ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାର ପବିତ୍ର ବ୍ରତ, ଜାଣନ୍ତୁ ଏହାର ପୂଜାବିଧି, ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱ

ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ସବୁଠାରୁ ପବିତ୍ର ଏବଂ ଶୁଭ ହୋଇଥାଏ। ଚଳିତବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାର ବ୍ରତ ୨୨ଜୁନ ଅର୍ଥାତ୍ ଆଜି କରାଯାଉଛି। ଏହି ପୂର୍ଣ୍ଣିମା ବଟ ସାବିତ୍ରୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ । ଏହି ଦିନ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ । ଏଥି ସହିତ ଏହି ଦିନ ବରଗଛକୁ ପୂଜା କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଏହି ଦିନ ଗଙ୍ଗାସ୍ନାନ କରି ପୂଜାଅର୍ଚ୍ଚନା କରିବା ପରେ ଦାନଦକ୍ଷିଣା ଦେଇଥାଏ ତେବେ ସେହି ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।

ଜ୍ୟେଷ୍ଠ ପୂର୍ଣ୍ଣିମାର ଶୁଭମୁହୂର୍ତ୍ତ- ଜ୍ୟେଷ୍ଠ ପୂର୍ଣ୍ଣିମାରତିଥି ୨୧ଜୁନ୍ ସକାଳ ୭:୩୧ ମିନିଟ୍ରୁ ଆରମ୍ଭ ହୋଇ ୨୨ ଜୁନ୍ ସକାଳ ୬:୩୭ ମିନିଟରେ ଶେଷ ହୋଇଛି। ଉଦୟାତିଥି ଅନୁଯାୟୀ ଜ୍ୟେଷ୍ଠ ପୂର୍ଣ୍ଣିମା ଆଜି ପାଳନ କରାଯାଉଛି। ସ୍ନାନ-ଦାନର ସମୟ ଆଜି ସକାଳ ୫ ଘଟିକାରୁ ଆରମ୍ଭ କରି ୬:୩୦ ମିନିଟ ପର୍ଯ୍ୟନ୍ତ ରହିଛି।

ଜ୍ୟେଷ୍ଠ ପୂର୍ଣ୍ଣିମାବ୍ରତର ବିଧି- ଏହି ଦିନ ମହିଳା ମାନେ ସକାଳୁ ଶୀଘ୍ର ଶଯ୍ୟାତ୍ୟାଗ କରି ସ୍ନାନକରି, ନୂତନ ବସ୍ତ୍ର ପରିଧାନ କରି ଶୃଙ୍ଗାର କରିବା ଉଚିତ୍। ସନ୍ଧ୍ୟାସମୟରେ ବଟ ସାବିତ୍ରୀ ପୂଜା ପାଇଁ ବରଗଛ ତଳେ ପୂର୍ଣ୍ଣ ଶ୍ରଦ୍ଧାର ସହ ସାବିତ୍ରୀଙ୍କର ପୂଜା କରିବା ଉଚିତ୍। ପୂଜାପାଇଁ ମହିଳା ମାନଙ୍କୁ ସମସ୍ତ ପୂଜା ସାମଗ୍ରୀ ନେଇ ଗଛ ତଳକୁ ଯିବାକୁ ହୋଇଥାଏ ଏବଂ ଗଛର ଚେରରେ ଜଳ ଚଢ଼ାଇବାକୁ ପଡ଼ିଥାଏ। ଏହା ପରେ ବୃକ୍ଷକୁ ଭୋଗ ଲଗାଇ ଧୂପଦୀପ ଦେଇ ପୂଜା କରାଯାଇଥାଏ।ଏହି ସମୟରେ ବିଞ୍ଚଣା ସାହାଯ୍ୟରେ ମା’ଙ୍କର ସେବା କରନ୍ତୁ। ମା’ଙ୍କୁ ସ୍ୱଚ୍ଛ ମନରେ ପୂଜା କରି ତାଙ୍କର ଆଶୀର୍ବାଦ ପ୍ରାପ୍ତି ପାଇଁ ଆରାଧନା କରିବା ଉଚିତ୍।

