ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଅନେକ ପ୍ରକାର ରୋଗ ଦେଖାଦେଉଛି । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ଡାଏଟ୍ରେ କିଛି ସ୍ବାସ୍ଥ୍ୟକର ଖାଦ୍ୟ ଯୋଡିପାରିବେ । ଯାହାକୁ ଖାଇବା ଦ୍ବାରା ଶରୀର ସୁସ୍ଥ ଓ ଫିଟ୍ ରଖିବ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।
ଘିଅ:ଅଧିକାଂଶ ଲୋକ ଓଜନ ବଢିଯିବା ଭୟରେ ଘିଅ ଖାଇନଥାନ୍ତି । ହେଲେ ଘିଅ ଆମ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏହା ଓମେଗା-୩ ଫ୍ୟାଟି ଏସିଡରେ ଭରପୂର ହୋଇଥାଏ । ଘିଅ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ମସ୍ତିଷ୍କ ସ୍ବାସ୍ଥ୍ୟ ଭଲ ରଖେ ।
ପ୍ରୋଟିନ ଭଣ୍ଡାର ଗଜା ବୁଟ, ମୁଗ: ଗଜା ମୁଗ-ବୁଟ ପ୍ରୋଟିନରେ ଭରପୂର ହୋଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି, ଭିଟାମିନ କେ ଆଦି ପୋଷକ ତତ୍ତ୍ବ ରହିଛି । ଏହା ଇମ୍ୟୁନିଟି ବୃଦ୍ଧି କରିବାଠାରୁ ଆରମ୍ଭ କରି ହୃଦୟ ସ୍ବାସ୍ଥ୍ୟ ଉନ୍ନତ କରିବା, ହାଡ ମଜଭୁତ କରିବା, ବ୍ଲଡସୁଗାର ନିୟନ୍ତ୍ରଣ ଯାଏଁ ଅନେକ ସ୍ବାସ୍ଥ୍ୟଗତ ଫାଇଦା ଦେଇଥାଏ
ଅମୃତଭଣ୍ଡା: ଅମୃତଭଣ୍ଡା ପାଟିକୁ ଯେମିତି ସ୍ବାଦିଷ୍ଟ ଦେହ ପାଇଁ ବି ସେମିତି ହିତକର । ଯାହା ଆମର ପାଚନ ତନ୍ତ୍ର ମଜଭୁତ କରିଥାଏ । ଏହା ହଜମ ପ୍ରକ୍ରିୟା ଉନ୍ନତ କରେ । ଏଥିରେ ଫାଇବର ଓ ଜଳ ମାତ୍ରା ଅଧିକ ଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରଥାଏ ।
ବାଦାମ: ଭିଜା ଆଲମଣ୍ଡ ବା ପିସ୍ତାବାଦାମ ଖାଇଲେ ଶରୀରକୁ ଅନେକ ଲାଭ ମିଳେ । ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ ଓ ମିନେରାଲ ରହିଛି ଯାହା ଶାରୀରିକ ବିକାଶରେ ସାହାଯ୍ୟ କରେ । ବାଦାମରୁ ମିଳୁଥିବା ଭିଟାମିନ ଇ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ ।