ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବିଳମ୍ୱିତ ରାତିରେ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ…

ଭୁବନେଶ୍ୱର,୨୩/୦୯: ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାତ୍ର ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହୁଛନ୍ତି । ବିଶେଷ କରି ମୋବାଇଲ ଦେଖି ବିଳମ୍ବିତ ରାତିରେ ଶୋଉଛନ୍ତି । ମାତ୍ର ବିଳମ୍ବିତ ରାତିରେ ଶୋଇବାର ଏହି ଅଭ୍ୟାସ ଟାଇପ ୨ ମଧୁମେହର କାରଣ ପାଲଟିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବିଳମ୍ବିତ ରାତିରେ ଶୋଉଥିବା ଓ ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ଟାଇପ ୨ ମଧୁମେହ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ସମ୍ଭାବନା ଥାଏ । କମ୍‌ ପରିମାଣରେ ଶୋଇବା ଓ ଭୁଲ୍‌ ଜୀବନଶୈଳୀ ମଧୁମେହର ମୁଖ୍ୟ କାରଣ ସାଜିଥାଏ ।

ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତି, ଅନ୍ୟ ମାନଙ୍କ ତୁଳନାରେ ସେମାନଙ୍କ ନିକଟରେ ଟାଇପ ୨ ମଧୁମେହ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ଥାଏ । ଏହି ଅଧ୍ୟୟନ ପାଇଁ ଲୋକମାନଙ୍କୁ ୩ ଭାଗରେ ଭାଗ କରାଯାଇଥିଲା । ପ୍ରଥମ ସକାଳେ ଶୀଘ୍ର ଉଠୁଥିବା, ମଧ୍ୟମ ଓ ୩ୟ ବିଳମ୍ବରେ ଉଠୁଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇ ପରୀକ୍ଷା କରାଗଲା ।

ଯେଉଁମାନେ ବିଳମ୍ବିତ ରାତିରେ ଶୁଅନ୍ତି, ସେମାନେ ସକାଳେ ମଧ୍ୟ ବିଳମ୍ବରେ ଉଠନ୍ତି । ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି, ସେମାନଙ୍କ ନିକଟରେ ଟାଇପ ୨ ମଧୁମେହ ଓ ମେଟାବୋଲିଜିମ୍‌ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ବିଳମ୍ବିତ ରାତିରେ ଶୋଇଲେ ପେଟ ବଢିବା, ଶରୀରରେ ଚର୍ବି ଜମାଟ ବାନ୍ଧିବା, ଯକୃତ ଉପରେ ଚର୍ବି ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.