ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

୧୮ ବର୍ଷ ବୟସରେ ଲଞ୍ଚ କରିଥିଲେ ମେକ୍ଅପ ବ୍ରାଣ୍ଡ, ଏବେ କୋଟି କୋଟି ଟଙ୍କାର ମାଲିକ ଅଶନୁର

ମୁମ୍ବାଇ ,୨୩/୬: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ  ଅଶନୁର କୌର । ତାଙ୍କ  ଚାର୍ମିଂ ଲୁକ୍ ଓ କ୍ୟୁଟନେସ୍  ପାଇଁ ଫ୍ୟାନ୍ସ ବେଶ୍ ପସନ୍ଦ କରନ୍ତି । ଟିଭି ସିରିଏଲ ବ୍ୟତୀତ ସେ ବଲିଉଡ଼ରେ ମଧ୍ୟ ନଜର ଆସିଛନ୍ତି । ଅଶନୁର ୫ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଛନ୍ତି  । ୨୦୦୯ରେ 'ଝାନସୀ କି ରାନୀ'ରେ ଶିଶୁ କଳାକାର ଭାବେ ଟିଭିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଲୋକପ୍ରିୟ ଟିଭି ଶୋ 'ସାଥ୍ ନିଭାନା ସାଥିଆ', 'ବଡ଼େ ଅଚ୍ଛେ ଲଗତେ ହୈଁ', 'ସିଆଇଡି'ରେ ଅଭିନୟ କରିଥିଲେ । କିନ୍ତୁ ତାଙ୍କୁ 'ୟେ ରିଶ୍‌ତା କ୍ୟା କେହଲାତା ହୈ' ଶୋ' ରୁ ପରିଚୟ ମିଳିଥିଲା । ଅନୁରାଗ କଶ୍ୟପଙ୍କ ବଲିଉଡ଼ ଚଳଚ୍ଚିତ୍ର 'ମନମର୍ଜିୟାଁ', 'ସଞ୍ଜୁ' ରେ ମଧ୍ୟ ତାଙ୍କ ଆଭିନୟର ଜଲ୍ୱା ଦେଖିବାକୁ ମିଳିଥିଲା । 

ହେଲେ ବହୁତ୍ କମ୍ ଲୋକ ଜାଣିଛନ୍ତି କି ଅଶନୁର ଜଣେ  ଅଭିନେତ୍ରୀ ସହ ଜଣେ ବିଜନେସ୍ ୱିମେନ୍ ମଧ୍ୟ । ମାତ୍ର ୧୮ ବର୍ଷ ବୟସରେ ସେ ତାଙ୍କର  GenZ ମେକଅପ୍ ବ୍ରାଣ୍ଡ୍ 'କଲର ପ୍ଲେ' ଲଞ୍ଚ୍ କରିଥିଲେ । ଆକ୍ଟିଂ ଏବଂ ମେକଅପ୍ ବ୍ରାଣ୍ଡ୍ ସହ ସେ ସୋସିଆଲ ମିଡିଆ ଏବଂ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଭଲ କମାଉଛନ୍ତି । ବହୁତ କମ୍ ବୟସରେ ସେ ଏବେ କୋଟି କୋଟି ଟଙ୍କାର ମାଲିକ।  ଯୁବଗୋଷ୍ଠୀଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ । ଖୁବ୍ ଶୀଘ୍ର ଗ୍ଲାମରସ୍ ଅଶନୁର ତାଙ୍କ ନୂତନ ଟିଭି ସିରିଏଲ 'ସୁମନ ଚଲି ସସୁରାଲ'ରେ ନଜର ଆସିବେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.