ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କ'ଣ ପାଇଁ ଆମ ଶରୀର ପାଇଁ ଆବଶ୍ୟକ ପ୍ଲେଟଲେଟ୍ସ, ଡେଙ୍ଗୁ ଛଡା ଆଉ କେଉଁ ରୋଗଠାରୁ ଅଛି ବିପଦ

ଜଣେ ସୁସ୍ଥ ବ୍ୟକ୍ତିର ଶରୀରରେ ୫ ରୁ ୬ ଲିଟର ରକ୍ତ ରହିଥାଏ। ଏହା ଶ୍ୱେତରକ୍ତ କଣିକା, ଲୋହିତ ରକ୍ତ କଣିକା ଏବଂ ଅନ୍ୟ ପୋଷକ ତତ୍ତ୍ୱର ସମାହାରରେ ପ୍ରସ୍ତୁତ ହୋଇଥାଏ। ଯେଉଁଥିରେ ପ୍ଲେଟଲେଟ୍ସ ମଧ୍ୟ ରହିଥାଏ। ଲୋହିତ ରକ୍ତ କଣିକା ସମ୍ପୂର୍ଣ୍ଣ ଶରୀରରେ ଅମ୍ଳଜାନ ପହଞ୍ଚାଇବାର କାମ କରିଥାଏ। ଏହା ଶରୀରକୁ ସଂକ୍ରମଣ ସହ ଲଢିବାକୁ ସାହାଯ୍ୟ କରିଥାଏ। ଜଣେ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ଲେଟଲେଟ୍ସର ସଂଖ୍ୟା ଦେଢ ଲକ୍ଷରୁ ଚାରି ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ। 

କେଉଁ ରୋଗରେ କମିଥାଏ ପ୍ଲେଟଲେଟ୍ସ:-ପ୍ଲେଟଲେଟ୍ସ କୋଲେଜନର ତରଳ ଅବସ୍ଥା ସହ ମିଶି କ୍ଷତ ବିକ୍ଷତ ହୋଇଯାଏ। ଏହି କାରଣରୁ ରକ୍ତ ସଂଚାଳନ କ୍ଷତିଗ୍ରସ୍ତ ହେବାଠାରୁ ରକ୍ଷା ପାଇଥାଏ। ପ୍ଲେଟଲେଟ୍ସ ବାଡରସରେ ଥିବା ଏହା ଅତ୍ୟନ୍ତ ସୁକ୍ଷ୍ମ କଣିକା ଅଟେ। ଏହା ରକ୍ତରେ ଥିବା ଏକ ସ୍ୱତନ୍ତ୍ର ପ୍ରକାରର ହର୍ମୋନ ଥ୍ରୋବୋପିଟିନରେ ମିଶି ଯାଇଥାଏ।  ଯେତେବେଳେ ରକ୍ତରେ ପ୍ଲେଟଲେଟ୍ସ ର ସଂଖ୍ୟା କମିବବାରେ ଲାଗିଥାଏ, ତେବେ ତାହାକୁ ଡାକ୍ତରୀ ଭାଷାରେ ଥ୍ରୋବୋସାଇପୋଟେନିଆ କୁହାଯାଇଥାଏ। ଯଦି କୌଣସି ବ୍ୟକ୍ତିର ପ୍ଲେଟଲେଟ୍ସର ସଂଖ୍ୟା ୧୦ ହଜାର ରୁ କମିଯାଇଥାଏ ତେବେ ବ୍ଲିଡିଂ ବିପଦ ବଢିଯାଇଥାଏ। ଅଧିକ ରକ୍ତ ବୋହିବା କାରଣରୁ କିଡନି, ଲିଭର ଏବଂ ଫୁସଫୁସ ସଠିକ ଭାବରେ କାମ କରିନଥାଏ। 

