ନୂଆଦିଲ୍ଲୀ: ବିଷ ବଳୟରେ ଅଣନିଶ୍ବାସୀ ହେଉଛନ୍ତି ଦିଲ୍ଲୀବାସିନ୍ଦା। ସମଗ୍ର ସହର ଏବେ ବାୟୁ ପ୍ରଦୂଷଣର ଶିକାର ହେଉଛି। ପରିସ୍ଥିତି ଏପରି ଯେ ଖୋଲା ଆକାଶରେ ନିଶ୍ୱାସ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଆସିବା ଦ୍ବାରା ଆଖି ଏବଂ ଚର୍ମରେ ଜଳନ ଅନୁଭବ ହେଉଛି,ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ବୃଦ୍ଧି ପାଇବାରେ ଲାଗିଛି ।
ତେବେ ଏହି ବିଷାକ୍ତ ବାୟୁ ଫୁସଫୁସ୍ ଉପରେ ଚାପ ବଢାଇ ଆଜମା ସୃଷ୍ଟି କରେ। ପ୍ରଦୂଷଣକୁ ଏଡାଇବା ପାଇଁ ଲୋକ ମାନେ ମାସ୍କ ପିନ୍ଧି ବାହାରକୁ ଯାଉଛନ୍ତି । ଆଉ ଏହି ପରିସ୍ଥିତିରେ ଯୋଗ ଗୁରୁ ବାବା ରାମଦେବ ଏଭଳି ଏକ ଆଶ୍ଚର୍ଯ୍ୟଜନକ ରେସିପି ଦେଇଛନ୍ତି, ଯାହା ଶରୀରରୁ ପ୍ରଦୂଷଣକୁ ଦୂର କରିବ ଏବଂ ମାତ୍ର ୫ ମିନିଟ ମଧ୍ୟରେ ବିକିରଣ ଏବଂ ବିଷାକ୍ତ ପଦାର୍ଥ ବାହାର କରିବ। ଏହି ପଦକ୍ଷେପକୁ ଆପଣେଇଲେ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ।
ପ୍ରଦୂଷିତ ବାୟୁକୁ ନିଶ୍ୱାସ ନେବା ଦ୍ୱାରା ଏଥିରେ ଥିବା ପ୍ରଦୂଷକ ଆମ ଫୁସଫୁସରେ ପ୍ରବେଶ କରି ରକ୍ତ ପ୍ରବାହରେ ପହଞ୍ଚି କାଶ ଏବଂ ଆଖିଲେ କୁଞ୍ଚନ ସୃଷ୍ଟି କରେ । ଏହା ଦ୍ୱାରା ଅନେକ ଶ୍ୱାସକ୍ରିୟା ଏବଂ ଫୁସଫୁସ ରୋଗ ହୋଇପାରେ । ବେଳେବେଳେ ଏହା କର୍କଟ ରୋଗର କାରଣ ମଧ୍ୟ ହୋଇପାରେ । ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହା ମସ୍ତିଷ୍କର କାର୍ଯ୍ୟକୁ ମଧ୍ୟ ଦୁର୍ବଳ କରିପାରେ। ବାୟୁ ପ୍ରଦୂଷଣ ଷ୍ଟ୍ରୋକ, ହୃଦ ରୋଗ, ସିଓପିଡି, ଫୁସଫୁସ କର୍କଟ, ନିମୋନିଆ, ମୋତିଆବିନ୍ଦୁ, ଟାଇପ-୨ ମଧୁମେହ, ଲ୍ୟୁକେମିଆ ଏବଂ ଫ୍ୟାଟି ଲିଭର ରୋଗ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ।
ତେବେ ବାବା ରାମଦେବ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଶରୀରରୁ ପ୍ରଦୂଷଣ କିଭଳି ବାହାର କରାଯାଇପାରିବ ସେ ନେଇ ଏକ ଚମତ୍କାର ଉପାୟ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଲାଓ ରସ ପିଇବା ଦ୍ବାରା ପ୍ରଦୂଷିତ କଣିକା ଶରୀରରୁ ବାହାର ହୋଇପାରିବ। ସୁପ୍ କିମ୍ବା ଜୁସ୍ ତିଆରି କରି ଏହାକୁ ପିଇବା ଲାଭଦାୟକ ଅଟେ । ଯଦି ଆପଣ ଚାହାଁନ୍ତି, ଆପଣ ସ୍ୱାଦ ପାଇଁ ଏଥିରେ ଅଁଳା, ଧନିଆ, ପାଳଙ୍ଗ ମେଥି ପକାଇ ପିଇ ପାରିବେ। ଏହା ଜୁସ୍ର ପୁଷ୍ଟିକର ମୂଲ୍ୟ ବଢାଇଥାଏ ଏବଂ ଶରୀରକୁ ପ୍ରାକୃତିକ ଭାବରେ ସଫା କରିଥାଏ। ବାବା ରାମ ଦେବ ମଧ୍ୟ ପାଣି କଖାରୁ ରସକୁ ପ୍ରଦୂଷଣ ସଫା କରିବାରେ ସହାୟକ ବୋଲି ବିବେଚନା କରିଛନ୍ତି । ଏହା ପ୍ରଦୂଷଣକୁ କାଟି ଶରୀରରୁ ବାହାର କରିଥାଏ। ଏହାକୁ ପିଇବା ଦ୍ୱାରା ମୋଟାପଣ ମଧ୍ୟ କମିଯାଏ ।