ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଭୁଲ୍‌ରେ ବି ଘରର ଏହି ସ୍ଥାନରେ ଲଗାନ୍ତୁନି ମନିପ୍ଲାଣ୍ଟ, ଉନ୍ନତିରେ ଆଣିପାରେ ବାଧାବିଘ୍ନ...

ଭୁବନେଶ୍ୱର, ୨୨।୬: ଘରେ ମନିପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଏ । ଏହାଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଇନଡୋର ପ୍ଲାଣ୍ଟ କହିଲେ ଅଧିକାଂଶ ଲୋକଙ୍କ ଘରେ ପ୍ରାୟ ମନିପ୍ଲାଣ୍ଟ ହିଁ ଲଗାଇଥାନ୍ତି । ବିଭିନ୍ନ ପ୍ରକାରର ମନିପ୍ଲାଣ୍ଟ ଥିବାବେଳେ ଏହାକୁ ପୋଥୋସ୍ ମଧ୍ୟ କୁହାଯାଏ । ଏହା ବ୍ୟତୀତ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ମନିପ୍ଲାଣ୍ଟ ଲଗାଇବା ସମୟରେ କିଛି ବାସ୍ତୁ ନିୟମ ମାନିବା ଉଚିତ୍ । ନଚେତ୍ ଏହାର ସକାରତ୍ମକ ପ୍ରଭାବ ପଡ଼ିବା ପରିବର୍ତ୍ତେ ଘର ଉପରେ ପଡ଼ିପାରେ ଏହାର ନକାରାତ୍ମକ ପ୍ରଭାବ । ଆସନ୍ତୁ ଜାଣିବା ମନିପ୍ଲାଣ୍ଟ ସମ୍ପର୍କିତ କିଛି ବାସ୍ତୁ ନିୟମ ବିଷୟରେ ।    

- ଘରର ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାଇବା ଅନୁଚିତ୍ । ଏହି ଦିଗରେ ଲଗାଇବା ମନିପ୍ଲାଣ୍ଟ ଦ୍ୱାରା ଘରେ ଆର୍ଥିକ ଅବନତି ଦେଖାଯାଏ ବୋଲି କୁହାଯାଏ । ତେଣୁ ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାନ୍ତୁନି । 

- ଅନେକ ଲୋକ ଉପହାରରେ ଗଛ ଉପହାର ଦେବାକୁ ପସନ୍ଦ କରନ୍ତି । କିନ୍ତୁ, ମନେରଖନ୍ତୁ କେବେ ବି କାହାକୁ ଉପହାରରେ ମନିପ୍ଲାଣ୍ଟ ଦିଅନ୍ତୁ ନାହିଁ । କାରଣ ମନିପ୍ଲାଣ୍ଟ କାହାକୁ ଉପହାରସ୍ୱରୂପ ଦେଲେ ସୁଖସମୃଦ୍ଧି ହ୍ରାସ ପାଇଥାଏ ବୋଲି କୁହାଯାଏ । 

- ବର୍ତ୍ତମାନ ବଜାରରେ ପ୍ଲାଷ୍ଟିକ୍ କୁଣ୍ଡ ଆସିଲାଣି । କିନ୍ତୁ, ମନିପ୍ଲାଣ୍ଟକୁ ପ୍ଲାଷ୍ଟିକ୍ କୁଣ୍ଡରେ ଲଗାଇବା ପରିବର୍ତ୍ତେ ଏହି ଗଛକୁ ସବୁବେଳେ ମାଟି ନିର୍ମିତ କୁଣ୍ଡ କିମ୍ୱା କାଚ ବୋତଲରେ ଲଗାଇପାରିବେ । 

- ମନିପ୍ଲାଣ୍ଟ ସର୍ବଦା ଯେପରି ଉପରକୁ ମାଡ଼ିବ ସେଥିପ୍ରତି ଧ୍ୟାନ ଦେବେ । କାରଣ ମନିପ୍ଲାଣ୍ଟର ପତ୍ର ତଳମୁହାଁ ହେଲେ କିମ୍ୱା ତଳକୁ ଓହଳି ରହିଲେ ଏହା ଘର ପାଇଁ ଖୁବ୍ ଖରାପ । ଏଥିପାଇଁ କିଛି କାଠ କିମ୍ୱା ବାଉଁଶର ସାହାଯ୍ୟରେ ଏହି ଲତାକୁ ଉପରକୁ କରି ରଖନ୍ତୁ । ତଳକୁ ଓହଳି ରହିଥିବା କିମ୍ୱା ମାଟି ଉପରେ ପଡ଼ିଥିବା ମନିପ୍ଲାଣ୍ଟ ଉନ୍ନତିରେ ବାଧା ଆଣିଥାଏ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.