ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଯୋଗ ଦୂରେଇବ ରୋଗ, ଆସନ୍ତୁ ଜାଣିବା କଣ କହୁଛି ବିଜ୍ଞାନ

ଆଜି ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏକ ଅସନ୍ତୁଳିତ ଜୀବନଶୈଳୀ ଏବଂ ବିଶୃଙ୍ଖଳିତ ଖାଦ୍ୟପେୟ ମଝିରେ ଘୁରି ବୁଲୁଥିବା ସମାଜକୁ ଜାଗୃତ କରାଇବା ହିଁ ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ। କଥାରେ ଅଛି ଯେ, ‘ଯୋଗ ମିଟାଏ ରୋଗ’ ଅର୍ଥାତ ଯୋଗ ଦୂରେଇଥାଏ ରୋଗ। ଯଦି ଆପଣ ପ୍ରତ୍ୟେକ ଦିନ ଯୋଗ କରୁଛନ୍ତି, ତେବେ ଆପଣଙ୍କୁ ଏନର୍ଜି ମଧ୍ୟ ମିଳିବ। 

ଯୋଗ କରିବା ଦ୍ୱାରା ଦୂରେଇଥାଏ ଏହି ସବୁ ରୋଗ- ଯୋଗ ଆପଣଙ୍କର ରୋଗପ୍ରତିରୋଧକ ଶକ୍ତିକୁ ବଢାଇଥାଏ ଏବଂ ଆଖିକୁ ଭଲ ଭାବରେ ଦେଖାଯାଇଥାଏ। କେବଳ ସେତିକି ନୁହେଁ, ଯୋଗ କରିବା ଦ୍ୱାରା ଆପଣ ନିଜ ବୟସ ଠାରୁ ଛୋଟ ଦେଖାଯାଇଥାନ୍ତି ଏବଂ ଆପଣଙ୍କର ସୁନ୍ଦରତା ମଧ୍ୟ ବଢିଥାଏ। ଏହା ବ୍ୟତୀତ ଯୋଗ କରିବାଦ୍ୱାରା ଶରୀରରେ ରକ୍ତ ସଂଚାଳନ ସହ ମେଟାବୋଲିଜିମ୍ ମଧ୍ୟ ଉନ୍ନତ ହୋଇଥାଏ। ଗ୍ୟାସ୍ ଏବଂ ଏସିଡିଟିର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ଏବଂ ମସ୍ତିଷ୍କ ଫୁର୍ତି ହୋଇଥାଏ। 

କପାଳଭାତି କରିବାର ସଠିକ ଉପାୟ– ପ୍ରତ୍ୟେକ ଦିନ କପାଳଭାତି କରିବାଦ୍ୱାରା କିଡନୀ ସମ୍ୱନ୍ଧୀୟ ରୋଗ ଦୂର ହୋଇଥାଏ । ଶରୀରରେ ବଳ ବଢିବା ସହ ଆଖି ତଳର କଳାପଣ କମ୍ ହୋଇଥାଏ। ଏହି ଯୋଗ କରିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିଶ୍ୱାସ ନେବାର ଗତିକୁ ବଢାନ୍ତୁ ଏବଂ କମାନ୍ତୁ । ନିଶ୍ୱାସ ନେବା ସମୟରେ ପେଟକୁ ବାହାରକୁ ଏବଂ ନିଶ୍ୱାସ ଛାଡିବା ସମୟରେ ପେଟକୁ ଭିତରକୁ ଟାଣନ୍ତୁ। ଯଦି ଆପଣଙ୍କୁ ହାର୍ନିଆ, ଅଲସର, ଶ୍ୱାସକ୍ରିୟାରେ ସମସ୍ୟା ବା ହାଇପରଟେନସନ ଅଛି, ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଏହି ଯୋଗାଭ୍ୟାସ କରନ୍ତୁ। 

ମୋଟାପଣ – ଏହା ଅନେକ ରୋଗର କାରଣ ସାଜିଛି। ଯଦି ଆପଣ ନିଜ ଶରୀରର ଓଜନକୁ ନିୟନ୍ତ୍ରଣ କରିପାରିଛନ୍ତି, ତେବେ ଅନେକ ଗୁଡିଏ ରୋଗ ଆପଣଙ୍କୁ ଛୁଇଁ ପାରିବନାହିଁ । ମୋଟାପଣଠାରୁ ଦୂରେଇ ରହିବାପାଇଁ ତାଡାସନ,ତ୍ରିକୋଣାସନ, ପାଦହସ୍ତାସନ ଏବଂ ପାର୍ଶ୍ୱକୋଣାସନ ଯୋଗାସନ କରିବା ଉଚିତ୍।

ମଧୁମେହ – ମଧୁମେହର କୌଣସି ଚିକିତ୍ସା ନାହିଁ। ଯଦି ଆପଣ ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଡାଏଟ୍ ସହ ଯୋଗ କରିବା ଉଚିତ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଣାୟାମ, ଧନୁରାସନ ଏବଂ ଚକ୍ରାସନ କରନ୍ତୁ। ଏହା ମଧୁମେହର ସମସ୍ୟାକୁ କମ୍ କରିବାରେ ସହାୟକ ହେବ। 

ଉଚ୍ଚ ତରକ୍ତଚାପ –ଉଚ୍ଚ ରକ୍ତଚାପ ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ। ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି ତେବେ ଆପଣଙ୍କୁ ହୃଦରୋଗ ମଧ୍ୟ ହୋଇପାରେ। ଯଦି ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ପଶ୍ଚିମୋତ୍ତାଶନ, ଶବାସନ, ପ୍ରାଣାୟମ ଏବଂ ମୁଖଶ୍ୱନାସନ କରନ୍ତୁ। 

ମାଇଗ୍ରେନ –ମସ୍ତିଷ୍କକୁ ରକ୍ତ ସଂଚାଳନ ଠିକ୍ ଭାବରେ ନହେଲେ, ମାଇଗ୍ରେନ୍ର ସମସ୍ୟା ଉପୁଜିଥାଏ । ଏହି କାରଣରୁ ଭୟଙ୍କର ଭାବରେ ମୁଣ୍ଡ ବିନ୍ଧା ହୋଇଥାଏ। ଏଥିପାଇଁ ଶୀର୍ଷାସନ ବା ହେଡ୍ଷ୍ଟେଂଡ ଯୋଗାଭ୍ୟାସ କରିବା ଉଚିତ। ଏହା ବ୍ୟତୀତ ଉଷ୍ଟ୍ରାସନ, ବାଲାସନ ଏବଂ ଶବାସନରୁ ମଧ୍ୟ ଅନେକ ସୁଫଳ ମଳିଥାଏ।

ଆସ୍ଥାମା –ଆସ୍ଥମା ରୋଗୀଙ୍କୁ ଯୋଗ ନିଶ୍ଚୟ କରିବା ଉଚିତ। ଯୋଗ ସାହାଯ୍ୟରେ ଆପଣ ସୁବିଧାରେ ନିଶ୍ୱାସ ନେଇପାରିବେ। ଆସ୍ଥମା ବା ନିଶ୍ୱାସ ନେବାରେ ସମସ୍ୟା ଥିବା ବ୍ୟକ୍ତିଙ୍କୁ ପ୍ରାଣାୟାମ ଏବଂ ଧନୁରାସନ କରିବା ଉଚିତ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.