ନୂଆଦିଲ୍ଲୀ ୧୭/୦୬: ଛୋଟ ପିଲାଙ୍କୁ ଖରାଦିନେ ଝାଳରୁ ବଞ୍ଚାଇବା ପାଇଁ ସାଧାରଣତଃ ମା'ମାନେ ପିଲାଙ୍କୁ ଗଧୋଇସାରିବା ପରେ ତାଙ୍କୁ ବହୁତ ମାତ୍ରାରେ ଟାଲକମ ପାଉଡର ଲଗାଇଦେଇ ଥାଆନ୍ତି। ଏପରି କରିବା ଦ୍ୱାରା ପିଲାଙ୍କୁ ସତେଜ ଅନୁଭବ ହୋଇଥାଏ। କିନ୍ତୁ ଏହି ଭଳି କସ୍ମେଟିକ୍ ଲଗାଇବା ଦ୍ବାରା କର୍କଟ ରୋଗର ବିପଦ ମାଡ଼ି ଆସିଥାଏ। ଏଥିରେ ଏସ୍ୱେଷ୍ଟସ ନାମକ ତତ୍ତ୍ଵ ରହିଥାଏ, ଯାହା କର୍କଟ ରୋଗକୁ ବଢ଼ିବାକୁ ସାହାଯ୍ୟ କରିଥାଏ। ତେଣୁ ଏହା ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଅଟେ।
ଟାଲକମ ପାଉଡର ରେ ରହିଥାଏ କେଉଁ ବିପଦଜନକ ପଦାର୍ଥ –
ଏଥିରେ ଯେଉଁ ଟେଲ୍କ ନାମକ ତତ୍ତ୍ଵ ରହିଥାଏ,ତାହା ଏକ ଖଣିଜ ପଦାର୍ଥ ଅଟେ। ଏହା ମାଟି ତଳୁ ସଂଗ୍ରହ କରାଯାଇଥାଏ। ଏହା ତ୍ଵଚାର ଆର୍ଦ୍ରତାକୁ କମାଇ ଘର୍ଷଣକୁ କମ କରିଥାଏ। ଏଥିପାଇଁ ପ୍ରସାଧନ ସାମଗ୍ରୀ ତିଆରି କରୁଥିବା କମ୍ପାନୀ ଗୁଡ଼ିକରେ ଏହାର ବ୍ୟବହାର କରାଯାଇଥାଏ। ଏହାର ବ୍ୟବହାର ବେବି ପାଉଡରରେ ମଧ୍ୟ କରାଯାଇଥାଏ।
ପାଉଡରରେ ଥିବା ଏହି ଟେଲ୍କ ଯଦି ନିଃଶ୍ୱାସ ପ୍ରଶ୍ଵାସ ସମୟରେ ଛୋଟଛୁଆଙ୍କ ଶରୀରରେ ପ୍ରବେଶ କରିଥାଏ, ଯାହାଦ୍ୱାରା କର୍କଟ ରୋଗର ବିପଦ ବଢ଼ିଯାଇଥାଏ। ସେଥିପାଇଁ ଡାକ୍ତର ଏପରି କସ୍ମେଟିକ୍ ପଦାର୍ଥର ବ୍ୟବହାର କରିବାକୁ ବାରଣ କରିଥାନ୍ତି।
ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (WHO) କର୍କଟ ରୋଗ ଉପରେ ଅନୁସନ୍ଧାନ କରି ଟାଲକମ ପାଉଡରକୁ କାର୍ସିନୋଜେନିକ ବା କର୍କଟ ରୋଗର ଉତ୍ପର୍ଣ୍ଣ କାରୀ ପଦାର୍ଥରେ ମିଶାଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପାଉଡରର ଅଳ୍ପ ଅଂଶ ଓଭରୀୟନ୍ କ୍ୟାନ୍ସରର ବିପଦକୁ ଟାଣି ଆଣି ଥାଏ। ଏହା ଛଡ଼ା ଯଦି ଏହି ପାଉଡରର ଅଳ୍ପ ଟିକିଏ ଅଂଶ ଛୁଆଙ୍କର ପେଟକୁ ଯାଇଥାଏ ,ତେବେ ଏହାଦ୍ୱାରା ଫୁସଫୁସ୍ ଏବଂ ଶ୍ୱଶନ ସମ୍ବନ୍ଧୀୟ କର୍କଟ ହେବାର ସମ୍ଭାବନା ରହିଛି।