରୋଗର ବିପଦ ବଢିଥାଏ। ନିଜ ହୃଦୟର ଉତ୍ତମ ସ୍ୱାସ୍ଥ୍ୟପାଇଁ ଦହିରେ ଚିନି ମିଶାଇ ଖାଆନ୍ତୁନାହିଁ।

ଦାନ୍ତ ସମ୍ୱନ୍ଧୀୟ ରୋଗ- ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ। ଚିନି ବ୍ୟାକ୍ଟେରିଆର ପ୍ରମୁଖ ସ୍ରୋତ ଅଟେ। ଯାହା ଏସିଡ୍ ଉତ୍ପନ୍ନ କରିଥାଏ ଏବଂ ଦାନ୍ତର କ୍ଷତି କରାଇଥାଏ। ଏହାଦ୍ୱାରା ଦାନ୍ତର ଗହ୍ୱରରେ ଗର୍ତ୍ତ ସୃଷ୍ଟି ହୋଇଥାଏ ଏବଂ ଆହୁରି ଅନେକ ରୋଗ କରାଇ ଦାନ୍ତର କ୍ଷତି କରାଇଥାଏ। 

ପାଚନକ୍ରିୟାରେ ସମସ୍ୟା- ଚିନିର ମାତ୍ରାଧିକ ସେବନ ପାଚନକ୍ରିୟାରେ ସମସ୍ୟା ଆଣିପାରେ। ଏହା କାରଣରୁ ବ୍ଲୋଟିଙ୍ଗ, ଗ୍ୟାସ ଏବଂ ଏସିଡିଟିର ସମସ୍ୟା ଦେଖାଦେଇପାରେ। ସେଥିପାଇଁ ପ୍ରତ୍ୟେକ ଦିନ ମାତ୍ରାଧିକ ଚିନି ଖାଇବା ଅନୁଚିତ। ଏହା ପେଟକୁ ନାନାଦି ରୂପରେ କ୍ଷତି ପହଞ୍ଚାଇଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.