ଯେଉଁ ବ୍ୟକ୍ତି ଅଧିକ ପେନକିଲର ବା ଆଲକୋହଲ ନେଉଛନ୍ତି ବା ଯେଉଁ ବ୍ୟକ୍ତି କେମୋଥେରାପି ଛଡା ଡେଙ୍ଗୁ, ଟାଇଫଏଡ, ମ୍ୟାଲେରିଆ, ହାଡଫୁଟି ହେବାଦ୍ୱାରା ରକ୍ତରେ  ପ୍ଲେଟଲେଟ୍ସ କମିଥାଏ। ଯଦି ଏହାର ସଂଖ୍ୟା ୧୦ ହଜାରରୁ କମିଯାଇଥାଏ ତେବେ ରୋଗିକୁ ପ୍ଲେଟଲେଟ୍ସ ବଢାଇବାର ଆବଶ୍ୟକତା ରହିଛି। 

ପ୍ଲେଟଲେଟ୍ସ କମିଥିଲେ ଖାଆନ୍ତୁ ଏହି ସବୁ ପନିପରିବା:-ଡେଙ୍ଗୁ, ମ୍ୟାଲେରିଆରେ ପୀଡିତ ଥିବା ବ୍ୟକ୍ତି ନିଜ ଡାଏଟ ରେ ଲାଉ, କଖାରୁ, ଗାଜର ଏବଂ ପାଳଙ୍ଗ ଆଦି ସହଜରେ ହଜମ ହେଉଥିବା ପରିବା ଖାଇବା ଉଚିତ। ଏହା ଫାଇବର ଏବଂ ଆୟରନରେ ଭରପୁର ହୋଇଥାଏ, ଯାହା ପ୍ଲେଟଲେଟ୍ସକୁ ବଢାଇଥାଏ। 

ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରନ୍ତୁ:- ଡେଙ୍ଗୁ, ମ୍ୟାଲେରିଆରେ ପୀଡିତ ବ୍ୟକ୍ତିଙ୍କୁ ନିଜ ଡାଏଟରେ ଶସ୍ୟ ଜାତୀୟ ଖାଦ୍ୟ କୁ ଅଙ୍କୁକିତ କରାଇ ସେବନ କରିବା ଉଚିତ। ଏଥିରେ ଗଜାମୁଗ, ବ୍ରାଉନ ରାଇସ ଏବଂ ଜଅ ଇତ୍ୟାଦି ସେବନ କରିପାରିବେ। 

ଅଦା-ଅଦାରେ ଏଣ୍ଟିଇଂଫ୍ଲାମେଟାରୀ ଗୁଣ ରହିଥାଏ। ଏହା ଦୁର୍ବଳତାକୁ କମ କରାଇ ପାଚନକୁ ବଢାଇଥାଏ। ଏପରି ସମୟରେ ଆପଣ ଅଦା ର ଚା ବା ସୁପ ବନାଇ ପିଇ ପାରିବେ। 

ରସୁଣ-ରସୁଣରେ ମଧ୍ୟ ଏଣ୍ଟିଭାୟରାଲ ଗୁଣ ରହିଥାଏ। ଯାହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ଏପରି ପରିସ୍ଥିତିରେ ଡେଙ୍ଗୁ ବା ମ୍ୟାଲେରିଆ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କୁ ନିଜ ଡାଏଟ ରେ ରସୁଣ ଗ୍ରହଣ କରିବା ଉଚିତ। 

ଦହି-ଦହି ଆପଣଙ୍କ ପାଚନ ତନ୍ତ୍ରକୁ ଠିକ କରିଥାଏ। ଏଥିରେ ପ୍ରୋବାୟୋଟିକ୍ସ ରହିଥାଏ, ଯାହା ଆପଣଙ୍କ ଅନ୍ତ ନଳୀର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ତେଣୁ ଆପଣ ନିଜ ଡାଏଟରେ ଦହିକୁ ନିଶ୍ଚୟ ଗ୍ରହଣ କରନ୍ତୁ।

ଭିଟାମିନ-ସି ଯୁକ୍ତ ଖାଦ୍ୟ- ଖଟାଫଳ, କ୍ୟାପ୍ସିକମ,ଲେମ୍ୱୁ, କମଳା ଆଦି ଖାଇବା ଉଚିତ। ଏହା ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.