ପ୍ରମୂଖ ଖବର
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସାଇତା ହୋଇଥିବା ଶୀତବସ୍ତ୍ର ଗନ୍ଧ ହେଉଛି? ଆପଣାନ୍ତୁ ଏହି ଟିପ୍ସ

ଆରମ୍ଭ ହେବାକୁ ଯାଉଛି ଶୀତର ପ୍ରଥମ ପରଶ । ଆଉ ଏବେ ସାଇତା ହୋଇ ରହିଥିବା ଶୀତବସ୍ତ୍ର ବାହାରକୁ ବାହାରିବାର ସମୟ । ପାଖାପାଖି ୭/୮ ମାସ ରହିବା ପରେ ଏବେ  ବାହାରକୁ ବାହାରିବ ଶୀତବସ୍ତ୍ର।  ଦୀର୍ଘଦିନ ଏକାଠି ବନ୍ଦ ହୋଇ ରହିଥିବା ଯୋଗୁ ସେସବୁରୁ ଅଜବ ପ୍ରକାରର ଗନ୍ଧ ବାହାରିଥାଏ । ତେବେ ଏହି ଗନ୍ଧରୁ ନିସ୍ତାର ପାଇବା ପାଇଁ କିଛି ଟିପ୍ସ । ଥଣ୍ଡା କମିବା ପରେ ସମସ୍ତ ଶୀତବସ୍ତ୍ର, କମ୍ବଳ ଓ ରେଜେଇ ଆଦିକୁ ପ୍ୟାକ୍‌ କରି ବାକ୍ସରେ ରଖି ଦିଆଯାଇଥାଏ । ଦୀର୍ଘଦିନ ବାକ୍ସ ବା ଆଲମିରାରେ ରହିବା କାରଣରୁ ଏସବୁରୁ ଗନ୍ଧ ବାହାରିବା ସ୍ୱାଭାବିକ୍‌ । କିନ୍ତୁ ଏସବୁକୁ ବାହାର କରି ବିନା ସଫାରେ ବ୍ୟବହାର କରିବା ସହଜ ନୁହେଁ । ଯଦି ଆପଣ ଏପରି ସମସ୍ୟାକୁ ସାମ୍‌ନା କରୁଥାନ୍ତି, ତେବେ ଏହି ଟିପ୍ସ ଖାସ୍‌ ଆପଣମାନଙ୍କ ପାଇଁ । 

ରେଜେଇ ଓ କମ୍ବଳକୁ ବାହାର କରନ୍ତୁ- ଗୃହିଣୀମାନେ ହାଲ୍‌କା ଥଣ୍ଡା ହେବା ସହ ପ୍ୟାକ୍‌ କରି ରଖିଥିବା ଶୀତବସ୍ତ୍ରକୁ ବାହାର କରିଥାନ୍ତି । କିନ୍ତୁ ଏହା ବାହାରକୁ ବାହାରିବା ସହ କାମକୁ ଦୁଇଗୁଣା ବଢାଇଥାଏ । ଫଳରେ ଶୀତ ଆରମ୍ଭ ହେବା ସହ ଖରାକୁ ଅପେକ୍ଷା କରିବାକୁ ପଡିଥାଏ । ଏହି ସମସ୍ୟାକୁ କମ୍‌ କରିବା ପାଇଁ ଶୀତ ଆରମ୍ଭ ହେବା ପୂର୍ବରୁ ଏସବୁକୁ ବାହାର କରି ହାଲ୍‌କା ଖରାରେ ପକାଇ ପାରିବେ । 

ବେକିଂ ସୋଢା ଛିଞ୍ଚନ୍ତୁ- ଦୀର୍ଘ ସମୟ ଯାଏ ବନ୍ଦ ହୋଇ ରହିବା ଦ୍ୱାରା ଶୀତବସ୍ତ୍ରରୁ ଅଜବ ଗନ୍ଧ ବାହାରିଥାଏ । ଅତ୍ୟଧିକ ଆର୍ଦ୍ରତା ଯୋଗୁ ଏପରି ଗନ୍ଧ ବାହାରିଥାଏ । ତେଣୁ ଶୀତ ଆରମ୍ଭ ହେବା ପୂର୍ବରୁ ଛାତ ଉପରେ ବା କୌଣସି ଖୋଲା ଖରା ପଡୁଥିବା ସ୍ଥାନରେ ଏକ ମ୍ୟାଟ୍‌ ଉପରେ ସମସ୍ତ ଶୀତବସ୍ତ୍ରକୁ ବିଛାଇ ଦିଅନ୍ତୁ । କମ୍ବଳ ଓ ରେଜେଇ ଆଦିକୁ ଭଲ ଭାବେ ଝାଡିବା ପରେ ଏହା ଉପରେ ବେକିଂ ସୋଢା ଛିଞ୍ଚନ୍ତୁ । ୨୦/୨୫ ମିନିଟ୍‌ ପରେ ଗୋଟିଏ ସୂତା କପଡା ସାହାଯ୍ୟରେ ଛିଞ୍ଚା ହୋଇଥିବା ବେକିଂ ସୋଢାକୁ ଭଲ ଭାବେ ସଫା କରନ୍ତୁ । ଏପରି କରିବା ଦ୍ୱାରା କମ୍ବଳ ଓ ରେଜେଇରୁ ଗନ୍ଧ ଦୂର ହୋଇଯିବ। 

କର୍ପୂର ରଖନ୍ତୁ - ସବୁଠାରୁ ଭଲ ଉପାୟ ହେଉଛି ଶୀତବସ୍ତ୍ର ସାଇତି ରଖିବା ସମୟରେ ହିଁ ବାକ୍ସ ଭିତରେ କର୍ପୂର ପୁଟୁଲି କରି ରଖିଦିଅନ୍ତୁ । ଶୀତଦିନ ଆରମ୍ଭ ହେବା ପୂର୍ବରୁ ଶୀତବସ୍ତ୍ର ବାହାର କରିବା ସମୟରେ ଗନ୍ଧ ହେବନାହିଁ । ନଚେତ୍‌ ବାକ୍ସରୁ ବାହାର କରିବା ପରେ ମଧ୍ୟ କର୍ପୂର ପୁଟୁଳିକୁ କମ୍ବଳ ବା ରେଜେଇ ଭିତରେ ୩/୪ ଦିନ ଯାଏ ରଖିପାରିବେ । ଏପରି କରିବା ଦ୍ୱାରା ଗନ୍ଧ ଦୂର ହୋଇଯିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.