ଉଷୁମ କ୍ଷୀର ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଆୟୁର୍ବେଦରେ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଥାଏ। କ୍ଷୀରରେ ଥିବା କ୍ୟାଲସିୟମ,ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ । ଉଷୁମ କ୍ଷୀର ପିଇଲେ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ । ଶରୀରକୁ ଆରାମ ମିଳିବା ସହ ମାନସିକ ଚିନ୍ତା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଉଷୁମ କ୍ଷୀର ପିଇବାଦ୍ବାରା କ'ଣ ସବୁ ଫାଇଦା ମିଳିଥାଏ।
ତ୍ବଚା ଓ କେଶ: କ୍ଷୀର ଆମର ଚର୍ମ ଓ କେଶ ପାଇଁ ମଧ୍ୟ ଲାଭଦାୟକ । କ୍ଷୀରରେ ଭିଟାମିନ ଏ,ଡି,ବି୬,କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ବ ରହିଛି । ଯାହା ତ୍ବଚାକୁ ପୋଷଣ ଯୋଗାଏ । ଏହା ତ୍ବଚ଼ାକୁ ଗ୍ଲୋ କରିବା ସହ କେଶ ବଢାଇବାରେ ମଧ୍ୟ ସାହର୍ଯ୍ୟ କରିଥାଏ।
ହାଡ଼ ଓ ଦାନ୍ତ ମଜଭୁତ ରଖେ: କ୍ଷୀର କ୍ୟାଲେସିୟମର ସବୁଠୁ ଭଲ ଉତ୍ସ ହୋଇଥିବାରୁ ଏହା ହାଡ଼ ଓ ଦାନ୍ତ ମଜଭୁତ କରେ । ନିୟମିତ କ୍ଷୀର ପିଇବା ଦ୍ବାରା ଶରୀରକୁ ପ୍ରଚୁର କ୍ୟାଲସିୟମ ମିଳେ ।ସେହିପରି ଏଥିରେ ଭିଟାମିନ-ଡି ରହିଛି ଯାହା ଥକ୍କାପଣ ଦୂର କରିବା ସହ ଶରୀରକୁ ସକ୍ରିୟ ରଖେ।
ଭଲ ନିଦ ହୋଇଥାଏ: ଉଷୁମ କ୍ଷୀର ପିଇଲେ ରାତିରେ ଭଲ ନିଦ ହୋଇଥାଏ । ଶରୀରକୁ ଆରାମ ମିଳିବା ସହ ମାନସିକ ଚିନ୍ତା ଦୂର ହୋଇଥାଏ । କ୍ଷୀରରେ ଟ୍ରିପ୍ଟୋଫନ ଓ ବାୟୋଆକ୍ଟିଭ ପେପଟାଇଡ ଥାଏ ଯାହା ସୁଖ ନିଦ୍ରାରେ ସାହାଯ୍ୟ କରେ । ତେବେ ଉଷୁମ କ୍ଷୀରରେ ଅଳ୍ପ ହଳଦୀ ମିଶାଇଦେଲେ ଏହାର ସ୍ବାସ୍ଥ୍ୟଗତ ଫାଇଦା ଆହୁରି ବଢିଯାଏ ।
ମସ୍ତିଷ୍କକୁ ସୁସ୍ଥ ରଖେ: ସବୁଦିନ କ୍ଷୀର ପିଇଲେ କିମ୍ବା କ୍ଷୀର ଜାତୀୟ ପଦାର୍ଥ ଖାଇଲେ ତା ମସ୍ତିଷ୍କରେ ଗ୍ଲୁଟାଥିଓନେ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧି ପାଏ। କ୍ଷୀରରୁ ମିଳୁଥିବା ଭିଟାମିନ-ଡି ସେରୋଟୋନିନ ନାମକ ହରମୋନ ଉତ୍ପାଦନ କରେ ଯାହା ନିଦ ସହ ଜଡିତ ।