ପ୍ରମୂଖ ଖବର
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆପଣ ବି କଲରା ଖାଉଛନ୍ତି କି ? ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ

ସୁସ୍ଥ ରହିବା ପାଇଁ ସବୁଜ ପନିପରିବା ଓ ଫଳମୂଳ ଖାଇବାକୁ ସମସ୍ତେ ପରାମର୍ଶ ଦିଅନ୍ତି ।  ଯାହା ଆମ ଶରୀରକୁ ସୁସ୍ଥ ଓ ନିରୋଗ ରଖେ । ସେମିତି ଏକ ସ୍ବାସ୍ଥ୍ୟ ଉପଯୋଗୀ ପରିବା ହେଉଛି କଲରା । କଲରା ପିତା ହେଲେ ବି ଦେହକୁ ପାଇଁ ଖୁବ୍ ହିତକର । ଖାସ୍ କରି ଡାଇବେଟିସ୍ ପୀଡିତ ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ । କଲରା ଖାଇଲେ ବ୍ଲଡ ସୁଗାର କମିଥାଏ । କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ରହେ । ରୋଗ ପ୍ରତିରୋଧକ ଶକ୍ତି ବଢାଏ । ସେହିପରି ଏଥିରେ ଅଧିକ ଫାଇବର ଥିବାରୁ ହଜମ ପ୍ରକ୍ରିୟା ଉନ୍ନତ କରିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ ।

ହଜମ ପ୍ରକ୍ରିୟା ଉନ୍ନତ କରେ: କଲରାରେ ଫାଇବର ଓ ପାଣି ମାତ୍ରା ଅଧିକ ଥାଏ, ଏହା ହଜମ ପ୍ରକ୍ରିୟା ଉନ୍ନତ କରେ । ସାଧାରଣ ପାଚନ ସମସ୍ୟା, ଯେମିତିକି ପେଟ ଫୁଲିବା, ବଦହଜମୀ ଓ କୋଷ୍ଠକାଠିନ୍ୟ ରୋକିବାରେ ସାହାଯ୍ୟ କରେ, ଯାହାକି ଅଧିକ ଖାଇବା କିମ୍ବା ତେଲିଆ ଖାଦ୍ୟ ଖାଇବା ଫଳରେ ହୋଇଥାଏ ।

ଓଜନ ହ୍ରାସ: କଲରାରେ କ୍ୟାଲୋରୀ କମ୍ ଓ ଅଧିକ ଫାଇବର ଥାଏ । ଏହା ଆପଣଙ୍କର ଓଜନ ନିୟନ୍ତ୍ରଣ କରେ ଓ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ଶରୀରରେ ମେଟୋବୋଲିଜିମ ବଢାଏ । ତେଣୁ ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ନିଜ ଖାଦ୍ୟରେ କଲରା ସାମିଲ କରିବା ଉଚିତ୍ ।

ତ୍ବଚା ପାଇଁ ଲାଭ: କଲରା ଜୁସରେ ଭିଟାମିନ ଏ ଓ ସି ପ୍ରଚୁର ମିଳେ, ଯାହା ତ୍ବଚା ଓ କେଶ ପାଇଁ ଭଲ । ଏହା କେଶ ଝଡିବା ରୋକିବା ଏବଂ ସୁସ୍ଥ କେଶ ବିକାଶରେ ସାହାଯ୍ୟ କରେ । ତେଣୁ ନିଜ ଖାଦ୍ୟରେ କଲରା ସାମିଲ୍ କରିବାକୁ ପରାମର୍ଶ ଦିଆଯାଏ।

ଡାଇବେଟିସ୍ ନିୟନ୍ତ୍ରଣ: କଲରା ଡାଇବେଟିସ୍ ରୋଗୀଙ୍କ ପାଇଁ ଅଧିକ ଉପକାରୀ । ବିଶେଷଜ୍ଞଙ୍କ କୁହନ୍ତି, କଲରା ଖାଇଲେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ ରହେ । ତେଣୁ ଡାଇବେଟିସ୍ ପୀଡିତ ଲୋକେ ସପ୍ତାହରେ ଅତିକମରେ ଦୁଇରୁ ତିନି ଥର କଲରା ଖାଇବା ଉଚିତ୍ ।

ରକ୍ତ ପରିଷ୍କାର କରେ: କଲରା ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ, ଯାହା ଶରୀରରେ ଦୂଷିତ ରକ୍ତ ପରିଷ୍କାର କରେ । ଏଥିରେ ଥିବା କ୍ୟୁନାଇନ ଓ ସପୋନିନ୍ସ ଭଳି ଯୌଗିକ ଶରୀରରୁ ଦୂଷିତ ପଦାର୍ଥ ସଫା କରିବାରେ ସାହାଯ୍ୟ କରେ । ଏହା ଲିଭରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରେ । ସେହିପରି ଏଥିରେ ଥିବା ଆଣ୍ଟି-ଇନଫ୍ଲାମାଟୋରୀ ଗୁଣ ଶୀଘ୍ର କ୍ଷତ ସ୍ଥାନ ଶୁଖାଇବାରେ ସହାୟତା କରେ ।

ଇମ୍ୟୁନିଟି ବଢାଏ: କଲରାରେ ଥିବା ପୋଷକ ତତ୍ତ୍ବ ଓ ଆଣ୍ଟିଅକ୍ସିଡାଣ୍ଟ ଆମର ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ । ଯାହାଫଳରେ ଶରୀର ବିଭିନ୍ନ ସଂକ୍ରମଣ ଓ ରୋଗ ବିରୋଧରେ ଲଢିବାକୁ ସକ୍ଷମ ହୋଇଥାଏ ।








  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.