ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ହୃଦଘାତରୁ ରକ୍ଷା ପାଇବାର ଉପାୟ; ନିୟମିତ କେତେ ଶିଢି ଚଢିଲେ ହେବନି ହୃଦଘାତ!

ଭୁବନେଶ୍ୱର,୨୫/୦୯: ଶାରିରୀକ ରୂପରେ ସକ୍ରିୟ ରହିବା ପାଇଁ ସୁସ୍ଥ ରହିବା ନିତାନ୍ତ ଜରୁରୀ । ଏଥିରେ କେବଳ ବ୍ୟାୟାମ, ଯୋଗ ସାମିଲ ନୁହେଁ ବରଂ ଦୈନନ୍ଦିନ ଜୀବନରେ କରୁଥିବା ଛୋଟ ଛୋଟ କାର୍ଯ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଭଳି ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ଶିଢି ଚଢିବା ।

ଶିଢି ଚଢିବା ଦ୍ୱାରା କେବଳ ମାଂସପେଶୀ ମଜଭୁତ ହୁଏ ନାହିଁ ବରଂ ହୃଦୟ ଜନିତ ରୋଗ ବିଶେଷ କରି ହୃଦଘାତ ହେବାର ସମ୍ଭାବନା ଖୁବ୍‌ କମ୍‌ ହୋଇଥାଏ । ମାତ୍ର ପ୍ରଶ୍ନ ଆସେ ଯେ, ନିୟମିତ କେତେ ଶିଢି ଚଢିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ । ପ୍ରତ୍ୟେକ ଦିନ ୫୦ଶିଢି ଚଢିବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା କମ୍‌ ଥାଏ । ଅନ୍ୟ ମାନଙ୍କ ତୁଳନାରେ ଶିଢି ଚଢୁଥିବା ବ୍ୟକ୍ତି ବିଶେଷଙ୍କର ହୃଦୟ ଜନିତ ରୋଗ ହେବାର ସମ୍ଭାବନା ୨୦ ପ୍ରତିଶତ କମ୍‌ ଥାଏ । ଏକ ଅଧ୍ୟୟନ ଅନୁଯାୟୀ ଏହାର ସ୍ପଷ୍ଟତା ମିଳିଛି ଯେ, ଯଦି ପ୍ରାତଃ ଭ୍ରମଣ କିମ୍ବା ସନ୍ଧ୍ୟା ଭ୍ରମଣ କରିବାକୁ ସମୟ ଅଭାବ ରହିଛି, ତେବେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଆପଣ ସହଜ ଉପାୟରେ ହୃଦୟର ଯତ୍ନ ନେଇ ପାରିବେ ।

ଅଧ୍ୟୟନରୁ ଜଣାପଡିଛି, ଶିଢି ଚଢିବା ଦ୍ୱାରା ଶରୀରରେ ଏଚଡିଏଲର ସ୍ତର ବୃଦ୍ଧି ପାଇଥାଏ । ଯାହାକୁ ଉତ୍ତମ କୋଲେଷ୍ଟେରୋଲ୍‌ ବୋଲି କୁହାଯାଏ । ସେହିପରି ଏଲଡିଏଲର ସ୍ତର ଯାହାକୁ ଖରାପ କୋଲେଷ୍ଟେରୋଲ୍‌ କୁହାଯାଏ, ଏହା ହ୍ରାସ ହୋଇଥାଏ । ଫଳରେ ରକ୍ତ ଜମାଟ ବାନ୍ଧି ନଥାଏ । ଏହାସହ ହୃଦଘାତ ଜନିତ ରୋଗ ହେବାର ସମ୍ଭାବନା ଖୁବ୍‌ କମ୍‌ ଥାଏ ।

ଲିଫ୍ଟ ବଦଳରେ ଶିଢିର ବ୍ୟବହାର କରିବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ମୋଟାପଣ କମ୍‌ ହେବାରେ ମଧ୍ୟ ସହାୟକ ହୋଇଥାଏ । ହାଡ ମଧ୍ୟ ମଜଭୁତ ହୋଇଥାଏ । ବିଶେଷଜ୍ଞଙ୍କ ମତରେ କେବଳ ଶିଢି ଚଢିବା ନୁହେଁ ହୃଦୟକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର, ପର୍ଯ୍ୟାପ୍ତ ନିଦ, ଚିନ୍ତା ମୁକ୍ତ ରହିବା ନିତାନ୍ତ ଜରୁରୀ । ଏହାସହ ନିଶା ଜିନିଷର ସେବନ କରିବା ମଧ୍ୟ ଉଚିତ୍‌ ନୁହେଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.