ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଅଧିକ ମୋମୋ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଆଜିର ସମାଜ ଆମର ପାରମ୍ପରିକ ଖାଦ୍ୟକୁ ଭୁଲି ଫାଷ୍ଟଫୁଡ ପ୍ରତି ଅଗ୍ରସର ହେଉଛି। ଖାସ୍ କରି ଯୁବପିଢି ଏହାକୁ ଖୁବ୍ ଶୀଘ୍ର ଆପଣାଉଛି। ଏସବୁ ଭିତରେ ବର୍ତ୍ତମାନ ମୋମୋ ସମସ୍ତଙ୍କର ପ୍ରିୟ ପାଲଟିଛି। ଏହି ମୋମୋ କେବଳ ପାଟିକୁ ସୁଆଦିଆ ଲଗିଥାଏ କିନ୍ତୁ ଧିରେଧିରେ ଆପଣଙ୍କୁ ଅସୁସ୍ଥ କରିଥାଏ।  ଏହି ଚାଇନିଜ୍ ଷ୍ଟ୍ରିଟ୍ ଫଡ୍ରେ ଥିବା ଖାଦ୍ୟ ସାମଗ୍ରୀ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ମୋମୋ ବନାଇବା ପାଇଁ ମଇଦାରେ ଏଜୋଡିକାର୍ବୋନାମାଇଡ୍, କ୍ଲୋରୀନ ଗ୍ୟାସ୍, ବେଂଜୋୟଲ୍ ପେରୋକ୍ସାଇଡ୍ ଏବଂ ଅନ୍ୟ ରସାୟନିକ ପଦାର୍ଥ ମିଶାଯାଇଥାଏ। ଏହା ପ୍ୟାନ୍କ୍ରିୟାଜ୍ ପାଇଁ ବହୁତ କ୍ଷତିକାରକ। ଏହା ଶରୀରରେ ଇଂସୁଲିନର ଉତ୍ପନ୍ନକୁ କମାଇଥାଏ। 

ଗୋଟିଏ ଥରରେ ହଜାର ହଜାର ମୋମୋ ତିଆରି କରାଯାଇଥାଏ। ସେଗୁଡିକୁ ଡିପ୍ ଫ୍ରିଜ୍ କରି ରଖାଯାଇଥାଏ ଏବଂ ପରେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଥିବା କଞ୍ଚା ମଇଦା ଭଲ ଭାବରେ ସିଝି ପାରୁନଥିବାରୁ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। 

ଡାଏଟିସିୟନଙ୍କ ମତ ଅନୁଯାୟୀ କଞ୍ଚା ମଇଦା ଏପରି ଏକ ରିଫାଇନ୍ଡ ଫ୍ଲାର ଅଟେ, ଯେଉଁଥିରେ ଫାଇବର ନଥାଏ। ଏହି କାରଣରୁ ଏହା ଆମ ଅନ୍ତସ୍ଥଳୀରେ ଲାଖି ରହିଯାଇଥାଏ। ଏଥିରେ ବ୍ୟବହାର ହେଉଥିବା କଞ୍ଚା ପରିବା ମଧ୍ୟ ମାଇକ୍ରୋଆର୍ଗେନିଜ୍ମ ବଢିବାର କାରଣ ହୋଇଥାଏ। ଏହା ସହିତ ଗ୍ରହଣ କରାଯାଉଥିବା ଚଟଣୀ ଯେଉଁ ରଙ୍ଗ ଏବଂ ମସଲା ବ୍ୟବହାର କରାଯାଇଥାଏ, ଉଭୟ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଫ୍ରାଏଡ୍ ମୋମୋ ଖାଇବା ଦ୍ୱାରା ଶରୀରରେ ତେଲ ଜମା ହୋଇ ଫ୍ୟାଟ୍ ରେ ପରିଣତ ହୋଇଥାଏ। 

ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନଲ ଇଂନଫେକ୍ସନ-ଅଧିକ ମୋମୋ ଖାଇବା ଦ୍ୱାରା ପାଚନ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇଥାଏ। ଏହାଦ୍ୱାରା ବ୍ଲୋଟିଙ୍ଗ, ପେଟ କାଟିବା, କୋଷ୍ଠକାଠିନ୍ୟ ସହ ହଜମ ହେବାରେ ସମସ୍ୟା ଉପୁଜିଥାଏ । ଏଥିରେ ବ୍ୟବହାର କରାଯାଉଥିବା କଞ୍ଚା ପରିବା ଏଧିକ ସମୟ ଧରି ଧୁଆ ନହୋଇ ରଖିବା ଦ୍ୱାରା ସେଥିରେ ମାଇକ୍ରୋଅର୍ଗେନିଜ୍ମ ବଢି ଯାଇଥାଏ। ଖରାଦିନେ ଏଗୁଡିକ ଖାଇବା ଦ୍ୱାରା ପେଟରେ ଖରାପ ବ୍ୟାକ୍ଟେରିଆ ବଢିଯାଇଥାନ୍ତି। 