ଏହାପରେ ବିବାହିତ ମହିଳା ମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନାକରି ବରଗଛର ଚାରିପାଖରେ ଏକ ନାଲି ରଙ୍ଗର ସୂତାକୁ ୭ଥର ବାନ୍ଧିବା ଆବଶ୍ୟକ। ଶେଷରେ ବରଗଛ ତଳେ ବସି ସାବିତ୍ରୀ - ସତ୍ୟବାନଙ୍କର କଥା ଶୁଣନ୍ତୁ। ପରେ ଘରକୁ ଆସି ସେହି ବିଞ୍ଚଣା ଦ୍ୱାରା ସ୍ୱାମୀଙ୍କୁ ବିଞ୍ଚନ୍ତୁ ଏବଂ ତାଙ୍କର ଆଶୀର୍ବାଦ ନିଅନ୍ତୁ। ପରେ ପ୍ରସାଦରେ ଚଢ଼ାଇଥିବା ଫଳକୁ ଗ୍ରହଣ କରି ସଂଧ୍ୟାରେ ମିଠାଭୋଜନ କରି ବ୍ରତଖୋଲନ୍ତୁ ।

ଜ୍ୟେଷ୍ଠପୂର୍ଣ୍ଣିମାର ଉପାୟ

  ବିବାହରେ ବାଧା ଉପୁଜିଥିଲେ, ଜ୍ୟେଷ୍ଠ ପୂର୍ଣ୍ଣିମାଦିନ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ଇଶ୍ୱରଙ୍କର ଅଭିଷେକ କରିବା ଉଚିତ ଏବଂ ପୂର୍ଣ୍ଣନିଷ୍ଠାରେ ଶିବଙ୍କର ପୂଜାଅର୍ଚ୍ଚନା କରିବା ଉଚିତ୍।

  ଅଟକି ରହିଥିବା ଧନ ପ୍ରାପ୍ତି ତଥା ବାଣିଜ୍ୟରେ ଲାଭ ପାଇବା ପାଇଁ ଏହି ଦିନ ଏକ ପାତ୍ରରେ ଜଳ ନେଇ ସେଥିରେ କଞ୍ଚା କ୍ଷୀର ଏବଂ ବତାସା ମିଶାଇ ଅଶ୍ୱତଥ୍ ଗଛ ଉପରେ ଚଢାନ୍ତୁ। କଥାରେଅଛି ଯେ ଏହି ବିଶେଷ ଦିନରେ ଅଶ୍ଵତଥ୍ ଗଛରେ ଭଗବାନ ବିଷ୍ଣୁଙ୍କ ସହ ମା’ଲକ୍ଷ୍ମୀ ବାସ କରିଥାନ୍ତି।

 ଭାଗ୍ୟରେ ଥିବା ଗ୍ରହଦୋଷକୁ ଦୂର କରିବାପାଇଁ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଆଶ୍ୱତଥ୍ ଏବଂ ନିମ୍ବଗଛର ତ୍ରିବେଣୀ ତଳେ ବିଷ୍ଣୁ ସହସ୍ରନାମ ବା ଶିବାଷ୍ଟକ ପାଠକରନ୍ତୁ।

 ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବା ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କର ଚିତ୍ରରେ ୧୧ଟି କଉଡ଼ି ଚଢ଼ାନ୍ତୁ ଏବଂ ହଳଦୀର ତିଳକ ଲଗାନ୍ତୁ। ପରଦିନ ସକାଳୁ କଉଡ଼ି ଗୁଡ଼ିକୁ ଏକ ନାଲି ରଙ୍ଗର କପଡାରେ ବାନ୍ଧି ଘରର ଆଲମିରା ରେ ରଖନ୍ତୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.