ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଘରେ କରନ୍ତୁ ଏହି ସବୁ ଯୋଗାସନ, ଶୀଘ୍ର କମିବ ଚର୍ବି

ଭୁବନେଶ୍ଵର, ୨୦/୦୬ ; ଯୋଗ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଆମ ମୁନିଋଷିଙ୍କ ଦ୍ୱାରା ବିକଷିତ କରାଯାଇଛି। ନିୟମିତ ଭାବରେ ଯୋଗ କରିବାଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ସେଥିପାଇଁ ପ୍ରତ୍ୟେକବର୍ଷ ଜୁନ୍ ମାସର ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ। ଯୋଗ କରିବା ଦ୍ୱାରା ଶରୀରର ସର୍ବାଙ୍ଗୀନ ଉନ୍ନତି ହେବା ସହ ଓଜନ ମଧ୍ୟ କମିଥାଏ। କେବଳ ଯୋଗ କରିବାଦ୍ୱାରା ଓଜନ କମିନଥାଏ ବୋଲି ଅନେକ ଲୋକ ବିଶ୍ୱାସ କରିଥାନ୍ତି। ସେଥିପାଇଁ ଯୋଗ ସହ ସଠିକ ଡାଏଟ୍ ମଧ୍ୟ ନେବାକୁ ପଡିଥାଏ। 

ସାଧାରଣତଃ ଓଜନ କମ କରିବା ପାଇଁ ସନ୍ତୁଳିତ ଆହାର ଏବଂ ବ୍ୟାୟାମ ଉଭୟର ଆବଶ୍ୟକତା ରହିଛି। କିଛି ବିଶେଷଜ୍ଞଙ୍କ ମତରେ ଯୋଗ କରିବା ଦ୍ୱାରା ଫଳାଫଳ ଶୀଘ୍ର ମିଳିନଥାଏ। କାରଣ ଯୋଗ ଶରୀରର ନମନୀୟତା ବଢାଇ ମାଂସପେଶୀକୁ ସୁଦୃଢ କରିଥାଏ। ଏହିସବୁ ଯୋଗାଭ୍ୟାସ ଦ୍ୱାରା ଶରୀରର ଓଜନ କମିଥାଏ। 

ସୂର୍ଯ୍ୟ ନମସ୍କାର -

ସୂର୍ଯ୍ୟ ନମସ୍କାର ମାଂସପେଶୀକୁ ଗରମ କରି ସେଥିରେ ରକ୍ତ ସଂଚାଳନ ବଢାଇବା ସହ ଅନେକ ଲାଭ କରାଇଥାଏ। ଏହା ଶରୀରର ମୁଖ୍ୟ ଅଙ୍ଗର ସମସ୍ତ ସାଂସପେଶୀକୁ ପ୍ରସାରିତ କରି ସୁଦୃଢ କରିଥାଏ। ଅଣ୍ଟା, ହାତ, ପାଚନକ୍ରିୟା, ମେଟାବୋଲିଜିମ୍, ପେଟ ଏବଂ ଶରୀରର ତଳଭାଗ ଇତ୍ୟାଦି ସମସ୍ତ ସ୍ଥାନରେ ସୂର୍ଯ୍ୟ ନମସ୍କାରର ପ୍ରଭାବ ପଡିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀରର ଓଜନ କମିଥାଏ। ଏହାର ପ୍ରତ୍ୟେକ ମୁଦ୍ରାକୁ ୨ରୁ୩ ସେକେଣ୍ଡ ହୋଲ୍ଡ କରିରଖନ୍ତୁ ଏବଂ ତାପରେ ଅନ୍ୟ ଏକ ମୁଦ୍ରା କରନ୍ତୁ। ଆରମ୍ଭରୁ ୨୦ଥର ସୂର୍ଯ୍ୟ ନମସ୍କାର କରନ୍ତୁ  ଏବଂ ଧିରେଧିରେ ଏହାକୁ ବଢାନ୍ତୁ।  