ଶୀଘ୍ର ବଢିଥାଏ ଓଜନ-ମୋମୋ ରେ ଥିବା ମୋନୋସୋଡିୟମ୍ ଗ୍ଲୁଟାମେଟ ଶରୀରର ଓଜନ ବଢାଇଥାଏ। ମୋମୋରେ ଅସ୍ୱାସ୍ଥ୍ୟକର ଫ୍ୟାଟ୍ ଏବଂ କ୍ୟାଲୋରୀ ରହିଥାଏ। ଯାହାଦ୍ୱାରା ଓଜନ ବଢିବା ସହ ପାଚନ ସମ୍ୱନ୍ଧୀୟ ସମସ୍ୟା ସୃଷ୍ଚି ହୋଇଥାଏ। ଫ୍ରାଏଡ ମୋମୋ ରେ ବ୍ୟବହାର ହେଉଥିବା ତେଲ ମଧ୍ୟ ଅତ୍ୟନ୍ତ ହାନିକାରକ ଅଟେ। ଏହାଦ୍ୱାରା ଫ୍ୟାଟ୍ ବଢିଥାଏ ଏବଂ ମଧୁମେହର ବିପଦ ମାଡିଆସିଥାଏ। 

ମାଡିଆସେ କର୍କଟ ରୋଗ-ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ମୋମୋ ଖାଉଥାଏ, ତେବେ ସେଥିରେ ଥିବା ମଇଦା ଅନ୍ତସ୍ଥଳୀରେ ଲାଖି ରହିଯାଏ। ଏଥିରେ ବ୍ୟବହାର କରାଯାଉଥିବା ଅଜିନୋମୋଟୋ, ପ୍ରିଜର୍ବେସନ ଏବଂ ମସଲା ସହ ବ୍ୟାକ୍ଟେରିଆ ଯୁକ୍ତ ପରିବା ପେଟରେ କର୍କଟ ରୋଗକୁ ନିମନ୍ତ୍ରଣ ଦେଇଥାଏ। ଏହାର ଚଟଣୀରେ ଥିବା ରଙ୍ଗ ଏବଂ ମସଲାରେ କର୍କଟ ରୋଗ ହେବାର ସମ୍ଭାବନା ରହିଥାଏ। 

ବଢିଥାଏ କୋଲେଷ୍ଟ୍ରୋଲ -ଫ୍ରାଏଡ ମୋମୋ ପାଇଁ ବ୍ୟବହାର କରାଯାଉଥିବା ତେଲ ଶରୀରରେ ଅନ୍ହେଲଦି ଫ୍ୟାଟ୍ ଜମା କରାଇଥାଏ। ଏହା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରୋଲ ବଢିଥାଏ। ଏଥିରେ ଅଧିକ ସୋଡିୟମ୍ ରହିଥିବାରୁ ରକ୍ତଚାପ ମଧ୍ୟ ବଢିଥାଏ। 

ଫୁଡ୍ ପଏଜନିଙ୍ଗ-ରାସ୍ତା କଡରେ ତିଆରି କରାଯାଉଥିବା ମୋମୋ ସ୍ୱାସ୍ଥ୍ୟକର ହୋଇନଥାଏ। ପରିବାକୁ ଭଲ ୟଭାବରେ ଧୁଆ ହେଉନଥିବାରୁ ସେଥିରେ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ। ମୋମୋର ଚଟଣୀ ମଧ୍ୟ ବହୁତ ଅପରିଷ୍କାର ଭାବରେ ପ୍ରସ୍ତୁତ କରାଯାଇଥାଏ। ଏହାଛଡା ମୋମୋକୁ ଛାଣିବାରେ ବ୍ୟବହାର କରାଯାଉଥିବା ତେଲ ମଧ୍ୟ ବାରମ୍ୱାର ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ଫୁଡ୍ ପଏଜନିଙ୍ଗର ବିପଦ ରହିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.