ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଚିନ୍ତା ବଢାଉଛି ଫୁସ୍‌ଫୁସ୍‌ରେ ବଢୁଥିବା ମାଂସ ପିଣ୍ଡୁଳା, ହୋଇପାରେ ଏହି ରୋଗ

ମଣିଷ ଶରୀରରେ ରୋଗ ଆଜି ଅତ୍ୟନ୍ତ ସାଧାରଣ ହୋଇପଡିଛି । କେବଳ ଶରୀରର ଉପର ଭାଗରେ ନୁହେଁ, ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡିକୁ ମଧ୍ୟ ନୂଆନୂଆ ରୋଗ ମାଡି ବସୁଛି। ବର୍ତ୍ତମାନ ଫୁସ୍‌ଫୁସ୍‌ରେ ଅନେକ ରୋଗ ହେଉଥିବାର କଥା ସାମ୍ନାକୁ ଆସିଛି। ଫୁସ୍‌ଫୁସ୍‌ରେ ହେଉଥିବା ଗଣ୍ଠିକୁ ପଲ୍ମୋନରୀ ନୋଡ୍ୟୁଲ କୁହାଯାଇଥାଏ। ଏହି ଗଣ୍ଠି ଫୁସ୍‌ଫୁସ୍‌ରେ ମାଂସ ବଢିବା କାରଣରୁ ହୋଇଥାଏ। ଫୁସ୍‌ଫୁସ୍‌ରେ ଗଣ୍ଠି ସର୍ବାଧିକ ୩୦ମିଲିମିଟରର ହୋଇଥାଏ। ଏହାର ପ୍ରାରମ୍ଭରେ ଏକ୍ସ-ରେ ବା ସିଟି ସ୍କାନ ପରୀକ୍ଷାରେ ଏହା ଏକ ଧଳାରଙ୍ଗର ଦାଗ ସଦୃଶ ଦେଖାଯାଇଥାଏ। 

ଫୁସ୍‌ଫୁସ୍‌ରେ ହେଉଥିବା ଗଣ୍ଠି କର୍କଟ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଏହାକୁ ଠିକ୍ ମଧ୍ୟ କରାଯାଇପାରିବ। ଫୁସ୍‌ଫୁସ୍‌ରେ ଆକାରରେ ଛୋଟ ହୋଇଥିବାରୁ ସେଥିରେ କର୍କଟ ହେଲେ ଅନେକ ଦିନର ଚିକିତ୍ସା ପରେ ଠିକ୍ ହୋଇଥାଏ। ଫୁସ୍‌ଫୁସ୍‌ରେ ୩ପ୍ରକାରର ଗଣ୍ଠି ଦେଖିବାକୁ ମିଳିଥାଏ। ଏହା କେବଳ ସ୍କାନ୍ ସାହାଯ୍ୟରେ ଜଣା ପଡିଥାଏ। ଫୁସ୍‌ଫୁସ୍‌ରେ କର୍କଟ ହେବାର ଲକ୍ଷଣ ଶରୀରରେ ଦେଖାଦେଲେ ଉକ୍ତ ବ୍ୟକ୍ତିକୁ ଡାକ୍ତର ସିଟି ସ୍କାନ୍ କରିବାକୁ ଉପଦେଶ ଦେଇଥାନ୍ତି। 

ଫୁସ୍‌ଫୁସ୍‌ରେ ଗଣ୍ଠି ହୋଇଥାଏ କାହିଁକି?

    ଫୁସ୍‌ଫୁସ୍‌ରେ ଟିସୁ ନଷ୍ଟ ହେବା

    ଫୁସ୍‌ଫୁସ୍‌ରେ ଜଳାପୋଡା ବା ବାୟୁ ପ୍ରଦୂଷଣ ହେବା

    ରୁମେଟାଇଡ ଗଣ୍ଠି ଏବଂ ସାରକାଇଡୋସିସ ଭଳୁ ରୋଗ କାରଣରୁ ଫୁଲିବା

    ହିଷ୍ଟୋପ୍ଲାଜମୋସିସ ଏବଂ ଟିବିର ସଂକ୍ରମଣ ହେବା 

    ତମାଖୁର ଧୁଆଁ ଏବଂ ରେଡାନ୍ ଗ୍ୟାସ୍ ସମ୍ପର୍କରେ ଆସିବା

 ଫୁସ୍‌ଫୁସ୍‌ରେ ଏକ ରୁ ଅଧିକ ନୋଡ୍ୟୁଲ ହୋଇପାରେ କି?

ଫୁସ୍‌ଫୁସ୍‌ରେ ହେଉଥିବା ନୋଡ୍ୟୁଲ କ୍ୟାନ୍ସର ବା ନନ୍‌କ୍ୟାନ୍ସର ଉଭୟ ହୋଇପାରେ। ଏହା କେବଳ ସିଟି ସ୍କାନ୍ ସାହାଯ୍ୟରେ ଜଣାପଡିଥାଏ । ଫୁସ୍‌ଫୁସ୍‌ରେ ନୋଡ୍ୟୁଲ୍କୁ ଜାଣିବା ପାଇଁ ବାୟୋପ୍ସି କରିବାକୁ ଉପଦେଶ ଦିଆଯାଇଥାଏ।  ସାଧାରଣତଃ ଫୁସ୍‌ଫୁସ୍‌ରେ ହେଉଥିବା କର୍କଟ ଫୁସ୍‌ଫୁସ୍‌ରେ ଏବଂ ଛାତିରେ ଲିମ୍କ ନୋଡ୍ସରେ ମାଡିଯାଇଥାଏ। ଏହାକୁ ଅସ୍ତ୍ରୋପଚାର କରି ଠିକ୍ କରାଯାଇପାରେ। କେଉଁ ଲିମ୍କ ନୋଡ୍ସ କର୍କଟରେ ପରିଣତ ହୋଇଛି ତାହା କେବଳ ସିଟି ସ୍କାନ୍ ଏବଂ ବାୟୋପ୍ସି ସାହାଯ୍ୟରେ ଜଣାପଡିଥାଏ। 

ଫୁସ୍‌ଫୁସ୍‌ରେ ନୋଡ୍ୟୁଲର ଲକ୍ଷଣ- ଥକାପଣ, ଭୋକ ନ ହେବା,ରାତିରେ ଝାଳ ବାହାରିବା,ଜ୍ୱର ହେବା, ଓଜନ କମିବା ଏବଂ କାଶରେ ଛେପ ବାହାରିବା ଇତ୍ୟାଦି ଏହାର ଲକ୍ଷଣ । ଯଦି ଆପଣ ନିଜ ଶରୀରରେ ଏପରି ଲକ୍ଷଣ ଦେଖୁଛନ୍ତି, ତେବେ ସର୍ବପ୍ରଥମେ ଏକ୍ସ-ରେ ଏବଂ ସିଟି ସ୍କାନ୍ କରାଇ ନିଅନ୍ତୁ । ଫୁସ୍‌ଫୁସ୍‌ରେ ଏହି ସମସ୍ୟା ଠିକ୍ ହେବେ ପୂର୍ବରୁ ଅନେକ ସପ୍ତାହ ପାଇଁ ଏଣ୍ଟିବାୟୋଟିକ୍ସ ଖାଇବାକୁ ପାଡିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.