ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅଧିକ ମାତ୍ରାରେ ଚକୋଲେଟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ

ଭୁବନେଶ୍ୱର,୨୨/୦୯: ଚକୋଲେଟ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଖରାପ ଖବର । ପୂର୍ବରୁ ଯେକୌଣସି ଉତ୍ସବ ହେଉ କି ଖୁସି ଖବର ଆସିଲେ ମିଠା ଖାଇବାକୁ ପ୍ରାୟତଃ ସମସ୍ତଙ୍କର ଅଭ୍ୟାସ ଥିଲା । କିନ୍ତୁ ବର୍ତ୍ତମାନ ସମୟ ବଦଳିଛି । ବର୍ତ୍ତମାନ ଖୁସି ସମୟରେ ଲୋକମାନେ ମିଠା ବଦଳରେ ଚକୋଲେଟ ଖାଇବାକୁ ପସନ୍ଦ କରୁଛନ୍ତି । ଅନେକ ଲୋକ ଚକୋଲେଟକୁ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ଭାବନ୍ତି, ଫଳରେ ଚକୋଲେଟକୁ ପ୍ରଚୁର ପରିମାଣରେ ଖାଇଥାନ୍ତି । ତେବେ ନିକଟରେ ଆମେରିକାର ବୈଜ୍ଞାନିକଙ୍କ ଦ୍ୱାରା ଏକ ପରୀକ୍ଷଣରୁ ଯାହା ଜଣାପଡିଛି ତାହା ଚକୋଲେଟ ପ୍ରେମୀଙ୍କ ପାଇଁ ଖରାପ ଖବର । ପରୀକ୍ଷଣରୁ ଅନେକ ଚକୋଲେଟରେ ବିଷାକ୍ତ ଧାତୁ ମିଳିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ ଆମେରିକାର ୱାଶିଂଟନ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଅନେକ ଚକୋଲେଟ ଉତ୍ପାଦରେ ଅତ୍ୟଧିକ ପରିମାରଣର ବିଷାକ୍ତ ଧାତୁ ସୀସା ଏବଂ କ୍ୟାଡମିୟମ୍ ମିଳିଥିଲା । ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ୮ବର୍ଷ ଧରି କୋକୋରୁ ପ୍ରସ୍ତୁତ ୭୨ଟି ଚକୋଲେଟ ଉତ୍ପାଦକୁ ନେଇ ବିଶ୍ଲେଷଣ କରିଥିଲେ । ଯେଉଁଥିରେ ଡାର୍କ ଚକୋଲେଟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ୪୩ପ୍ରତିଶତ ଚକୋଲେଟ ଉତ୍ପାଦରେ ସୀସା ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମାତ୍ରାରେ ଥିବାବେଳେ ୩୫ ପ୍ରତିଶତ ଦ୍ରବ୍ୟରେ କ୍ୟାଡମିୟମ୍ ପରିମାଣ ଆବଶ୍ୟକତାଠାରୁ ଅଧିକ ଥିଲା । ଚିନ୍ତାର କାରଣ ହେଉଛି ଜୈବିକ ପଦାର୍ଥରେ ଅଧିକ ବିଷାକ୍ତ ଧାତୁ ମିଳିଥିଲା । 

ଗବେଷକମାନେ କହିଛନ୍ତି ଯେ, ଚକୋଲେଟ୍ ଉତ୍ପାଦ ଗୁଡିକରେ ଏହି ଧାତୁ ମାଟିରୁ କିମ୍ବା ଉତ୍ପାଦନ ସମୟରେ ହୋଇପାରେ । ଏହି ପରୀକ୍ଷଣରେ ବିଭିନ୍ନ ବ୍ରାଣ୍ଡର ଚକୋଲେଟ୍ ଏବଂ ବିଭିନ୍ନ ପ୍ରକାରର ଚକୋଲେଟକୁ ନେଇ କରାଯାଇଥିଲା । ଅନେକ ଉତ୍ପାଦରେ ବିଷାକ୍ତ ଧାତୁର ସ୍ତର ଅଧିକ ଥିବା ଜଣାପଡିବା ପରେ ଚିନ୍ତାର କାରଣ ପାଲଟିଛି ।

ସୀସା ଏକ ଅତ୍ୟଧିକ ବିଷାକ୍ତ ଉପାଦାନ, ଯାହା ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇପାରେ । ଏହାର ସଂସ୍ପର୍ଶରେ ଆସିଲେ ସ୍ନାୟୁ ପ୍ରଣାଳୀ, କିଡନୀ ଏବଂ ହାର୍ଟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ବିଷାକ୍ତ ପଦାର୍ଥ ପିଲାଙ୍କ ଶରୀରରେ ପହଞ୍ଚିବା ମାତ୍ରେ ମାନସିକ ବିକାଶ ଉପରେ ପ୍ରଭାବ ପକାଇପାରେ । ସେହିପରି କ୍ୟାଡମିୟମ୍ ମଧ୍ୟ ଏକ ବିଷାକ୍ତ ଧାତୁ ହୋଇଥିବାରୁ କିଡନୀ ଏବଂ ହାଡକୁ ପ୍ରଭାବିତ କରିପାରେ । ଏହା ସଂସ୍ପର୍ଶରେ ଦୀର୍ଘ ସମୟ ଆସିବା ଦ୍ୱାରା ହାଡ ଦୁର୍ବଳ ଏବଂ କିଡନୀ ରୋଗ ସମେତ ଅନେକ ଗମ୍ଭୀର ରୋଗ ହୋଇପାରେ । ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ସମୟରେ ଏହି ପଦାର୍ଥର ଉଚ୍ଚସ୍ତର ଚକୋଲେଟରେ ପ୍ରବେଶ କରିପାରେ । କୋକୋ ଉଦ୍ଭିଦ ଗୁଡିକ ଭୂମିରୁ ବିଷାକ୍ତ ଧାତୁ ଗ୍ରହଣ କରି ଚକୋଲେଟରେ ପ୍ରବେଶ କରିଥାନ୍ତି । ଯଦି ଆପଣ କିମ୍ବା ଆପଣଙ୍କ ପିଲାମାନେ ଅତ୍ୟଧିକ ଚକୋଲେଟ୍ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଚକୋଲେଟ ଖାଇବାର ପରିମାଣକୁ ସୀମିତ କରିବାକୁ ପ୍ରୟାସ କରନ୍ତୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.