ତ୍ରିକୋଣାସନ - 

ତ୍ରିକୋଣାସନ ପାଚନକ୍ରିୟାରେ ଉନ୍ନତି ଆଣିବା ସହ ପେଟ ଏବଂ ଅଣ୍ଟାରେ ଜମିଥିବା ଚର୍ବିକୁ କମାଇବାରେ ସାହାଜ୍ୟ କରିଥାଏ। ଏହା ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଂଚାଳନକୁ କ୍ରିୟାଶୀଳ କରି ତାହାର ଉନ୍ନତି କରାଇଥାଏ। ଏହି ଆସନ କରିବା ଦ୍ୱାରା ଅଣ୍ଟାର ଚାରିପାଖରୁ ଚର୍ବି କମିଥାଏ ଏବଂ ମାଂସପେଶୀକୁ ଟୋନ୍ କରିଥାଏ। 

ଚତୁରଂଗ ଦଣ୍ଡାସନ -

ଆପଣଙ୍କ ପେଟର ମାଂସପେଶୀକୁ ମଜଭୁତ କରିବା ପାଇଁ ଏହି ଆସନ ସର୍ବୋତ୍ତମ। ଏହା ଦେଖିବାକୁ ଯେତିକି ସହଜ ହୋଇଥାଏ , ଠିକ୍ ସେହିପରି ଏହାର ଲାଭ ମଧ୍ୟ ଅନେକ । ଏହା କରିବା ଦ୍ୱାରା ପେଟର ମାଂସପେଶୀରେ ପରିବର୍ତନ ଆସି ଟୋନ୍ ହୋଇଥାଏ। ଏହାଛଡା ହାତ, ପାଦ ଏବଂ ବେକ ଆଦି ମାଂସପାଶୀରେ ମଧ୍ୟ ପରିବର୍ତନ ଆସିଥାଏ ।

ଧନୁରାସନ -   

ଏହା ପେଟର ମାଂସପେଶୀକୁ ସବୁଠାରୁ ଭଲ ଭାବରେ ଟୋନ୍ କରିଥାଏ ଏବଂ ପେଟର ଚର୍ବିକୁ କମ୍ କରିବାରେ ମଧ୍ୟ ସହାୟଖ ହୋଇଥାଏ। ଏହି ଆସନ କରିବାଦ୍ୱାରା ପାଚନକ୍ରିୟାରେ ଉନ୍ନତି କରିବା ସହ ଜଙ୍ଘ, ଛାତି ଏବଂ ପିଠିକୁ ମଜଭୁତ ହୋଇଥାଏ। ଏହା ସଂପୂର୍ଣ୍ଣ ଶରୀରକୁ ନମନୀୟତା ଦେବା ସହ ରକ୍ତ ସଂଚାଳନକୁ ଉନ୍ନତ କରିଥାଏ। 

ବୀରଭଦ୍ରାସନ -

ଏହି ଆସନ ଜଙ୍ଘ ଏବଂ କାନ୍ଧକୁ ଟୋନ୍ କରିବାସହ କେନ୍ଦ୍ରିଭୁତ କରାଇଥାଏ। ଏହି ଆସନ ଅଧିକ କରିବା ଦ୍ୱାରା ସୁଫଳ ମଧ୍ୟ ଅଧିକ ମିଳିଥାଏ। ଏହି ଆସନ କରିବାଦ୍ୱାରା ପାଦର ସାଂସପେଶୀ ଟୋନ୍ ହେବା ସହ ଆକାର ମଧ୍ୟ ମିଳିଥାଏ। 

 ବୀରଭଦ୍ରାସନ ଆସନ କରିବାଦ୍ୱାରା ହାତ, ପାଦ ଏବଂ ଅଣ୍ଟାର ତଳଭାଗ ଟୋନ୍ ହୋଇଥାଏ । ଏଥିସହିତ ଶରୀରର ସନ୍ତୁଳନ ଠିକ୍ ରହିଥାଏ। ଏହା ପେଟ ଉପରେ ପ୍ରଭାବ ପକାଇଥାଏ ,ଯାହାଦ୍ୱାରା ପେଟର ଆକାରରେ ପରିବର୍ତ୍ତନ ଆସିଥାଏ।

  • prameyanews
  • PrameyaOdia
  • prameya
  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.