ପ୍ରମୂଖ ଖବର
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଡାଳିମ୍ବ ଚୋପାରୁ ଫର୍ଟିଲାଇଜର୍; ଗଛକୁ ଦେବ ପୋଷକ ତତ୍ତ୍ୱ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ...

ନୂଆଦିଲ୍ଲୀ ୨୬/୦୯: ପ୍ରାୟ ଲୋକ ଡାଳିମ୍ବରୁ ଚୋପା ଛଡାଇବା ପରେ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଜାଣନ୍ତି କି ଏହା ଗଛମାନଙ୍କ ପାଇଁ ପୋଷକ ତତ୍ତ୍ୱ  ଭାବେ କାମ କରିଥାଏ । ଚାଲନ୍ତୁ ଜାଣିବା  ବଗିଚାରେ କେମିତି ଡାଳିମ୍ବ ଚୋପାକୁ  ଉପଯୋଗ କରିପାରିବେ ।  ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ଫଳ ଖାଇଥାଉ । କିନ୍ତୁ ଫଳ ଖାଇବା  ପରେ ମଞ୍ଜି ଓ ଚୋପାକୁ ଅନାବଶ୍ୟକ ଭାବି ଫିଙ୍ଗି ଦେଇଥାଉ । କିନ୍ତୁ ଜାଣନ୍ତି କି ଏସବୁକୁ  ଫିଙ୍ଗିବା ପରିବର୍ତ୍ତେ ବଗିଚାରେ ଥିବା ଗଛମାନଙ୍କ ପାଇଁ ପୋଷକ ତତ୍ତ୍ୱ ଭାବେ ବ୍ୟବହାର କରିପାରିବେ । ସେଓ ଓ ପିଜୁଳିକୁ ବହୁ ଲୋକ ଚୋପା ସହ ଖାଇଥାନ୍ତି । କିନ୍ତୁ ଡାଳିମ୍ବ, ନାସପାତି  ଆଦି କେତେକ ଫଳର ଚୋପା ଓ ମଞ୍ଜି ବାହାର କରିବାକୁ ପଡିଥାଏ । ଏହାକୁ ଫିଙ୍ଗିବା ପରିବର୍ତ୍ତେ ଗଛମାନଙ୍କର ଖାଦ୍ୟ ବା ପେଷ୍ଟିସାଇଡ୍‌ ସ୍ପ୍ରେ ଭାବେ ବ୍ୟବହାର  କରିପାରିବେ ।  

ଡାଳିମ୍ବ ଚୋପା ଗଛର ପୋଷକ ତତ୍ତ୍ୱ: ପ୍ରାୟ ସମସ୍ତେ ଗଛ ପାଇଁ ବଜାରରୁ  ପୋଷକ ତତ୍ତ୍ୱ କିଣିଥାନ୍ତି । କିନ୍ତୁ ବିନା ପଇସା  ଖର୍ଚ୍ଚରେ ମଧ୍ୟ ଡାଳିମ୍ବ ଚୋପାକୁ ପ୍ରାକୃତିକ  ଖାଦ୍ୟ ଭାବେ ବ୍ୟବହାର କରିପାରିବେ ।  ଏଥିପାଇଁ ଡାଳିମ୍ବ ଚୋପାକୁ ଗୋବର ସହ  ମିଶାଇ କିଛି ଦିନ ପାଇଁ ଢାଙ୍କି ରଖି ଦିଅନ୍ତୁ ।  ଏକ ସପ୍ତାହ ପରେ ଏହାକୁ ବିଭିନ୍ନ ଗଛ  ମୂଳରେ ଦେଇପାରିବେ । ଗଛ ମୂଳରେ  ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲ ଭାବେ  ମିଶାଇ ନିଅନ୍ତୁ ।  

ଚୋପାକୁ ଶୁଖାଇ କରିପାରିବେ  ପାଉଡର୍‌ ଫର୍ଟିଲାଇଜର୍‌: ଡାଳିମ୍ବ ଚୋପାକୁ  ଛଡାଇ ଭଲ ଭାବେ ଶୁଖାଇ ଗୁଣ୍ଡ କରି ଗଛ  ମୂଳରେ ବ୍ୟବହାର କରିପାରିବେ । ପ୍ରଥମେ  ଚୋପାଗୁଡିକୁ ଏକାଠି କରି ଖରାରେ ଶୁଖାଇ  ନିଅନ୍ତୁ । ଭଲ ଭାବେ ଶୁଖିଯିବା ପରେ ଏହାକୁ ଗ୍ରାଇଣ୍ଡରରେ ପେଶି ନିଅନ୍ତୁ । ଏହି ଗୁଣ୍ଡକୁ  କୌଣସି ଏୟାର୍‌ଟାଇଟ୍‌ କଣ୍ଟେନର୍‌ରେ ରଖି  ଦିଅନ୍ତୁ । ଆବଶ୍ୟକ ବେଳେ ଏହି ଗୁଣ୍ଡରେ  ମାଟି ମିଶାଇ ଗଛ ମୂଳରେ ଦେଇପାରିବେ ।  

କରିପାରିବେ ଲିକ୍ୱିଡ୍‌ ଫର୍ଟିଲାଇଜର୍‌:  ଡାଳିମ୍ବ ଚୋପାକୁ ନେଇ ଲିକ୍ୱିଡ୍‌ ଫର୍ଟିଲାଇଜର୍‌  ପ୍ରସ୍ତୁତ କରିପାରିବେ । ଏହାକୁ ନେଇ ଗଛର ପତ୍ରମାନଙ୍କ ଉପରେ ସ୍ପ୍ରେ କରାଯାଇପାରିବ ।  ପ୍ରଥମେ ଡାଳିମ୍ବ ଚୋପାକୁ ଏକାଠି କରି ନିଅନ୍ତୁ ।  ଏବେ ଅଧା ଲିଟର ପାଣିରେ ଡାଳିମ୍ବ ଚୋପା,  ଅଣ୍ଡାଖୋଳ ପାଉଡର୍‌ ଓ ଏପସମ୍‌ ଲୁଣକୁ  ଭଲ ଭାବେ ମିଶାଇ ନିଅନ୍ତୁ । ସେହିପରି  ଡାଳିମ୍ବ ଚୋପାକୁ କୋରି ନିଅନ୍ତୁ ଏବେ ଏଥିରେ  ଅଳ୍ପ ପାଣି ଦେଇ ଛାଡ଼ି ଦିଅନ୍ତୁ । ଘୋଳ ଗାଢା  ହୋଇଯିବା ପରେ ଏହାକୁ ଏକ ପାତ୍ରରେ ରଖି  ନିଅନ୍ତୁ । ଆବଶ୍ୟକ ବେଳେ ଏହି ଗାଢା ଘୋଳ  ଓ ପାଣିକୁ ୧:୫ ମାତ୍ରାରେ ବଗିଚାରେ ଥିବା  ଗଛର ପତ୍ର ଉପରେ ସ୍ପ୍ରେ କରନ୍ତୁ । ଡାଳିମ୍ବ  ଚୋପାର ବ୍ୟବହାର ଦ୍ୱାରା ମାଟିରେ ହେଉଥିବା  ଜୀବାଣୁ ଓ ଫିମ୍ପିର ସଂକ୍ରମଣ କମ୍‌ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.