ପ୍ରମୂଖ ଖବର
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆପଣ ବି ମାନସିକ ଅବସାଦର ଶିକାର ହୋଇଛନ୍ତି କି? ଖାଆନ୍ତୁ ଏହିସବୁ ଖାଦ୍ୟ

ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର କ୍ୟାରିୟର ପଛରେ ଧାଇଁବାରେ ବ୍ୟସ୍ତ । ଯେଉଁ କାରଣରୁ କେତେକ ବ୍ୟକ୍ତି ଡିପ୍ରେସନ ବା ମାନସିକ ଅବସାଦର ଶିକାର ହୋଇଥାନ୍ତି । ଡିପ୍ରେସନ ଦୂର କରିବାର ଅନେକ ଉପାୟ ରହିଛି, ହେଲେ ଆପଣ ଖାଉଥିବା ଖାଦ୍ୟ ମଧ୍ୟ ଏ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ । ତେବେ ଆସନ୍ତୁ ଜାଣିବା  ଡିପ୍ରେସନ ଦୂର କରିବା କ୍ଷେତ୍ରରେ କେଉଁ ସବୁ ଖାଦ୍ୟ ବେଶ୍ ଲାଭଦାୟକ । 

ଆଭୋକାଡୋ: ଆଭୋକାଡୋରେ ପ୍ରଚୁର ଫୋଲେଟ, ପୋଟାସିୟମ, ଟ୍ରିପ୍ଟୋଫନ ଓ ଭିଟାମିନ-କେ ରହିଛି । ଏଥିରେ ମସ୍ତିଷ୍କ ପାଇଁ ସୁସ୍ଥ ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ ବି ରହିଥାଏ, ଯାହା ଡିପ୍ରେସନ ବିରୋଧରେ ଲଢେଇ କରିବାରେ ସହାୟକ ହୋଇପାରେ ।

ଛତୁ: ଭିଟାମିନ ବି ଏବଂ ସେଲେନିୟମର ଏକ ଭଲ ଉତ୍ସ ହେଲା ଛତୁ । କିଛି ରିସର୍ଚ୍ଚରେ କୁହାଯାଇଛି ଯେ, ଏସବୁ ପୋଷକ ତତ୍ତ୍ବର ଅଭାବ ହେଲେ ଡିପ୍ରେସନ ଲକ୍ଷଣ ଦେଖାଯାଏ ।

ପତ୍ରଯୁକ୍ତ ସବୁଜ ପରିବା: ଅଧ୍ୟୟନରୁ ଜଣାପଡେ ଯେ, ଡିପ୍ରେସନ ପୀଡିତ ଲୋକଙ୍କଠାରେ ମାଗ୍ନେସିୟମ ସ୍ତର କମ୍ ହେବାର ସମ୍ଭାବନା ଅଧିକ ଥାଏ । ପାଳଙ୍ଗ ଭଳି ସବୁଜ ପତ୍ରଯୁକ୍ତ ପରିବା ଫୋଲେଟ ଓ ଭିଟାମିନ-ବିରେ ଭରପୂର ଥିବାରୁ ଅବସାଦ କମ୍ କରିବାରେ ସହାୟକ ହୋଇପାରେ ।

ଗାଜର: ଏଥିରେ କ୍ୟାରୋଟନଏଡ୍ସ ଭଳି ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଶରୀରରେ ଆଣ୍ଟି-ଇନଫ୍ଲାମେଟୋରୀ ପ୍ରଭାବ ପକାଏ । କିଛି ଅଧ୍ୟୟନ ଅନୁସାରେ, ଅଧିକ କ୍ୟାରୋଟେନଏଡ୍ସ ସେବନ କରିବା ଫଳରେ ମାନସିକ ଅବସାଦ ଓ ଚିନ୍ତାର ଲକ୍ଷଣ କମ୍ ହୋଇଥାଏ ।

କୋଳି: ଷ୍ଟ୍ରବେରୀ, ରସବେରି, ବ୍ଲୁବେରୀ ଓ ଜାମୁକୋଳି ଇତ୍ୟାଦି କୋଳି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । ଏହା ଶରୀରର ସେଲ୍ ନଷ୍ଟ ହେବାରୁ ସୁରକ୍ଷା ଦିଏ । ଏଥିସହ ମାନସିକ ଅବସାଦ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି ।

କ୍ଷୀର: କ୍ଷୀର ଭିଟାମିନ-ଡିର ଏକ ଭଲ ଉତ୍ସ, ଯାହା ଡିପ୍ରେସନର ଲକ୍ଷଣକୁ ଦୂର କରିପାରେ । ଏକ ଅଧ୍ୟୟନରୁ ଜଣାପଡେ ଯେ, ଅଧିକ ମାତ୍ରାରେ ଲୋ ଫ୍ୟାଟ କ୍ଷୀର ଓ ଦହି ଖାଉଥିବା ଲୋକଙ୍କଠାରେ ଡିପ୍ରେସନ ଦେଖାଯିବାର ସମ୍ଭାବନା କମ୍ ।

ଡାର୍କ ଚକୋଲେଟ: ଚକୋଲେଟ ଡିପ୍ରେସନରୁ ଆଶ୍ବସ୍ତି ଦେଇପାରେ । ଡାର୍କ ଚକୋଲେଟ ଖାଇବା ଫଳରେ ଡିପ୍ରେସନର ଲକ୍ଷଣ କମ୍ ହୋଇପାରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଇଡ ଭଳି ଉପାଦାନରେ ଭରପୂର ହୋଇଥିବାରୁ ମସ୍ତିଷ୍କରେ ରକ୍ତ ପ୍ରବାହରେ ସୁଧାର ଆଣେ ଓ ମୁଡ୍ ଠିକ୍ କରିପାରେ ।

କଫି: କଫିରେ ପ୍ରଚୁର କାଫିନ ରହିଛି, ଯାହା ସଙ୍ଗେ ସଙ୍ଗେ ଆପଣଙ୍କ ମୁଡ୍ ବଦଳାଇପାରେ । କିଛି ରିସର୍ଚ୍ଚ ଅନୁଯାୟୀ, କାଫିନ ଭଲ ଅନୁଭବ କରାଉଥିବା କେତେକ କେମିକାଲ ଯେପରିକି ସେରୋଟୋନିନ, ଡୋପାମାଇନ ଓ ନରଡ୍ରେନାଲାଇନ ଉତ୍ପାଦନ ବଢାଇ ଅବସାଦ ଦୂର କରିପାରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.